‘୩୦ବର୍ଷ ବୟସ ପର୍ଯ୍ୟନ୍ତ ମୁଁ କୁକୁର ଭଳିଆ ଥିଲି’

ମୁମ୍ବାଇ: ବଲିଉଡ୍‌ରେ #Me too ଅଭିଯାନ୍‌ ପାଇଁ ଅଡୁଆରେ ପଡିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌।  ତାଙ୍କ ଉପରେ ଯୌନଶୋଷଣ ଓ ଅସଦାଚରଣ ଅଭିଯୋଗ ହୋଇଛି। ଏକାଧିକ ମହିଳା ଏଭଳି ଅଭିଯୋଗ ଆଣିବା ପରେ ସେ ନିର୍ଦ୍ଦେଶନା ଦେଉଥିବା ‘Housefull 4’ରୁ ବାହାରି ଯାଇଛନ୍ତି। ତେବେ ନିଜ ଉପରେ ଲାଗିଥିବା ଆରୋପକୁ ସେ ଅସ୍ୱୀକାର କରିଛନ୍ତି।

କିନ୍ତୁ ପୂର୍ବରୁ ସେ ଅନେକ ଝିଅଙ୍କ ହୃଦୟ ଭାଙ୍ଗିଛନ୍ତି ବୋଲି ନିଜେ କହିଥିଲେ। ତିନି ବର୍ଷ ପୂର୍ବରୁ ବଲିଉଡ୍‌ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ସ୍ୱିକାରୋକ୍ତି ଦେଇଥିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅନେକ ମହିଳାଙ୍କୁ ଧୋକା ଦେବା ସହ ସେମାନଙ୍କ ସହ ଖରାପ ବ୍ୟବହାର କରିଥିବା କହୁଛନ୍ତି ସାଜିଦ୍।

ଉକ୍ତ ସାକ୍ଷାତକାରରେ ତାଙ୍କୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚରାଯାଇଥିଲା। ସେ କହିଥିଲେ- “ମୁଁ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଅନେକ ମହିଳାଙ୍କ ସହ ପ୍ରେମ ସମ୍ପର୍କରେ ଥିଲି । ଏମିତିକି ମୁଁ କୁକୁର ଭଳି ହେଉଥିଲି। ଆଜି ଏଠି ତ କାଲି ସେଠି। ମୁଁ ଅନେକ ମହିଳାଙ୍କ ସହ ରିଲସନ୍‌ସିପ୍‌ରେ ରହିସାରିଛି। ଅନେକ ମହିଳାଙ୍କ ହୃଦୟ ବି ଭାଙ୍ଗିଛି। ତାଙ୍କୁ ମିଛ କହି ସେମାନଙ୍କୁ ଧୋକା ଦେଇଛି । ସେ ସମୟରେ ମୋ ଜୀବନରେ ବହୁତ ଭଲ ଭଲ ଝିଅ ଥିଲେ । କିନ୍ତୁ ମୁଁ ସେମାନଙ୍କ ସହ ଖରାପ ବ୍ୟବହାର କରିଥିଲି। ଧିରେଧିରେ ମୁଁ ଫିଲ୍ମ ଦୁନିଆରେ ସଫଳ ହେବାରେ ଲାଗିଲି।’’

ସାଜିଦ୍‌ ଆହୁରି କହିଥିଲେ, ‘‘୩୦ ବର୍ଷ ପରେ ଧିରେଧିରେ ମୁଁ କାମ ଉପରେ ଧ୍ୟାନ ଦେଲି। ମୁଁ ଫିଲ୍ମ ନିର୍ମାଣ ଉପରେ ଫୋକସ୍‌ କଲି। ଆଉ ଫିଲ୍ମ ତିଆରି କରିବା ଆରମ୍ଭ କରିଦେଲି। ସାଧାରଣତଃ ଯେତେବେଳେ ଫିଲ୍ମ ତିଆରି ହୁଏ ସେତେବେଳେ ଫୋକସ୍‌ ଫିଲ୍ମ ତିଆରିରେ ହିଁ ରହିଥାଏ। ମହିଳାଙ୍କ ପ୍ରତି ମୁଁ ଅଧିକ ଆକର୍ଷିତ ହୋଇ ନ ଥାଏ।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ସିମ୍‌ରନ୍‌ ସୁରୀ, ରିଚେଲ୍‌ ହ୍ୱାଇଟ୍‌ଙ୍କ ବ୍ୟତୀତ ଆହୁରି ଅନେକ ମହିଳା ସାଜିଦ୍‌ଙ୍କ ନାଁରେ ଯୌନ ଉତ୍ପୀଡନ ଓ ଅସଦାଚାରଣ କରିବାର ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ

ଅଭିନେତାଙ୍କୁ ଛୁରୀ ଭୁସି ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ

୧,୭୨,୦୦୦ ବର୍ଷ ତଳେ ଥର ମରୁଭୂମିରେ ଥିଲା ଗୋଟେ ନଈ

ଫିଲ୍ମ ଷ୍ଟାଇଲ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ଭର୍ତ୍ତି ଟ୍ରକ୍‌ ହାଇଜ୍ୟାକ

ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନିର୍ବାଚନ ପୂର୍ବରୁ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କରୋନା

ଟିଆରପି ସ୍କାମ୍: ସିବିଆଇ ତଦନ୍ତକୁ ରାଜ୍ୟ ନା କହିବାର କାରଣ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ

ତୁମ ମା’ଙ୍କୁ କୁହ ମୋତେ ଭୁଲିଯିବେ !