Advertisment

ଫିସ୍‌ ବଢ଼ାଇଲେ ହ୍ରିତିକ୍

ମୁମ୍ବାଇ: ହ୍ରିତିକ୍‌ ରୋଶନଙ୍କ ପାଇଁ ଏହି ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଭଲ ଆୟ କରିଛି। ଗୋଟିଏ ପଟେ ‘ସୁପର ୩୦’ରେ ତାଙ୍କର ଜବରଦସ୍ତ ଅଭିନୟର ଚର୍ଚ୍ଚା ହେଉଥିବାବେଳେ ଅନ୍ୟପଟେ ଫିଲ୍ମ ‘ୱାର୍‌’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ର ଅନେକ ରେକର୍ଡ ଭାଙ୍ଗିସାରିଲାଣି। ଫିଲ୍ମଟି […]

ଅଦ୍ୟତନ ହୋଇଛି
ଫିସ୍‌ ବଢ଼ାଇଲେ ହ୍ରିତିକ୍

hritik

Advertisment

ମୁମ୍ବାଇ: ହ୍ରିତିକ୍‌ ରୋଶନଙ୍କ ପାଇଁ ଏହି ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଭଲ ଆୟ କରିଛି। ଗୋଟିଏ ପଟେ ‘ସୁପର ୩୦’ରେ ତାଙ୍କର ଜବରଦସ୍ତ ଅଭିନୟର ଚର୍ଚ୍ଚା ହେଉଥିବାବେଳେ ଅନ୍ୟପଟେ ଫିଲ୍ମ ‘ୱାର୍‌’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ର ଅନେକ ରେକର୍ଡ ଭାଙ୍ଗିସାରିଲାଣି। ଫିଲ୍ମଟି ୩୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେବା ପରେ ହ୍ରିତିକଙ୍କ ବ୍ରାଣ୍ଡ ଭାଲ୍ୟୁ ବି ବଢ଼ିଯାଇଛି।

Advertisment

https://www.instagram.com/p/B3WiXoun312/?utm_source=ig_web_copy_link

ସୂଚନା ଅନୁୟାୟୀ, ଏବେ ପୁଣିଥରେ ହ୍ରିତିକ୍‌ ସବୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ତେଣି ତାଙ୍କୁ ଏବେ ଗଦା ଗଦା ଅଫର୍ ମଧ୍ୟ ମିଳୁଛି। ଅନ୍ୟପକ୍ଷରେ ବ୍ୟାକ୍ ଟୁ ବ୍ୟକ୍‌ ହିଟ୍‌ ଦେବା ପରେ ହ୍ରିତିକ୍ ନିଜ ପାଉଣା ବଢ଼ାଇ ଦେଇଛନ୍ତି। କେବଳ ଜଣେ ଦୁଇ ଜଣ ନୁହେଁ ବରଂ ହ୍ରିତିକ୍‌ ବଲିଉଡର ବଡ଼ ବଡ଼ ଫିଲ୍ମ ନିର୍ମାତା ଯେମିତିକି ସଞ୍ଜୟ ଲୀଲା ଭଂଶାଲୀ, ଆନନ୍ଦ ଏଲ୍‌ ରୟ, ଇମ୍‌ତିଆଜ୍‌ ଅଲ୍ଲୀ, ଆଦିତ୍ୟ ଚୋପ୍ରା ଓ କରଣ ଜୋହରଙ୍କୁ ମଧ୍ୟ ଖୁବ୍ ଅଧିକ ପାଉଣା ଦାବି କରୁଥିବା ଜଣାପଡ଼ିଛି। ହେଲେ ଏପର୍ଯ୍ୟନ୍ତ ଜଣାପଡ଼ିନି ଯେ ହ୍ରିତିକ୍‌ ତାଙ୍କ ପାଉଣା କେତେ ବଢ଼ାଇଛନ୍ତି।

https://www.instagram.com/p/B3VFPoDFMKu/?utm_source=ig_web_copy_link

ଆଜିକାଲି ପ୍ରାୟ ସବୁ ଷ୍ଟାର୍‌ ଫିଲ୍ମ ହିଟ୍‌ ହେଲା ମାତ୍ରେ ହିଁ ନିଜ ଫିସ୍‌ ବଢ଼ାଇ ଦେଉଛନ୍ତି। ହ୍ରିତିକ୍‌ଙ୍କ ପୂର୍ବରୁ ଶାହିଦ୍‌ କପୁର୍‌ ଓ ଅକ୍ଷୟ କୁମାର୍‌ ମଧ୍ୟ ନିଜ ଫିସ୍‌ ବଢାଇସାରିଛନ୍ତି।  ନୂଆ ଜେନେରେଶନ୍‌ରେ ଆୟୁଷ୍ମାନ୍‌ ଖୁରାନା, ଭିକ୍କି କୌଶଲ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ ମଧ୍ୟ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବାପରେ ନିଜ ଫିସ୍ ବଢ଼ାଇଛନ୍ତି। କୁହାଯାଉଛି, ହ୍ରିତିକ୍ ନିଜ ପୁରୁଣା ଫିଲ୍ମ ‘କ୍ରିସ୍‌’ର ସିକ୍ୱେଲ୍‌ ପାଇଁ ମଧ୍ୟ ନିଜ ଫିସ୍ ବଢ଼ାଇ ଦେଇଛନ୍ତି। ‘କ୍ରିସ୍‌-୪’ରେ ନଜର ଆସିବେ। ସୂଚନା ଅନୁଯାୟୀ, ‘କ୍ରିସ୍‌-୪’ର ଶୁଟିଂ ୨୦୨୦ ଜାନୁଆରୀରୁ ଆରମ୍ଭ ହେବ।

Advertisment

https://www.instagram.com/tv/B3bks2BHl3k/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe