Advertisment

ସୁଯୋଗ ମିଳିଥିଲେ, ଏହି ଅଭିନେତ୍ରୀଙ୍କୁ ବିବାହ କରିଥା'ନ୍ତେ କରନ୍‌ ଜୋହର୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର୍‌ ନିଜ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ ସବୁବେଳେ ଖୋଲାଖୋଲି ଆଲୋଚନା କରନ୍ତି। ନିକଟରେ ଏକ ଚ୍ୟାଟ୍‌ ଶୋ’ରେ ଏଯାଏ ଅବିବାହିତ ରହିଥିବା କରନ୍‌ ନିଜ ବିବାହକୁ ନେଇ ଏମିତି କିଛି କଥା କହିଛନ୍ତି, ଯାହା ଶୁଣିଲେ କେହି ଆଶ୍ଚର୍ଯ୍ୟ ବି ହୋଇପାରନ୍ତି। ଚ୍ୟାଟ୍‌ ଶୋ’ ‘ଫିଟ୍‌ ଅଫ୍‌ ୱିଥ୍‌ ଦି ଷ୍ଟାର୍‌ସ୍‌’କୁ ଆସିଥିବା କରନ୍‌ଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅନେକ ପ୍ରଶ୍ନ ପଚରାଯାଇଥିଲା। ସେଥିମଧ୍ୟରେ ଏମିତି […]

ଅଦ୍ୟତନ ହୋଇଛି
ଅଫିସ ଭାଙ୍ଗିବା ପଛରେ ଉଦ୍ଧବ ଏବଂ କରଣ ଜୋହରଙ୍କୁ ଦାୟୀ କଲେ କଙ୍ଗନା

karan

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର୍‌ ନିଜ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ ସବୁବେଳେ ଖୋଲାଖୋଲି ଆଲୋଚନା କରନ୍ତି। ନିକଟରେ ଏକ ଚ୍ୟାଟ୍‌ ଶୋ'ରେ ଏଯାଏ ଅବିବାହିତ ରହିଥିବା କରନ୍‌ ନିଜ ବିବାହକୁ ନେଇ ଏମିତି କିଛି କଥା କହିଛନ୍ତି, ଯାହା ଶୁଣିଲେ କେହି ଆଶ୍ଚର୍ଯ୍ୟ ବି ହୋଇପାରନ୍ତି।

Advertisment

ଚ୍ୟାଟ୍‌ ଶୋ’ ‘ଫିଟ୍‌ ଅଫ୍‌ ୱିଥ୍‌ ଦି ଷ୍ଟାର୍‌ସ୍‌’କୁ ଆସିଥିବା କରନ୍‌ଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅନେକ ପ୍ରଶ୍ନ ପଚରାଯାଇଥିଲା। ସେଥିମଧ୍ୟରେ ଏମିତି ଏକ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଥିଲା ଯେ ଯଦି ତାଙ୍କୁ ସୁଯୋଗ ମିଳିଥା'ନ୍ତା ତେବେ ସେ କେଉଁ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଥା'ନ୍ତେ। ଏଭଳି ପ୍ରଶ୍ନ ଶୁଣିବା ମାତ୍ରେ କରନ୍‌ ଚଟାପଟ୍ ଉତ୍ତର ଦେଇଥିଲେ, କରୀନା କପୁର୍‌ ଖାନ୍‌।

[caption id="attachment_270632" align="aligncenter" width="1071"]kareena image credit-bollyworm[/caption]

Advertisment

ପ୍ରାୟ ସବୁ ସିନେପ୍ରେମୀ ଜାଣନ୍ତି, ବ୍ୟକ୍ତିଗତ ଜୀବନରେ ଉଭୟ କରୀନା ଓ କରନ୍‌ ପରସ୍ପରର ଖୁବ୍ ଭଲ ବନ୍ଧୁ। ତେବେ ଫିଲ୍ମ 'କଲ୍‌ ହୋ ନା ହୋ'କୁ ନେଇ ଦୁହିଁଙ୍କ ମଧ୍ୟରେ କିଛି ଦିନ ପାଇଁ ଅପଡ଼ ହୋଇଥିଲା।କୁହାଯାଏ, କରୀନା ହିଁ ଏହି ଫିଲ୍ମ୍‌ ପାଇଁ କରନ୍‌ ଜୋହର୍‌ଙ୍କର ପ୍ରଥମ ପସନ୍ଦ ଥିଲେ। ତେବେ କରୀନାଙ୍କ ଡିମାଣ୍ଡ୍‌ ପ୍ରାଇସ୍‌କୁ ନେଇ କଥା ନତୁଟିବାରୁ ଫିଲ୍ମ୍‌ରେ ତାଙ୍କ ବଦଳରେ ପ୍ରୀତି ଜିଣ୍ଟାଙ୍କୁ ନିଆଯାଇଥିଲା।

କିନ୍ତୁ 'କଲ୍‌ ହୋ ନା ହୋ' ବେଳର ଏହି ପ୍ରଫେସନାଲ୍‌ ଅସନ୍ତୋଷ ଉଭୟଙ୍କ ବ୍ୟକ୍ତିଗତ ବନ୍ଧୁତାକୁ କିନ୍ତୁ ବେଶୀ ଦିନ ଯାଏ ପ୍ରଭାବିତ କରି ପାରିନଥିଲା। କରୀନା ଏବେ କରନ୍‌ଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ 'ତଖ୍‌ତ୍‌'ରେ କାମ କରୁଛନ୍ତି। ଏହି ଫିଲ୍ମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ରଣବୀର ସିଂହ, ଆଲିଆ ଭଟ୍ଟ, ଅନୀଲ୍ କପୁର୍ ଓ ଜାହ୍ନବୀ କପୁର୍ ପ୍ରମୁଖ ଅଭିନୟ କରୁଛନ୍ତି।

କରୀନାଙ୍କ ପରେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଅଭିନେତ୍ରୀ ପତ୍ନୀ ଟ୍ୱିଙ୍କଲ୍‌ ଖାନ୍ନା ମଧ୍ୟ କରନ୍‌ ଜୋହର୍‌ଙ୍କ ଘନିଷ୍ଠ ବାନ୍ଧବୀ ଭାବେ ଜଣାଶୁଣା। ଟ୍ୱିଙ୍କଲ୍‌ କରନ୍‌ଙ୍କ ପିଲାବେଳର ସାଙ୍ଗ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe