Advertisment

ଏହି ଅଭିନେତ୍ରୀଙ୍କ ସହ ସିଦ୍ଧାନ୍ତଙ୍କର ରହିଛି ଭଲ ବୁଝାମଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ୧୯୯୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶ୍ରଦ୍ଧାଞ୍ଜଳି’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ୧୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଅନେକ ଅଭିନେତ୍ରୀଙ୍କ ସହିତ ସେ କାମ କରିଛନ୍ତି। ରଚନାଙ୍କ ସହିତ ତାଙ୍କ ଯୋଡ଼ିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ତେବେ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସହ ତାଙ୍କର ଏକ ଭିନ୍ନ ଧରଣର ବୁଝାମଣା ରହିଛି। ସେଥିପାଇଁ ଅନୁଙ୍କ […]

ଅଦ୍ୟତନ ହୋଇଛି
ଏହି ଅଭିନେତ୍ରୀଙ୍କ ସହ ସିଦ୍ଧାନ୍ତଙ୍କର ରହିଛି ଭଲ ବୁଝାମଣା

sidhant

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ୧୯୯୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶ୍ରଦ୍ଧାଞ୍ଜଳି’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ୧୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଅନେକ ଅଭିନେତ୍ରୀଙ୍କ ସହିତ ସେ କାମ କରିଛନ୍ତି। ରଚନାଙ୍କ ସହିତ ତାଙ୍କ ଯୋଡ଼ିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ତେବେ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସହ ତାଙ୍କର ଏକ ଭିନ୍ନ ଧରଣର ବୁଝାମଣା ରହିଛି। ସେଥିପାଇଁ ଅନୁଙ୍କ ସହିତ କିପରି କାମ କରିବାକୁ ହେବ, ତାହା ତାଙ୍କୁ ବେଶ୍ ଭଲ ଭାବେ ଜଣା। ଏଣୁ କୌଣସି ସଟ୍ ଦେବା ବେଳେ କିଛି ଅସୁବିଧା ହୁଏ ନାହିଁ।

Advertisment

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଦିଲ୍‌ ଦୋସ୍ତି ମ୍ୟୁଜିକ୍‌’ର ଏକ ଅଧ୍ୟାୟରେ ଯୋଗଦେଇ ସେ ଏକଥା କହିଥିଲେ। ଆଉ ସେତିକି ବେଳେ ଅନୁ ମଧ୍ୟ ଶୋ’ରେ ଉପସ୍ଥିତ ଥିଲେ। ସେ ମଧ୍ୟ ସମାନ କଥା କହିଥିଲେ।

ଅନୁ କହିଥିଲେ, “ସିଦ୍ଧାନ୍ତଙ୍କ ସହ ତାଙ୍କର ସମ୍ପର୍କ ହେଉଛି ବୁଝାମଣାର। ତାଙ୍କ ସହ ଦୀର୍ଘ ଦିନ ଧରି କାମ କରି ମୁଁ ଜାଣିଯାଇଛି ଯେ କେମିତି କାମ କଲେ ଆମ ଦୁଇ ଜଣଙ୍କ ସିନ୍‌ ଭଲ ଲାଗିବ। ଆଉ ଗୋଟେ କଥା ହେଉଛି ସିଦ୍ଧାନ୍ତ ଓ ମୁଁ ଯେଉଁ ଫିଲ୍ମରେ ଅଭିନୟ କରୁ ତା’ର ନିର୍ଦ୍ଦେଶକଙ୍କ ସହ ଆମେ ସିନ୍‌କୁ ନେଇ ଅଧିକ ଆଲୋଚନା କରୁ ଏବଂ କେମିତି ପ୍ରତ୍ୟେକ ସିନ୍‌ ବେଷ୍ଟ୍ ହେବ ସେଥିପ୍ରତି ଧ୍ୟାନ ରଖୁ।”

Advertisment

publive-imageସୂଚନାଯୋଗ୍ୟ, ନିକଟରେ ସିଦ୍ଧାନ୍ତ ଏବଂ ଅନୁଙ୍କୁ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଏହି ଦୁଇ ଜଣଙ୍କ ସହ ସ୍ୱରାଜ ଏବଂ ଭୂମିକାଙ୍କୁ  ମଧ୍ୟ ମୁଖ୍ୟ ଚରିତ୍ରରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe