Advertisment

ଶ୍ରୀଦେବୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ହ୍ରିତିକ୍

ମୁମ୍ୱାଇ: ବଲିଉଡ୍‌ରେ ବହୁତ କମ୍‌ ସେଲେବ୍ରିଟି ଅଛନ୍ତି, ଯେଉଁମାନଙ୍କ ଲୋକପ୍ରିୟତା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ପରିବ୍ୟାପ୍ତ। ଏପରି ଜଣେ ଅଭିନେତା ହେଉଛନ୍ତି ହ୍ରିତିକ୍‌ ରୋଶନ୍‌। ଆଜି ହେଉଛି ତାଙ୍କର ୪୬ତମ ଜନ୍ମଦିନ।  ଏହି ଅବସରରେ ଆସନ୍ତୁ ଜାଣିବା ହ୍ରିତ୍ୱିକ୍‌ଙ୍କ ଜୀବନ ସହିତ ଜଡ଼ିତ କିଛି କଥା। ବହୁତ କମ୍‌ ଲୋକ ଏହା ଜାଣିଥିବେ ଯେ ହ୍ରିତିକ୍ ୬ ବର୍ଷ ବୟସରେ ପ୍ରଥମ ଥର କ୍ୟାମେରାକୁ ସାମ୍ନା କରିଥିଲେ। ୧୯୮୦ ମସିହାରେ ସେ ତାଙ୍କ ଜେଜେବାପା […]

ଶ୍ରୀଦେବୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ହ୍ରିତିକ୍

roshan

Advertisment

ମୁମ୍ୱାଇ: ବଲିଉଡ୍‌ରେ ବହୁତ କମ୍‌ ସେଲେବ୍ରିଟି ଅଛନ୍ତି, ଯେଉଁମାନଙ୍କ ଲୋକପ୍ରିୟତା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ପରିବ୍ୟାପ୍ତ। ଏପରି ଜଣେ ଅଭିନେତା ହେଉଛନ୍ତି ହ୍ରିତିକ୍‌ ରୋଶନ୍‌। ଆଜି ହେଉଛି ତାଙ୍କର ୪୬ତମ ଜନ୍ମଦିନ।  ଏହି ଅବସରରେ ଆସନ୍ତୁ ଜାଣିବା ହ୍ରିତ୍ୱିକ୍‌ଙ୍କ ଜୀବନ ସହିତ ଜଡ଼ିତ କିଛି କଥା।

Advertisment

ବହୁତ କମ୍‌ ଲୋକ ଏହା ଜାଣିଥିବେ ଯେ ହ୍ରିତିକ୍ ୬ ବର୍ଷ ବୟସରେ ପ୍ରଥମ ଥର କ୍ୟାମେରାକୁ ସାମ୍ନା କରିଥିଲେ। ୧୯୮୦ ମସିହାରେ ସେ ତାଙ୍କ ଜେଜେବାପା ଜେ. ଓମ୍‌ ପ୍ରକାଶଙ୍କ ଫିଲ୍ମ ‘ଆଶା’ରେ ଡ୍ୟାନ୍ସ କରିଥିଲେ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଜିତେନ୍ଦ୍ର ଅଭିନୟ କରିଥିଲେ। ଆଉ ହ୍ରିତିକ୍ ତାଙ୍କ ସହିତ ଗୋଟିଏ ଗୀତରେ ନାଚି ଥିଲେ।

ପରେ ହ୍ରିତିକ୍‌ଙ୍କୁ ୧୯୮୬ ମସିହାରେ ‘ଭଗବାନ ଦାଦା’ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ଏଥିରେ ସୁପରଷ୍ଟାର ରଜନୀକାନ୍ତ ଓ ଶ୍ରୀଦେବୀଙ୍କ ପୁଅ ଭାବରେ ସେ ନଜର ଆସିଥିଲେ। ଏହି ଫିଲ୍ମରେ ବି ସେ ତାଙ୍କ ଡ୍ୟାନ୍ସା ଜଲ୍‌ୱା ଦେଖାଇଥିଲେ।

Advertisment

୨୦୦୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ରେ ହ୍ରିତିକ୍ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଫିଲ୍ମଟି ରିଲିଜ୍‌ ହେବା ପରେ ସେ ସୁପରଷ୍ଟାର୍ ହୋଇଯାଇଥିଲେ। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ କିମିଆ କରିଥିଲା।  ବିଭିନ୍ନ ଚରିତ୍ରରେ ଅତି ସୁନ୍ଦର ଭାବେ ଅଭିନୟ କରିପାରୁଥିବା ହ୍ରିତିକ୍‌ଙ୍କୁ ଗତ ବର୍ଷ ‘ସୁପର ୩୦’ ଓ ‘ୱାର୍’ ଭଳି ହିଟ୍ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଫିଲ୍ମ ରିଲିଜ୍ ହେବା ପରେ ତାଙ୍କ ଡିମାଣ୍ଡ ଖୁବ୍ ବଢ଼ିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe