Advertisment

ଏସିଆର ସେକ୍ସିଏଷ୍ଟ ମ୍ୟାନ୍ ହ୍ରିତିକ୍

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ଙ୍କର ଫ୍ୟାନ୍‌ ଫଲୋଇଂ ବେଶ୍ ଅଧିକ। ତାଙ୍କ ଷ୍ଟାଇଲ୍‌, ଲୁକ୍‌ ଓ ଅନ୍ଦାଜରେ ସମସ୍ତେ ଫିଦା। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍‌ ଫଲୋଇଂ ବେଶ୍ ଭଲ ରହିଛି। ରିଛିଦିନ ପୂର୍ବେ ରିଲିଜ୍‌ ହୋଇଥିବା ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ୱାର’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଦେଇଛି। କିଛିଦିନ ପୂର୍ବରୁ ତାଙ୍କୁ ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍‌ ମ୍ୟାନ୍‌ର ଟାଇଟଲ୍ ମିଳିଥିଲା। ତେବେ ବର୍ତ୍ତମାନ୍‌ ତାଙ୍କୁ ଆଉ ଏକ ନୂଆ ଟାଇଟଲ୍‌ ମିଳିଛି। https://www.instagram.com/p/B2wNWQYHaNV/?utm_source=ig_web_copy_link […]

ହଲିଉଡ୍‌ରେ ନଜର ଆସିବେ ହ୍ରିତିକ୍

hritik

Advertisment

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ଙ୍କର ଫ୍ୟାନ୍‌ ଫଲୋଇଂ ବେଶ୍ ଅଧିକ। ତାଙ୍କ ଷ୍ଟାଇଲ୍‌, ଲୁକ୍‌ ଓ ଅନ୍ଦାଜରେ ସମସ୍ତେ ଫିଦା। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍‌ ଫଲୋଇଂ ବେଶ୍ ଭଲ ରହିଛି। ରିଛିଦିନ ପୂର୍ବେ ରିଲିଜ୍‌ ହୋଇଥିବା ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ୱାର’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଦେଇଛି। କିଛିଦିନ ପୂର୍ବରୁ ତାଙ୍କୁ ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍‌ ମ୍ୟାନ୍‌ର ଟାଇଟଲ୍ ମିଳିଥିଲା। ତେବେ ବର୍ତ୍ତମାନ୍‌ ତାଙ୍କୁ ଆଉ ଏକ ନୂଆ ଟାଇଟଲ୍‌ ମିଳିଛି।

Advertisment

https://www.instagram.com/p/B2wNWQYHaNV/?utm_source=ig_web_copy_link

ସୂଚନା ଅନୁଯାୟୀ ହ୍ରିତିକ୍‌ ରୋଶନ୍‌ଙ୍କୁ ‘ସେକ୍ସିଏଷ୍ଟ ଏସିଆନ୍‌ ମେଲ୍‌ ଅଫ୍‌ ଦି ୨୦୧୯’ର ଆୱାର୍ଡ଼ ମିଳିଛି। ବ୍ରିଟିସ୍‌ ସାପ୍ତାହିକୀ ‘ଇଷ୍ଟର୍ନ ଆଇ’ ଦ୍ୱାରା ଜାରି କରାଯାଇଥିବା ୨୦୧୯ର ‘ସେକ୍ସିଏଷ୍ଟ ଏସିଆନ୍ ମେଲ୍‌’ ରାଙ୍କିଂରେ ହ୍ରିତିକ୍‌ଙ୍କ ନାଁ ସବୁଠୁ ଉପରେ ରହିଛି। ଏହାର ଚୟନ୍‌ ସାରା ଦୁନିଆର ଫ୍ୟାନ୍‌ମାନଙ୍କ ଭୋଟିଂ ଆଧାରରେ କରାଯାଇଛି।

https://www.instagram.com/p/B49AjEsnjTp/?utm_source=ig_web_copy_link

ହ୍ରିତିକ୍‌ କହିଛନ୍ତି, ‘ମୁଁ  ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋତେ ଭୋଟ୍‌ ଦେଇଛନ୍ତି। ମୁଁ କାହାକୁ ବି ତାଙ୍କ ଲୁକ୍‌ରୁ ଜଜ୍‌ କରେ ନାହିଁ। ତେଣୁ ମୁଁ ମଧ୍ୟ ନିଜ ଲୁକ୍‌ ଉପରେ ବିଶେଷ ଧ୍ୟାନ ଦିଏ ନାହିଁ। ମୋତେ ବ୍ୟକ୍ତିର ଯାତ୍ରା ଓ କାହାଣୀ ହିଁ ଆକର୍ଷିତ କରିଥାଏ।’ ତେବେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ପୂର୍ବଥରର ବିଜେତା ଶାହିଦ୍‌ କପୁର୍, ତୃତୀୟ ନମ୍ବରରେ ଟେଲି ଅଭିନେତା ଭିଭିୟାନ୍‌ ଡିସେନା ଓ ଚତୁର୍ଥ ନମ୍ବରରେ ଟାଇଗର୍‌ ଶ୍ରୋଫ୍ ଅଛନ୍ତି।

Advertisment

https://www.instagram.com/p/Bwonfs9HeU6/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe