Advertisment

'IC 814' ବିବାଦ; ଆତଙ୍କବାଦୀଙ୍କ ପ୍ରକୃତ ନାଁ ରଖିବ ନେଟଫ୍ଲିକ୍ସ

ବିବାଦ ଉପୁଜିବା ପରେ ୱେବ୍ ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାଁ ରଖିବାକୁ ନିଷ୍ପତ୍ତି ନେଲା ନେଟଫ୍ଲିକ୍ସ।

ଅଦ୍ୟତନ ହୋଇଛି
'IC 814' Stars

'IC 814' Stars

Advertisment

'IC 814: ଦ କାନ୍ଦାହାର ହାଇଜାକ୍' ୱେବ୍ ସିରିଜରେ ରହିବ ଆତଙ୍କବାଦୀଙ୍କ ପ୍ରକୃତ ନାଁ। ବିବାଦ ଉପୁଜିବା ପରେ ୱେବ୍ ସିରିଜରେ ଆତଙ୍କବାଦୀଙ୍କ ପକୃତ ନାଁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନେଟଫ୍ଲିକ୍ସ କଣ୍ଟେଣ୍ଟ ଉପସଭାପତି ମୋନିକା ଶେର୍ଗିଲ୍ କହିଛନ୍ତି। 

Advertisment

ସେ ଏକ ବିବୃତ୍ତି ଜାରି କରି କହିଛନ୍ତି, "1999ରେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ 814 ଅପହରଣ ଉପରେ ଆଧାରିତ ୱେବ୍ ସିରିଜକୁ ଅପଡେଟ୍ କରାଯାଇଛି। ଘଟଣା ବାବଦରେ ଅବଗତ ନଥିବା ଦର୍ଶକଙ୍କ ନିମନ୍ତେ ଅପହରଣ କରିଥିବା ଆତଙ୍କବାଦୀଙ୍କ ପ୍ରକୃତ ନାଁ ଉଲ୍ଲେଖ କରିବାକୁ ନିଷ୍ପତ୍ତି ନିଆଯିବା ପରେ ଏହାକୁ ଏଡିଟ୍ କରାଯାଇଛି।"

ପ୍ରକାଶ ଥାଉକି, ଏହି ସିନେମା 1999ରେ ଆତଙ୍କବାଦୀଙ୍କ ଦ୍ୱାରା ହାଇଜାକ୍ ହୋଇଥିବା ଇଣ୍ଡିଆନ ଏୟାରଲାଇନ୍ସର 814 ବିମାନ ଉପରେ ଆଧାରିତ। ଦୀର୍ଘ 25 ବର୍ଷ ତଳେ ଆତଙ୍କବାଦୀମାନେ ନେପାଳର କାଠମାଣ୍ଡୁ ଯାଉଥିବା ଭାରତୀୟ ବିମାନକୁ ହାଇଜାକ୍ କରି ଆଫଗାନିସ୍ତାନର କାନ୍ଦାହାର ନେଇ ଯାଇଥିଲେ। ଏପରି କରିବା ପଛରେ ଆତଙ୍କବାଦୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଭାରତ ବନ୍ଦୀ କରି ରଖିଥିବା 3 କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକୁଳାଇବା।

Advertisment

ଭାରତ ସରକାର ମଧ୍ୟ ନାଗରିକଙ୍କ ଜୀବନ ରକ୍ଷା ପାଇଁ ଆତଙ୍କବାଦୀଙ୍କ ସର୍ତ୍ତ ମାନିଥିଲେ ଏବଂ ବନ୍ଦୀ ଥିବା ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ। ଏହି ଘଟଣା ଉପରେ ଆଧାରିତ ହୋଇଛି 'ଆଇସି 814: ଦ କାନ୍ଦାହାର ହାଇଜାକ୍'। ଅନୁଭବ ସିହ୍ନା ଏହାର ନିର୍ଦ୍ଦେଶନା ଦେଇ ଥିବାବେଳେ ଅଗଷ୍ଟ 29ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା।

କିନ୍ତୁ ୱେବ୍ ସିରିଜରେ ଆତଙ୍କବାଦୀଙ୍କ ଛଦ୍ମନାମ ରଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ଅଭିଯୋଗ କରି କହିଥିଲେ ଯେ, 'IC 814'କୁ ଅପହରଣ କରିଥିବା ଆତଙ୍କବାଦୀ ଖୁବ୍‌ ଦୁର୍ଦ୍ଦାନ୍ତ ଥିଲେ। ନିଜ ପରିଚୟ ଲୁଚାଇବାକୁ ସେମାନେ ଛଦ୍ମ ନାମ ବ୍ୟବହାର କରିଥିଲେ। ମାତ୍ର ଏବେ ନିର୍ଦ୍ଦେଶକ ଅନୁଭବ ସିହ୍ନା ସେହି ଛଦ୍ମ ନାମଗୁଡ଼ିକୁ ପରଦାକୁ ଆଣି ତାହା ବୈଧ ଥିଲା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।

ଏହାପରେ ନେଟଫ୍ଲିକ୍ସ କଣ୍ଟେଣ୍ଟ ଉପସଭାପତି ମନିକା ଶେର୍ଗିଲ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ସାକ୍ଷାତ କରିବାର କିଛି ଘଣ୍ଟା ପରେ ବିବୃତ୍ତି ଜାରିକରି ଆତଙ୍କବାଦୀଙ୍କ ଛଦ୍ମନାମ ପରିବର୍ତ୍ତେ ପ୍ରକୃତ ନାମ ଅନୁସାରେ ୱେବ ସିରିଜ୍ ଉପଲବ୍ଧ ହେବ ବୋଲି କହିଛନ୍ତି। 

NetFlix IC814 Web Series Flight Hizack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe