Advertisment

ବଲିଉଡ଼ରେ ଏଣ୍ଟ୍ରି କରିବେ ହ୍ରିତିକ୍‌ଙ୍କ ଭଉଣୀ ପଶ୍ମିନା

ମୁମ୍ବାଇ: ବଲିଉଡ୍‌ର ହାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ୍‌ ଏବେ ବଲିଉଡରେ ରାଜ୍‌ କରୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ୱାର୍‌’ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଦେଇଛି। କେବଳ ‘ୱାର୍’ ନୁହେଁ ଫିଲ୍ମ ‘ସୁପର-୩୦’କୁ ବି ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି। କହିବାକୁ ଗଲେ ହ୍ରିତିକ୍ ଚଳିତ ବର୍ଷର ସବୁଠୁ ସଫଳ ଅଭିନେତା। ସେ ନିଜ ପ୍ରଥମ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ରେ ହିଁ ପ୍ରମାଣ କରିଦେଇଥିଲେ ଯେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରାଜ୍‌ କରିବେ। […]

ବଲିଉଡ଼ରେ ଏଣ୍ଟ୍ରି କରିବେ ହ୍ରିତିକ୍‌ଙ୍କ ଭଉଣୀ ପଶ୍ମିନା

pashmina-roshan

Advertisment

ମୁମ୍ବାଇ: ବଲିଉଡ୍‌ର ହାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ୍‌ ଏବେ ବଲିଉଡରେ ରାଜ୍‌ କରୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ୱାର୍‌’ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଦେଇଛି। କେବଳ ‘ୱାର୍’ ନୁହେଁ ଫିଲ୍ମ ‘ସୁପର-୩୦’କୁ ବି ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି। କହିବାକୁ ଗଲେ ହ୍ରିତିକ୍ ଚଳିତ ବର୍ଷର ସବୁଠୁ ସଫଳ ଅଭିନେତା। ସେ ନିଜ ପ୍ରଥମ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ରେ ହିଁ ପ୍ରମାଣ କରିଦେଇଥିଲେ ଯେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରାଜ୍‌ କରିବେ। ଏବେ ତାଙ୍କ ପରେ ତାଙ୍କ ଭଉଣୀ ତଥା ତାଙ୍କ କାକା ରାଜେଶ ରୋଶନଙ୍କ ଝିଅ ପଶ୍ମିନା ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/BJQo4qShhVR/?utm_source=ig_web_copy_link

ପଶ୍ମିନା ଜଣେ ଭଲ ଥିଏଟର ଆର୍ଟିଷ୍ଟ। ନିକଟରେ ହ୍ରିତିକ୍ ତାଙ୍କ ପ୍ଲେ  ଦେଖିବା ପରେ ଟ୍ୱିଟର୍‌ରେ ଏକ ପୋଷ୍ଟ କରି ପଶ୍ମିନାଙ୍କର ପ୍ରଶଂସା କରିଥିଲେ। ଏବଂ ତାଙ୍କ ଅଭିନୟ ଦେଖିବାକୁ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି କହିଥିଲେ। ତେବେ ଏଥିରୁ ଅନ୍ଦାଜ ଲଗାଯାଉଛି ଯେ ପଶ୍ମିନା ଖୁବ୍‌ ଶୀଘ୍ର ତାଙ୍କ ହୋମ୍‌ ପ୍ରଡକ୍ସନ୍‌ ଫିଲ୍ମରେ ନଜର ଆସିପାରନ୍ତି। ହେଲେ ତା ପୂର୍ବରୁ ତାଙ୍କୁ ବଲିଉଡ ପାଇଁ ପୂରା ପ୍ରସ୍ତୁତ କରିବାରେ ଲାଗିପଡ଼ିଲେଣି ଭାଇ ହ୍ରିତିକ୍। ପଶ୍ମିନାଙ୍କୁ ସେ ନିଜେ ଗାଇଡ୍ କରୁଛନ୍ତି ଓ ତାଙ୍କୁ ଟ୍ରେନିଂ ମଧ୍ୟ ଦେଉଛନ୍ତି। ହ୍ରିତିକ୍‌ ଓ ପଶ୍ମିନାଙ୍କ ବଣ୍ଡିଂ ବେଶ୍ ଭଲ। ତେଣୁ ସେ ନିଜେ ତାଙ୍କ ଡେବ୍ୟୁ ପୂର୍ବରୁ ଗାଇଡ୍‌ କରିବାକୁ ଚାହାଁନ୍ତି।

https://twitter.com/iHrithik/status/969573067449040896

ହ୍ରିତିକ୍ କହିଛନ୍ତି ଯେ ପଶ୍ମିନା ଅନେକ ଟ୍ୟାଲେଣ୍ଟେଡ୍‌। ତେଣୁ ଯଦି ସେ ବଲିଉଡରେ ଏଣ୍ଟ୍ରି ନିଅନ୍ତି ତେବେ ସେ ଅନ୍ୟ ଷ୍ଟାରକିଡ୍‌ସଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇପାରିବେ। ହ୍ରିତିକ୍‌ ଫିଲ୍ମ ‘ୱାର୍‌’ର ସଫଳତା ପରେ ଏବେ ତାଙ୍କ ଆଗାମୀ ଫିଲ୍ମ ‘କ୍ରିଶ୍-୪’ ପାଇଁ ବ୍ୟସ୍ତ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe