/odisha-reporter/media/post_attachments/uploads/2016/10/hrithik-kangana-story_647_031716074808.jpg)
hrithik-kangana
ମୁମ୍ବାଇ: ଫିଲ୍ମ ଷ୍ଟାର ହ୍ରିତିକ ରୋସନ ଓ କଙ୍ଗନା ରନାୱତଙ୍କ ମଧ୍ୟରେ ବିବାଦ କମିବା ବଦଳରେ ବଢ଼ିବାରେ ଲାଗିଛି। ନିକଟରେ କଙ୍ଗନା ହ୍ରିତିକଙ୍କ ଉପରେ ପୁଣି ଏକ ବିବାଦୀୟ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି,“ହ୍ରିତିକ କୌଣସି ବିବାଦରେ ଫସିଲେ ବାପା ରାଜେଶଙ୍କ ସାହାଯ୍ୟ ସବୁବେଳେ ଦରକାର କରନ୍ତି। ବାପାଙ୍କ ବିନା ସାହାଯ୍ୟରେ ସେ କୌଣସି ବିବାଦର ସାମ୍ନା କରିପାରନ୍ତି ନାହିଁ। କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ, ୪୩ ବର୍ଷୀୟ ହ୍ରିତିକ ନିଜ ଗୋଡ଼ରେ ଛିଡ଼ା ହେବା ପରିବର୍ତ୍ତେ ବାପାଙ୍କ ହାତ ଧରି ଚାଲିଛନ୍ତି।”
ନିକଟରେ ଫିଲ୍ମ ମେକର ରାଜେଶ ରୋଶନ ଏକ ଇଣ୍ଟରଭ୍ୟୁରେ ହ୍ରିତିକଙ୍କ ବିଷୟରେ କହିଥିଲ,“ମୋ ପୁଅ ନାମରେ ଯଦି କେହି ମିଛ କଥା କୁହେ କିମ୍ବା କୌଣସି ପ୍ରକାର ଅପପ୍ରଚାର କରେ, ତେବେ ସେ ପ୍ରତିବାଦ ନ କରି ଚୁପ୍ ରହିବା ପସନ୍ଦ କରେ।”
ସେ ଏହା ମଧ୍ୟ କହିଥିଲେ,“ଯଦି ମୋ ପୁଅ ସତ ଘଟଣା କ’ଣ ସମସ୍ତଙ୍କ ସାମ୍ମାକୁ ଆଣେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।” ରାଜେଶ ଏହି କଥା କଙ୍ଗନା ଓ ହ୍ରିତିକଙ୍କ ଭିତରେ ପୂର୍ବରୁ ଘଟିଥିବା ଘଟଣାକୁ ଆକ୍ଷେପ କରି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
