Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହମଲା ପରେ ଏପରି ପୋଷ୍ଟ କଲେ ଏପି ଧିଲନ

ନିକଟରେ ଏପି ଧିଲନ ସଲମାନ ଖାନଙ୍କ ସହ 'ଓଲ୍ଡ ମନି' ଶୀର୍ଷକ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
AP Dhillon

AP Dhillon

ଘର ବାହାରେ ଗୁଳିମାଡ଼ ପରେ ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି ସୁରକ୍ଷିତ ଥିବା କହିଛନ୍ତି ଗାୟକ ଏପି ଧିଲନ ଓରଫ୍ ଅମୃତପାଲ ଧିଲନ। ସେପ୍ଟେମ୍ବର 1ରେ କାନାଡା ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଏହାପରେ ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଶେଆର କରି ସୁରକ୍ଷିତ ଥିବା କହିଛନ୍ତି। 

Advertisment

ପୋଷ୍ଟରେ ଅମୃତପାଲ ଲେଖିଛନ୍ତି, "ମୁଁ ନିରାପଦରେ ଅଛି। ମୋର ଲୋକମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଯେଉଁମାନେ ସହାୟତା କରିଛନ୍ତି ସେମାନଙ୍କୁ ଧନ୍ୟବାଦ। ଆପଣଙ୍କର ସମର୍ଥନର ଅର୍ଥ ସବୁକିଛି। ସମସ୍ତଙ୍କୁ ଭଲପାଇବା।"

ସୂଚନା ଅନୁସାରେ, ରବିବାର ରାତିରେ କାନାଡାର ଭାନକୋଭରରେ ପଞ୍ଜାବୀ ଗାୟକ ତଥା ରାପର ଢିଲ୍ଲୋଂଙ୍କ ଘର ନିକଟରେ ଗୁଳିମାଡ଼ ହୋଇଥିଲା। ଏହାପରେ ତାଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିବା କୁହାଯାଉଛି। ଏହି ହମଲା ପାଇଁ ଲରେନ୍ସ ବିଷ୍ଣୋଇ ଓ ରୋହିତ ଗୋଦରା ଗ୍ୟାଙ୍ଗ ନିଜକୁ ଦାୟୀ କରିଛନ୍ତି।

Advertisment

ପୂର୍ବରୁ ଧିଲନଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ଦର୍ଶାଇ ଧମକ ଦିଆଯାଇଥିଲା। ତାଙ୍କୁ ସୀମା ଭିତରେ ରହିବାକୁ କୁହାଯାଇଥିଲା, ନଚେତ୍ 'କୁକୁର' ପରି ମୃତ୍ୟୁର ସମ୍ମୁଖୀନ କରିବାକୁ ପଡ଼ିବ ବୋଲି ଧମକ ମିଳିଥିଲା। 

ଉଲ୍ଲେଖଯୋଗ୍ୟ, ନିକଟରେ ଏପି ଧିଲନ ସଲମାନ ଖାନଙ୍କ ସହ 'ଓଲ୍ଡ ମନି' ଶୀର୍ଷକ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ଧମକ ମିଳିଥିଲା। 

କାନାଡା ଭିତ୍ତିକ ଭାରତୀୟ ଗାୟକ ଅମୃତପାଲ ଧିଲନ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ ପଞ୍ଜାବୀ ପପ୍ ଷ୍ଟାରଙ୍କ ମଧ୍ୟରୁ ଅନ୍ୟତମ।ପଞ୍ଜାବ ଗୁରୁଦାସପୁରର ଏକ ଛୋଟ ଗାଁରୁ କାନାଡାର ବ୍ରିଟିଶ କଲମ୍ବିଆ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ମଧ୍ୟରେ ସେ ଗ୍ଲାବାଲ୍ ମ୍ୟୁଜିକ ସେନ୍ସେସନ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। 

Salman Khan Singer AP Dhillon