ic-814-web-series
ନେଟଫ୍ଲିକ୍ସର ନୂଆ ୱେବ ସିରିଜ ‘IC814' କୁ ନେଇ ଆରମ୍ଭ ହୋଇ ଯାଇଛି ବିବାଦ । ଏହି ମଲ୍ଟି ଷ୍ଟାରର ସିରିଜକୁ ଲୋକଙ୍କୁ ଭଲ ପାଇବା ମିଳୁଥିବା ସତ୍ତ୍ୱେ ଏହା ବିବାଦ ଘେରକୁ ଟାଣି ହୋଇ ଯାଇଛି।
ଏହି ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାମକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ବିବାଦ ଜୋର ଧରିବାରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନେଟଫ୍ଲିକ୍ସର କଣ୍ଟେଣ୍ଟ ହେଡ୍ଙ୍କୁ ସମନ କରିଛନ୍ତି। ଏଥିସହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସ୍ପଷ୍ଟିକରଣ ମଗାଯାଇଛି।
୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପ୍ରାୟ ୨୫ ବର୍ଷ ପରେ ଏହି ଘଟଣାକୁ ପରଦା ଉପରକୁ ଆଣିଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା। ନେଟଫ୍ଲିକ୍ସରେ ୱେବ ସିରିଜ ‘IC814' ନାମରେ ଏହା ଖୁବ୍ ଶୀଘ୍ର ପରଦା ଉପରକୁ ଆସୁଥିବା ବେଳେ ଏହାକୁ ନେଇ ଆରମ୍ଭ ହେଲାଣି ବିବାଦ ।
୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ସେମାନେ ବିମାନଟିକୁ ଆଫଗାନିସ୍ତାନର କାନ୍ଧାର ନେଇ ଯାଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଚହଳ ପକାଇଥିଲା। ଆଉ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବା ନିମନ୍ତେ ଭାରତ ସରକାରଙ୍କୁ ଅପହରଣକାରୀଙ୍କ ସର୍ତ୍ତ ମାନିବାକୁ ପଡ଼ିଥିଲା। ଅପହରଣକାରୀଙ୍କ ଦାବି ମଧ୍ୟରେ ଭାରତ ଜେଲ୍ରେ ବନ୍ଦ ଥିବା ୩ କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଥିଲା। ଭାରତ ସରକାର ସେମାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ସେବେଠୁ ଆଜି ପର୍ଯ୍ୟନ୍ତ ଭାରତରେ ହେଉଥିବା ବଡ଼ ବଡ଼ ଆତଙ୍କୀ କାର୍ଯ୍ୟକଳାପ ପଛରେ ଏହି ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ‘IC814' ଫ୍ଲାଇଟ୍କୁ ଅପହରଣ କରିଥିବା ପ୍ରକୃତ ଆତଙ୍କବାଦୀଙ୍କ ପରିଚୟ ଲୁଚାଇବାକୁ ୱେବ ସିରିଜରେ ଚେଷ୍ଟା କରାଯାଇଛି। ଏଥିନିମନ୍ତେ ସେମାନଙ୍କ ଛଦ୍ମ ନାମ ବ୍ୟବହାର କରାଯାଇଛି। ଯେପରିକି ଶୋ’ରେ ସେମାନଙ୍କ ନାମ ରହିଛି, ବର୍ଗର, ଚିଫ୍, ଶଙ୍କର ଓ ଭୋଳା। ଏହାକୁ ନେଇ ଲୋକେ ଶୋ’କୁ ବିରୋଧ କରୁଥିବା ବେଳେ #BoycottNetflix ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି।
ବିଜେପି ଆଇଟି ସେଲ୍ ଚିଫ୍ ଅମିତ ମାଲବୀୟ କହିଛନ୍ତି, 'IC 814' କୁ ଅପହରଣ କରିଥିବା ଆତଙ୍କବାଦୀ ଖୁବ୍ ଦୁର୍ଦ୍ଦାନ୍ତ ଥିଲେ। ନିଜ ପରିଚୟ ଲୁଚାଇବାକୁ ସେମାନେ ଛଦ୍ମ ନାମ ବ୍ୟବହାର କରିଥିଲେ। ମାତ୍ର ଏବେ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏବେ ସେହି ଛଦ୍ମ ନାମଗୁଡ଼ିକୁ ପରଦା ଉପରକୁ ଆଣି ତାହାକୁ ବୈଧ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।
ଏହାକୁ ନେଇ ଶୋ’ର କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ା କହିଛନ୍ତି, ଏହି ଶୋ’ ପାଇଁ ବହୁତ ରିସର୍ଚ୍ଚ କରାଯିବା ପରେ ଆତଙ୍କବାଦୀମାନେ ନିକ୍-ନେମ୍ ବ୍ୟବହାର କରାଯାଇଥିବା ଜଣାଯାଇଛି। ଆପଣ ଏହାକୁ ନିକ୍ ନେମ୍ ବା ନକଲି ନାଁ କହିପାରନ୍ତି। କିନ୍ତୁ ଆମେ ଯାହା ପରଦା ଉପରକୁ ଆଣିଛୁ, ବହୁତ ରିସର୍ଚ୍ଚ ପରେ ଏହାକୁ ଚିତ୍ରଣ କରିଛୁ। କାରଣ ଅପହରଣକାରୀମାନେ ପରସ୍ପରକୁ ଏହି ସବୁ ନାଁରେ ହିଁ ସମ୍ବୋଧନ କରୁଥିଲେ ତେଣୁ ଆମ ଉପରେ ଯେଉଁମାନେ ବିଶ୍ୱାସ କରି, ଏହି ମଲ୍ଟି - ଷ୍ଟାରର ଶୋ’କୁ ଭଲ ପାଇବା ଦେଇଛନ୍ତି ସେମାନଙ୍କୁ ବହୁତ ଧନ୍ୟବାଦ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
