Advertisment

ଦୀପିକାଙ୍କ ‘ଦ୍ରୌପଦୀ’ରେ ଏହି ସୁପର୍‌ଷ୍ଟାର୍‌ ହେବେ ଶ୍ରୀକୃଷ୍ଣ

ମୁମ୍ବାଇ: ‘ମହାଭାରତ’କୁ ନେଇ ଫିଲ୍ମ ହେବାକୁ ଯାଉଛି। ତିନିଟି ଭାଗରେ ଏହି ଫିଲ୍ମ ହେବ। ଆଉ ଏହାର ପ୍ରଥମ ଭାଗ ପାଇଁ ଷ୍ଟାରକାଷ୍ଟ୍ ବି ବଛା ଆରମ୍ଭ ହୋଇଗଲାଣି। ଏହି ଫିଲ୍ମର ପ୍ରଥମ ଭାଗର ନାଁ ‘ଦ୍ରୌପଦୀ ରଖାଯାଇଥିବା ବେଳେ ଏହି ଚରିତ୍ରରେ ଅଭିନୟ କରିବେ ଦୀପିକା ପାଦୁକୋନ୍। ସେ ଏହାର ପ୍ରଯୋଜକ ମଧ୍ୟ ଅଛନ୍ତି। ନୀତେଶ ତିୱାରୀ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରିବା ପାଇଁ ହ୍ରିତିକ୍‌ ରୋଶନଙ୍କୁ ବଛା […]

ଅଦ୍ୟତନ ହୋଇଛି
ଦୀପିକାଙ୍କ ‘ଦ୍ରୌପଦୀ’ରେ ଏହି ସୁପର୍‌ଷ୍ଟାର୍‌ ହେବେ ଶ୍ରୀକୃଷ୍ଣ

deepika

Advertisment

ମୁମ୍ବାଇ: ‘ମହାଭାରତ’କୁ ନେଇ ଫିଲ୍ମ ହେବାକୁ ଯାଉଛି। ତିନିଟି ଭାଗରେ ଏହି ଫିଲ୍ମ ହେବ। ଆଉ ଏହାର ପ୍ରଥମ ଭାଗ ପାଇଁ ଷ୍ଟାରକାଷ୍ଟ୍ ବି ବଛା ଆରମ୍ଭ ହୋଇଗଲାଣି। ଏହି ଫିଲ୍ମର ପ୍ରଥମ ଭାଗର ନାଁ ‘ଦ୍ରୌପଦୀ ରଖାଯାଇଥିବା ବେଳେ ଏହି ଚରିତ୍ରରେ ଅଭିନୟ କରିବେ ଦୀପିକା ପାଦୁକୋନ୍। ସେ ଏହାର ପ୍ରଯୋଜକ ମଧ୍ୟ ଅଛନ୍ତି। ନୀତେଶ ତିୱାରୀ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରିବା ପାଇଁ ହ୍ରିତିକ୍‌ ରୋଶନଙ୍କୁ ବଛା ଯାଇଥିବା ଜଣାପଡ଼ିଛି।

Advertisment

https://twitter.com/extraaacheese/status/1209059880700502016

ସୂଚନା ଅନୁଯାୟୀ, ହ୍ରିତିକ ହେଉଛନ୍ତି ଏହି ଫିଲ୍ମର ଅନ୍ୟତମ ପ୍ରଯୋଜକ ମଧୁ ମଣ୍ଟେନାଙ୍କର ଜଣେ ଭଲ ବନ୍ଧୁ। ସେଥିପାଇଁ ମଧୁ ତାଙ୍କ ସହିତ ଏହି ଫିଲ୍ମରେ କାମ କରିବା ପାଇଁ କଥାବାର୍ତ୍ତା ହୋଇଛନ୍ତି। ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରିବା ପାଇଁ ସେ ହ୍ରିତିକଙ୍କୁ କହିଛନ୍ତି। ପୂରା ଟିମ୍‌ ତାଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ଲାଗି ପଡ଼ିଥିବା ଜଣାଯାଇଛି। ଅନ୍ୟପକ୍ଷରେ ହ୍ରିତିକ୍‌ଙ୍କ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଆସିନାହିଁ।

ଫିଲ୍ମ ‘ୱାର୍‌’ ପରେ ହ୍ରିତିକ୍‌ଙ୍କ ଡିମାଣ୍ଡ ବଢ଼ିଯାଇଛି। ପ୍ରାୟ ସବୁ ନିର୍ମାତା ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ସେ ମଧ୍ୟ ବଢ଼ିଥିବା ଡିମାଣ୍ଡକୁ ଦେଖି ନିଜର ଫି’ ବୃଦ୍ଧି କରିଦେଇଛନ୍ତି।

Advertisment

https://twitter.com/SamyGioia/status/1209041814453411841

ଯଦି ପ୍ରଯୋଜକଙ୍କ ଯୋଜନା ଠିକ୍ ରହିବ, ତା’ହେଲେ ଦୀପିକା ଓ ହ୍ରିତିକ୍‌ଙ୍କୁ ପ୍ରଥମଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କ ଫ୍ୟାନ୍‌ମାନେ ବି ଏଥିନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ଏହି ଖବର ଜଣାପଡ଼ିବା ପରେ ଏ ଦୁଇ ଷ୍ଟାରଙ୍କ ଆନିମେଟେଡ୍‌ ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ଯେ ଦୀପିକା ଖୁବ୍‌ଶୀଘ୍ର ‘ମହାଭାରତ’କୁ ନେଇ ଏକ ଫିଲ୍ମ ଆଣିବେ।  ଏଥିରେ ସେ କେବଳ ଅଭିନୟ କରିବେ ନାହିଁ ବରଂ ମଧୁ ମଣ୍ଟେନାଙ୍କ ସହ ମିଶି ଏହାର ପ୍ରଯୋଜନା ଭାର ବି ସମ୍ଭାଳିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe