ବୋଲ୍ଡ ସିନ୍ ଦେବାରେ ମୋର ସଙ୍କୋଚ ନାହିଁ: ସୁପ୍ରିୟା

‘ଲଭ୍ ପାଇଁ କୁଛ୍‌ଭି କରେଗା’ ଜରିଆରେ ଓଲିଉଡ୍‌ରେ ପାଦ ଥାପି ଥିବା ସୁପ୍ରିୟା ମିସ୍ ଇଣ୍ଡିଆ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଫେସନ୍ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଷ୍ଟାଇଲ୍ କନ୍‌ସସ୍ ସୁପ୍ରିୟାଙ୍କର ବୋଲ୍ଡ ସିନ୍ ଦେବାରେ କୌଣସି ସଙ୍କୋଚ ନାହିଁ। ‘ଲଭ୍ ପାଇଁ କୁଛ୍‌ଭି କରେଗା’ର ଅନୁଭୂତି ଓ ଅନ୍ୟାନ୍ୟ କଥାକୁ ନେଇ ସୁପ୍ରିୟାଙ୍କ ସହ ଆମ ପ୍ରତିନିଧି କରିଥିବା ଆଲୋଚନାର କିୟଦଂଶ ଆମେ ଏଠାରେ ଉପସ୍ଥାପନ କରୁଛୁ। ପ୍ର- ଆମେ ଶୁଣିଛୁ ’ଲଭ୍ […]

supriya1

Rakesh Mallick
  • Published: Thursday, 20 October 2016
  • , Updated: 27 April 2017, 05:29 PM IST

‘ଲଭ୍ ପାଇଁ କୁଛ୍‌ଭି କରେଗା’ ଜରିଆରେ ଓଲିଉଡ୍‌ରେ ପାଦ ଥାପି ଥିବା ସୁପ୍ରିୟା ମିସ୍ ଇଣ୍ଡିଆ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଫେସନ୍ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଷ୍ଟାଇଲ୍ କନ୍‌ସସ୍ ସୁପ୍ରିୟାଙ୍କର ବୋଲ୍ଡ ସିନ୍ ଦେବାରେ କୌଣସି ସଙ୍କୋଚ ନାହିଁ। ‘ଲଭ୍ ପାଇଁ କୁଛ୍‌ଭି କରେଗା’ର ଅନୁଭୂତି ଓ ଅନ୍ୟାନ୍ୟ କଥାକୁ ନେଇ ସୁପ୍ରିୟାଙ୍କ ସହ ଆମ ପ୍ରତିନିଧି କରିଥିବା ଆଲୋଚନାର କିୟଦଂଶ ଆମେ ଏଠାରେ ଉପସ୍ଥାପନ କରୁଛୁ।

ପ୍ର- ଆମେ ଶୁଣିଛୁ ’ଲଭ୍ ପାଇଁ କୁଛ୍‌ଭି କରେଗା’ର ନାଚ ସୁଟିଂ ବେଳେ ଆପଣ ମାଡ଼ ଖାଇଛନ୍ତି। କେତେ ମାଡ଼ ଖାଇଛନ୍ତି ଓ କାହାଠୁ ଖାଇଛନ୍ତି?

ଉ- ମୁଁ ନାଚ ପାଇଁ ବହୁତ ମାଡ଼ ଖାଇଛି। ସୁଟିଂ ବେଳେ ସୁଧାକର ସାର ମୋତେ ବାଡ଼େଇଛନ୍ତି। ମୁଁ ଠିକ୍ ସେ ନାଚ କରି ପାରି ନ ଥିଲି ବୋଲି ତାଙ୍କଠାରୁ ହାଲ୍‌କା ମାଡ଼ ଖାଇଛି।

ପ୍ର-ମାଡ଼ ଖାଇ କି କଷ୍ଟ ଲାଗିଲା ନା ସୁଧାକର ସାର୍‌ଙ୍କ ଉପରେ ରାଗ ଲାଗିଲା?

ଉ-ଟିକେ ରାଗି ଯାଇଥିଲି। କଷ୍ଟ ବି ହୋଇଥିଲା। ତା’ପରେ ସାର୍ ମୋତେ ବୁଝେଇଥିଲେ। ଗୀତର ଭିଜୁଆଲ୍ ଦେଖିଲା ପରେ ମୋର ସବୁ ଦୁଃଖ ପାଣିଫୋଟକା ପରି ଉଭେଇ ଯାଇଥିଲା।

ପ୍ର-କିସିଂ ସିନ୍ ନେଇ ଆପଣଙ୍କର କ’ଣ ରିଆକ୍ସନ୍ ଥିଲା?

ଉ-ମୋତେ ଯେତେବେଳେ ପ୍ରଥମେ କିସ୍ ସିନ୍ ଅଛି ବୋଲି କୁହାଗଲା ମୁଁ ପୂରା ନର୍ଭସ ହୋଇଯାଇଥିଲି। ମୁଁ ଭାବିଲି ଆରେ ବାପ୍‌ରେ କିସ୍ ସିନ୍‌, କରିବି କେମିତି? ବହୁତ ଡରି ଯାଇଥିଲି। ଅନ୍‌କମ୍‌ଫରଟେବୁଲ୍‌ ହୋଇଯାଇଥିଲି। କିନ୍ତୁ ସେଟ୍ ଉପରକୁ ଗଲା ବେଳକୁ ସମସ୍ତେ ନର୍ମାଲ ଥିଲେ। ସବୁ ଠିକ୍‌ଠାକ୍ ଥିଲା। ମୁଁ ଭାବିଲି କିସ୍ ସିନ୍ ବେଳେ କ’ଣ ସମସ୍ତେ ଏମିତି କାମ୍ ଆଣ୍ଡ୍ କଂପୋଜ୍ ଥାଆନ୍ତି? ତା’ପରେ ସାର୍ ମୋତେ କହିଲେ ଯେ କିସ୍ ନାହିଁ। ତୁମକୁ କେବଳ କିସ୍ କରୁଛ ବୋଲି ଅଭିନୟ କରିବାକୁ ପଡ଼ିବ। ତା’ପରେ ମୁଁ ରିଲାକ୍ସ ହେଲି।

ପ୍ର-ଉ ଲା ଲା ଗୀତର ଅନୁଭୂତି କେମିତି ଥିଲା?

ଉ-ଉ ଲା ଲା ଗୀତରେ ବହୁତ ଭଲ ଏକ୍ସପେରିଏନ୍ସ ରହିଛି। ଏ ଗୀତରେ ବି ମୁଁ ସୁଧାକର ସାର୍‌ଙ୍କଠାରୁ ମାଡ଼ ଖାଇଛି। ଏହି ଗୀତରେ ମୋତେ ନଡ଼ିଆ ବାହୁଙ୍ଗାରେ ଟଣା ଯାଇଛି, ବ୍ରିଜ୍‌ର ପତଳା ବାଢ଼ାରେ ମୁଁ ଚାଲିଛି, ୬୦-୭୦ ଫୁଟ ଗଭୀର ପାଣିରେ ମୁଁ ବୋଟିଂ କରିଛି, ଖଜୁରୀ ରସ ପିଇଛି, ଶିଉଳି ଓ ପାଣି ମଝିରେ ଲୁନା ଚଲାଇଛି। ଟ୍ରାକ୍ଟର ବି ଚଳାଇଛି। ରିଅଲ୍ ଲାଇଫ୍‌ରେ ମୁଁ ଯାହା ସବୁ ଉପଭୋଗ କରିବାକୁ ଚାହୁଁଥିଲି ଏହି ଗୀତ ମାଧ୍ୟମରେ ସେସବୁ ପୂରଣ ହୋଇଛି।

ପ୍ର- ଏଇ ଫିଲ୍ମରେ ଆପଣ ଟ୍ରାକ୍ଟର ଚଲାଇଛନ୍ତି। ଆଗରୁ ଟ୍ରାକ୍ଟର ଚଲାଇବା ଶିଖିଥିଲେ ନା ଏ ଫିଲ୍ମରେ ଶିଖିଲେ?

ଉ-ନା ନା ମୁଁ ଆଗରୁ କେବେ ଟ୍ରାକ୍ଟର ଚଲାଇ ନ ଥିଲି। ବାବୁଶାନ ପ୍ରଥମେ ଟ୍ରାକ୍ଟର ଚଲାଇବା ଶିଖିଲେ। ତା’ପରେ ସେ ମୋତେ ଶିଖାଇଲେ। ଏଇଟା ଏକ ଭଲ ଅନୁଭୂତି ଥିଲା।

ପ୍ର-ଶେହଜାଦି ଗୀତରେ ବୋଲ୍ଡ ସିନ୍ ରହିଛି। ବୋଲ୍ଡ ସିନ୍ ଦେବା ପାଇଁ ଯେତେବେଳେ ଆପଣଙ୍କୁ କୁହାଯାଇଥିଲା କ’ଣ ଫିଲ୍ କରିଥିଲେ?

ଉ-ମୁଁ ବହୁତ୍ କମ୍‌ଫରଟେବୁଲ ଥିଲି। ଏହି ଗୀତରେ ଯେଉଁ କଷ୍ଟ୍ୟୁମ୍ ରହିଛି ତାହାକୁ ମୁଁ ନିଜେ ସିଲେକ୍ଟ କରିଥିଲି। ‘ଉ ଲା ଲା’ ଗୀତ ବହୁତ ବଢ଼ିଆ ହୋଇଥିଲା। ଟାଇଟେଲ୍ ସଙ୍ଗ୍ ‘ଲଭ୍ ପାଇଁ କୁଛ୍‌ଭି କରେଗା’ ଭିନ୍ନ ଢଙ୍ଗରେ ହୋଇଥିଲା। ତେଣୁ ‘ଶେହଜାଦି’ ଭଳି ରୋମାଣ୍ଟିକ୍ ଗୀତଟିକୁ ବି ଭିନ୍ନ ଢଙ୍ଗରେ ହେଉ ବୋଲି ମୁଁ ଚାହିଁଥିଲି। ସେଥିରେ କିଛି ବୋଲ୍ଡନେସ୍ ରହୁ ବୋଲି ମୁଁ ଚାହୁଁଥିଲି। ‘ଶେହଜାଦି’ ଗୀତକୁ ମୁଁ ଜଷ୍ଟିସ୍ ଦେଇଛି। ସେତିକି ବୋଲ୍ଡନେସ୍ ଓ ଏକ୍ସପୋଜ୍ ନ ଥିଲେ ସେ ଗୀତ ଏତେ ଭଲ ହୋଇନଥାଆନ୍ତା। କାରଣ ସେ ଗୀତଟିର ଲିରିକ୍ ଓ ବ୍ୟାକ୍‌ଗ୍ରାଉଣ୍ଡ୍ ଖୁବ୍ ଭଲ ଥିଲା। ସେହି ଅନୁସାରେ ଭଲ କଷ୍ଟ୍ୟୁମ୍‌ର ବି ଆବଶ୍ୟକତା ଥିଲା।

ପ୍ର-ଅନେକ ବୋଲ୍ଡ ସିନ୍ ଦେବାକୁ ଏଡ଼ାଇ ଯାଆନ୍ତି, କିନ୍ତୁ ଆପଣ ଏହାକୁ ଗ୍ରହଣ କରୁଛନ୍ତି।

ଉ-ବୋଲ୍ଡ ସିନ୍‌କୁ ମୁଁ ଗ୍ରହଣ କରିଛି। ଆଗକୁ ବି ବୋଲ୍ଡ ସିନ୍‌ରେ ଅଭିନୟ କରିବି। କାରଣ ବୋଲ୍ଡ ସିନ୍‌ରେ ଅଭିନୟ କଲେ ଆପଣଙ୍କର ନିଜ ଉପରେ କେତେ ବିଶ୍ୱାସ ଅଛି ତାହା ଦେଖାଯାଏ। ମୋର ନିଜ ଉପରେ ବହୁତ ବିଶ୍ୱାସ ରହିଛି। ଆଉ ତାହା ମୋ ବୋଲ୍ଡ ସିନ୍‌ରୁ ଜଣାପଡ଼ିଯାଉଛି।

ପ୍ର-ଆପଣ କ’ଣ ସବୁ ପ୍ରକାରର ପୋଷାକରେ ନିଜକୁ କମ୍‌ଫରଟେବୁଲ ଫିଲ୍ କରନ୍ତି?

ଉ-ସବୁ କଷ୍ଟ୍ୟୁମ୍ ମୋତେ ଭଲ ଲାଗେ। ମୁଁ ଯାହା ବି ପିନ୍ଧିଲେ ଅନ୍‌କମ୍‌ଫରଟେବୁଲ୍‌ ଫିଲ୍ କରେନି। ଆଜି ପର୍ଯ୍ୟନ୍ତ ଏମିତି କିଛି ଲାଗିନି। ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହି ମୁଁ ବିଭିନ୍ନ ପ୍ରକାର ପୋଷାକ ପିନ୍ଧେ। ବୋଲ୍ଡ ରହେ କିନ୍ତୁ ଓଭର ଏକ୍ସପୋଜ୍ କରେନି। ଯେଉଁଠି ଯେତିକି ଦରକାର ସେତିକି ପିନ୍ଧେ।

ପ୍ର-ଆପଣଙ୍କ ଜୀବନର ଲକ୍ଷ୍ୟ କ’ଣ?

ଉ-ମୁଁ ମିସ୍ ଇଣ୍ଡିଆ ହେବାକୁ ଚାହେଁ। ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଚାହେଁ। ମୁଁ ଫିଲ୍ମ ନିର୍ଦ୍ଦେଶକ ହେବାକୁ ଚାହେଁ। ତା’ସହିତ ଜଣେ ଭଲ ମଣିଷ ହେବାକୁ ଚାହେଁ।

ପ୍ର-ତା’ହେଲେ ମିସ୍ ଇଣ୍ଡିଆ ହେବା ପାଇଁ କେମିତି ପ୍ରସ୍ତୁତି ଚଳାଇଛନ୍ତି?

ଉ-ମିସ୍ ଇଣ୍ଡିଆ ପାଇଁ ମୁଁ ପ୍ରସ୍ତୁତି ଚଳାଇଛି। ଡାଏଟ୍ ଉପରେ ଧ୍ୟାନ ଦେଉଛି। ୱାକ୍ ଶିଖୁଛି। କେମିତି ପୋଜ୍ ଦେବାକୁ ହେବ ତାହା ଶିଖୁଛି। ନିଜକୁ କିପରି ଉପସ୍ଥାପନ କରିବାକୁ ହେବ ତାହା ବି ଶିଖୁଛି।

ପ୍ର- କିଏ ଆପଣଙ୍କୁ ଗାଇଡ୍ କରନ୍ତି?

ଉ-ଅଭିନୟଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନର ସମସ୍ତ କଥାରେ ମୋ ମା’ ମୋତେ ଗାଇଡ୍ କରନ୍ତି। ସେ ମୋତେ ଟିପ୍ସ ଦିଅନ୍ତି। ମୋ ମା’ ମୋ ପାଇଁ ସବୁ କିଛି। ସେ ମୋ ଲାଇଫ୍ ଲାଇନ୍। ମୁଁ ଆଜି ଯାହା ବି ହୋଇଛି କେବଳ ମୋ ମା’ଙ୍କ ପାଇଁ।

Related story