Advertisment

ଓଜନ କମ୍ କରିବାକୁ ଭୂମି ଦେଲେ ଟିପ୍ସ; କହିଲେ ମାଷ୍ଟରଷ୍ଟ୍ରୋକ୍‌ ପରି କାମ ଦେବ

ମୁମ୍ୱାଇ: ବଲିଉଡ୍‌ରେ ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଭୂମି ପେଡନାକର। ୨୦୧୫ରେ ଫିଲ୍ମ ‘ଦମ୍‌ ଲଗାକେ ହଇଶା’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ମୋଟାପାର ଶିକାର ହୋଇଥିବା ଜଣେ ମହିଳା ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ଭୂମି ତାଙ୍କ ଓଜନ କମ୍‌ କରିଥିଲେ। ବର୍ତ୍ତମାନ ଭୂମିଙ୍କର ହଟ୍‌ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭୂମିଙ୍କର କହିବା ଅନୁସାରେ ଓଜନ କମ୍‌ କରିବା ପାଇଁ ସେ କୌଣସି ଡାଏଟିସିଆନ୍‌ଙ୍କ ପରାମର୍ଶ ନିଅନ୍ତି […]

author-image
Puspanjali Panda
ଅଦ୍ୟତନ ହୋଇଛି
ରାଜନୀତିରେ ପାଦ ଦେବେ ଭୂମି!

bhumi

ମୁମ୍ୱାଇ: ବଲିଉଡ୍‌ରେ ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଭୂମି ପେଡନାକର। ୨୦୧୫ରେ ଫିଲ୍ମ ‘ଦମ୍‌ ଲଗାକେ ହଇଶା’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ମୋଟାପାର ଶିକାର ହୋଇଥିବା ଜଣେ ମହିଳା ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ଭୂମି ତାଙ୍କ ଓଜନ କମ୍‌ କରିଥିଲେ। ବର୍ତ୍ତମାନ ଭୂମିଙ୍କର ହଟ୍‌ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।

Advertisment

ଭୂମିଙ୍କର କହିବା ଅନୁସାରେ ଓଜନ କମ୍‌ କରିବା ପାଇଁ ସେ କୌଣସି ଡାଏଟିସିଆନ୍‌ଙ୍କ ପରାମର୍ଶ ନିଅନ୍ତି ନାହିଁ। ଏଥିପାଇଁ ସେ କେବଳ ତାଙ୍କ ମା’ଙ୍କ ପରାମର୍ଶ ହିଁ ଗ୍ରହଣ କରିଥା’ନ୍ତି। ସର୍ବଦା ଘର ତିଆରି ଖାଦ୍ୟ ହିଁ ଖାଇଥା’ନ୍ତି। ଏପରିକି ଲାଇଭ୍‌ କୁକିଙ୍ଗ୍‌ ସେଶନ୍‌ରେ ସେ ଭାଗ ନେବାକୁ ଚାହୁଁଛନ୍ତି। କାରଣ ଖାଇବା ଦେଖି ସେ ଖୁସି ହୋଇଯା’ନ୍ତି ଓ ନିଜେ ଖାଇବା ତିଆରି କରିବା ପାଇଁ ପସନ୍ଦ କରିଥା’ନ୍ତି। ଏବେ ବି ସେ ଘିଅ ଓ ଲହୁଣୀ ଖାଇବାରୁ ନିଜକୁ ଦୂରେଇ ରଖିପାରି ନାହାନ୍ତି।

ସେ ଆହୁରି କହିଛନ୍ତି, “ମୁଁ ରିଫାଇଣ୍ଡ୍‌ ସୁଗାର ଖାଏ ନାହିଁ। ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ର ମାତ୍ରାକୁ ନିୟନ୍ତ୍ରଣ କରେ। ସର୍ବଦା ଘର ଖାଦ୍ୟ ଖାଇବାକୁ ମୁଁ ନିୟମ କରିଛି। ଯଦି କେହି ଓଜନ କମ୍‌ କରି ଫିଟ୍‌ ରହିବାକୁ ଚାହୁଁଛନ୍ତି, ତା’ହେଲେ ଘର ଖାଇବା ତାଙ୍କ ପାଇଁ ମାଷ୍ଟର ଷ୍ଟ୍ରୋକ୍‌ ପରି କାମଦେବ।”

Advertisment

ସୂଚନାଯୋଗ୍ୟ, ଫେବୃଆରୀ ୨୨ରେ ଭୂମି ଜଣେ ଶେଫ୍‌ଙ୍କ ସହିତ ଏକ କୁକିଙ୍ଗ୍‌ ସେଶନ୍‌ରେ ଭାଗ ନେବାକୁ ଯାଉଛନ୍ତି। ଶେଷଥର ଭୂମିଙ୍କୁ ତାପସୀ ପନ୍ନୁଙ୍କ ସହିତ ଫିଲ୍ମ ‘ଷାଣ୍ଢ କି ଆଁଖ୍‌’ରେ ଦେଖିବାକୁ ମିଳିଥିଲେ। ବର୍ତ୍ତମାନ ସେ ଫିଲ୍ମ ‘ଦୁର୍ଗାବତୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଆଗକୁ ସେ କରଣ ଜୋହର୍‌ଙ୍କ ଫିଲ୍ମ ‘ତଖ୍‌ତ’ରେ ନଜର ଆସିବେ।