ବିକ୍ରି ହେବ ଆର୍‌କେ ଷ୍ଟୁଡିଓ, ‘ବିକଳ୍ପ' ପାଇଁ ଟ୍ୱିଟର୍‌ରେ ପ୍ରସ୍ତାବ ଦେଲେ ୟୁଜର୍ସ

ମୁମ୍ୱାଇ (ଓଡ଼ିଶା ରିପୋର୍ଟର୍‌):ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅନ୍ୟତମ କିମ୍ବଦନ୍ତୀ ପ୍ରତିଷ୍ଠାନ ଆର୍‌କେ ଷ୍ଟୁଡିଓ ବିକ୍ରି ହେବ। ଗତବର୍ଷ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଷ୍ଟୁଡିଓର ବହୁ ମୂଲ୍ୟବାନ ସଂପତ୍ତି ଓ ସ୍ମାରକୀ ନଷ୍ଟ ହୋଇଯିବା ପରେ କପୁର୍‌ ପରିବାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କପୁର୍‌ ପରିବାରର ଏହି ନିଷ୍ପତ୍ତି ଇଣ୍ଟର୍‌ନେଟ୍‌ ୟୁଜର୍ସ୍‌ ଓ ଫିଲ୍ମ୍‌ ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ଷ୍ଟୁଡିଓକୁ ବୁଲ୍‌ଡୋଜର୍‌ ଲଗାଇ ଭାଙ୍ଗି ନଦେଇ, ବରଂ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେମାନେ କିଛି ବିକଳ୍ପ ପ୍ରସ୍ତାବ […]

rkstudio

rkstudio

Mihir Pattnayak
  • Published: Wednesday, 29 August 2018
  • Updated: 29 August 2018, 08:08 AM IST

Sports

Latest News

ମୁମ୍ୱାଇ (ଓଡ଼ିଶା ରିପୋର୍ଟର୍‌):ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅନ୍ୟତମ କିମ୍ବଦନ୍ତୀ ପ୍ରତିଷ୍ଠାନ ଆର୍‌କେ ଷ୍ଟୁଡିଓ ବିକ୍ରି ହେବ। ଗତବର୍ଷ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଷ୍ଟୁଡିଓର ବହୁ ମୂଲ୍ୟବାନ ସଂପତ୍ତି ଓ ସ୍ମାରକୀ ନଷ୍ଟ ହୋଇଯିବା ପରେ କପୁର୍‌ ପରିବାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କପୁର୍‌ ପରିବାରର ଏହି ନିଷ୍ପତ୍ତି ଇଣ୍ଟର୍‌ନେଟ୍‌ ୟୁଜର୍ସ୍‌ ଓ ଫିଲ୍ମ୍‌ ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ଷ୍ଟୁଡିଓକୁ ବୁଲ୍‌ଡୋଜର୍‌ ଲଗାଇ ଭାଙ୍ଗି ନଦେଇ, ବରଂ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେମାନେ କିଛି ବିକଳ୍ପ ପ୍ରସ୍ତାବ ଦେଇଛନ୍ତି।

କିମ୍ବଦନ୍ତୀ ଅଭିନେତା ରାଜ୍‌ କପୁର୍‌ ୧୯୪୮ ମସିହାରେ ଆର୍‌କେ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ। ମୁମ୍ୱାଇର ଚେମ୍ବୁର ଅଞ୍ଚଳରେ ପ୍ରାୟ ୨ ଏକର ପରିମିତ ଜାଗାରେ ଏହି ପ୍ରଖ୍ୟାତ ଷ୍ଟୁଡିଓ ନିର୍ମାଣ ହୋଇଥିଲା। ତେବେ ଗତବର୍ଷ ହୋଇଥିବା ଅଗ୍ନିକାଣ୍ଡରେ ଷ୍ଟୁଡିଓର କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ବହୁ ଐତିହାସିକ ସାମଗ୍ରୀ ଓ ସ୍ମାରକୀ ପୋଡ଼ି ନଷ୍ଟ ହୋଇଯାଇଥିଲା।

[caption id="attachment_268976" align="aligncenter" width="750"]rkstudio1 ରାଜ୍ କପୁରଙ୍କ ତିନି ପୁଅ ରାଜୀବ, ରିଷି ଓ ରଣଧୀର (ବାମରୁ), ରଣବୀର ବି ଉପସ୍ଥିତ ଅଛନ୍ତି image credit- internet[/caption]

ସ୍ୱର୍ଗତଃ ରାଜ୍ କପୁର୍‌ଙ୍କ ପୁଅ ତଥା ଜଣାଶୁଣା ଅଭିନେତା ରିଷି କପୁର୍‌ କହିଛନ୍ତି ଯେ ଷ୍ଟୁଡିଓକୁ ପୁନଃନିର୍ମାଣ କରିହେବ, କିନ୍ତୁ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଥିବା ଐତିହାସିକ ସ୍ମାରକୀସବୁ ଆଉ ଫେରି ପାଇବା ସମ୍ଭବ ନୁହେଁ। ଏହା ସହ ପୁନଃନିର୍ମାଣ ପରେ ଷ୍ଟୁଡିଓକୁ ଚଳାଇବା ଆର୍ଥିକ ଦୃଷ୍ଟିରୁ ମଧ୍ୟ ସମ୍ଭବପର ନୁହେଁ। ରିଷି କହିଛନ୍ତି, ଆର୍‌କେ ଷ୍ଟୁଡିଓକୁ ବିକ୍ରି କରିବା କପୁର୍‌ ପରିବାରର ଏକ ସର୍ବସମ୍ମତ ନିଷ୍ପତ୍ତି।

ତେବେ ଏପରି ଖବର ଜାଣିବା ପରେ ଇଣ୍ଟର୍‌ନେଟ୍‌ରେ ବହୁ ୟୁଜର୍ସ୍‌ ଆର୍‌କେ ଷ୍ଟୁଡିଓକୁ ସରକାର କିଣି ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସଂଖ୍ଯାଧିକ ୟୁଜର୍ସ କହିଛନ୍ତି ଯେ କପୁର୍‌ ପରିବାର ଯଦି ଷ୍ଟୁଡିଓକୁ ଚଲାଇବାକୁ ରାଜି ନାହାନ୍ତି, ତେବେ କେନ୍ଦ୍ର ସରକାର ଏହାକୁ ଅଧିଗ୍ରହଣ କରି ଏକ ବଲିଉଡ୍‌ ଫିଲ୍ମ୍‌ ମ୍ୟୁଜିୟମ୍‌ ବା ଏକ ଫିଲ୍ମ୍‌ ସ୍କୁଲ୍‌ ସେଠାରେ ପ୍ରତିଷ୍ଠା କରନ୍ତୁ।

ନିର୍ଦ୍ଦେଶକ ରାହୁଲ୍‌ ଢୋଲାକିଆ ଟ୍ୱିଟ୍‌ କରି ପ୍ରସ୍ତାବ ଦେଇଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରଖ୍ୟାତ ଷ୍ଟୁଡିଓକୁ କିଣି ସେଠାରେ ଏକ ଫିଲ୍ମ୍‌ ତାଲିମ୍ ସ୍କୁଲ୍‌ ଖୋଲନ୍ତୁ।

ତେବେ ଆଉ କିଛି ୟୁଜର୍ସ ରାଜ୍‌ କପୁର୍‌ଙ୍କ ନାତୁଣୀ କରିନା କପୁର୍ ଓ ନାତି ରଣବୀର କପୁର୍ ମିଳିତଭାବେ ଷ୍ଟୁଡିଓର ପରିଚାଳନା ଭାର ନେବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos