ମୁମ୍ବାଇ: ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍। ଚଳିତ ବର୍ଷ ତାଙ୍କ ଅଭିନୀତ ୨ଟି ଫିଲ୍ମ ହିଟ୍ ହୋଇଛି। ‘ସୁପର -୩୦’ ଏବଂ ‘ୱାର୍’କୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ତେବେ ନିକଟରେ ଫିଲ୍ମ ‘ସୁପର-୩୦’ର ସଫଳତାକୁ ନେଇ ହ୍ରିତିକ୍ କିଛି ସ୍ମୃତି ଶେଆର କରିଛନ୍ତି। ସେ କହିଛନ୍ତି- 'ସୁପର-୩୦ ଫିଲ୍ମ ଦେଖିବା ପାଇଁ ମୋ ମା’ ୯ଥର ଥିଏଟରକୁ ଯାଇଛନ୍ତି। ମାଆଙ୍କୁ ଆନନ୍ଦ ସାରଙ୍କ କାହାଣୀ ଖୁବ୍ ପସନ୍ଦ ଆସିଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଆନନ୍ଦ ସାର୍ ଏବଂ ତାଙ୍କ ଭାଇ ପ୍ରଣବଙ୍କୁ ଭେଟି ପାରିନାହାନ୍ତି।'
ସେପଟେ ଆନନ୍ଦ କହିଛନ୍ତି, "ମୁଁ ହ୍ରିତିକ୍ ଓ ପୂରା ଟିମକୁ ଧନ୍ୟବାଦ୍ ଜଣାଉଛି। ହ୍ରିତିକ୍ ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ଅଭିନେତା। ମୋ ଚରିତ୍ରକୁ ପରଦା ଉପରେ ସେ ନ୍ୟାୟ ଦେଇଛନ୍ତି। ତାଙ୍କ ବ୍ୟତୀତ ଆଉ କେହି ଏହି ଚରିତ୍ରକୁ ଏତେ ସୁନ୍ଦର ଭାବେ କରିପାରିଥାନ୍ତା ବୋଲି ମୋର ବିଶ୍ୱାସ ନଥିଲା।"
'ସୁପର-୩୦' ଜୁଲାଇ ୧୨ ତାରିଖରେ ରିଲିଜ୍ ହୋଇଥିଲା। ଫିଲ୍ମଟି ୨୦୦କୋଟିରୁ ଅଧିକ କଲେକ୍ସନ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।