Advertisment

ଇରଫାନ୍ ଖାନଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଲେ ଏହି ଗ୍ରାମବାସୀ

ନାଶିକ୍: ଦୁନିଆରୁ ବିଦାୟ ନେଇଥିବା ମହାନ ଅଭିନେତା ଇରଫାନ ଖାନ୍ ଅନେକ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଶଂସକଙ୍କ ପାଇଁ ବହୁତ ବଡ଼ ଏକ ଝଟକା ଥିଲା। ସାରା ବଲିଉଡ୍ ଜଗତ ସୋଶାଲ ମିଡିଆ ଜରିଆରେ ଦୁଃଖପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।  କିନ୍ତୁ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଇଗାଟପୁରୀ ନିକଟ ଏକ ଗାଁ ଏହି ଅଭିନେତାଙ୍କୁ ଏକ ଭିନ୍ନ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯାହାକି […]

ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ୍

irfan khan

Advertisment

ନାଶିକ୍: ଦୁନିଆରୁ ବିଦାୟ ନେଇଥିବା ମହାନ ଅଭିନେତା ଇରଫାନ ଖାନ୍ ଅନେକ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଶଂସକଙ୍କ ପାଇଁ ବହୁତ ବଡ଼ ଏକ ଝଟକା ଥିଲା। ସାରା ବଲିଉଡ୍ ଜଗତ ସୋଶାଲ ମିଡିଆ ଜରିଆରେ ଦୁଃଖପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।  କିନ୍ତୁ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଇଗାଟପୁରୀ ନିକଟ ଏକ ଗାଁ ଏହି ଅଭିନେତାଙ୍କୁ ଏକ ଭିନ୍ନ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏଠାରେ ଥିବା ଗ୍ରାମବାସୀମାନେ ଇରଫାନଙ୍କ ଫାର୍ମ ହାଉସ ଥିବା ଅଞ୍ଚଳକୁ ତାଙ୍କ ନାମରେ ନାମିତ କରିଛନ୍ତି। ସେମାନେ ଏହି ଅଞ୍ଚଳର ନାଁ 'ହିରୋ ଚି ବାଡ଼ି' (ଅଭିନେତାଙ୍କ ପଡୋଶୀ) ରଖିଛନ୍ତି। ଗାଁର ଏଭଳି ଉଦ୍ୟମକୁ ଆଖପାଖ ଗାଁରେ ପ୍ରଶଂସା କରାଯାଉଛି। ଇରଫାନ୍ ଖାନଙ୍କ ଜୀବନର ଅନେକ ସୁନ୍ଦର ସ୍ମୃତି ସବୁ ଏହି ଗାଁ ସହିତ ଜଡ଼ିତ। ସୂଚନା ଅନୁଯାୟୀ, ତାଙ୍କର ଏହି ଫାର୍ମ ହାଉସ୍ ଇଗାଟପୁରୀ ତ୍ରିଲାଙ୍ଗୱାଡ଼ି ଦୁର୍ଗ ନିକଟରେ ରହିଛି। ଇରଫାନ୍ ଏହି ଗାଁର ଲୋକଙ୍କୁ ବହୁତ ଭଲ ପାଉଥିଲେ। ଅନେକ ସମୟରେ ସେ ଏହି ଗାଁର ଲୋକଙ୍କୁ ଦେଖା ମଧ୍ୟ କରିଛନ୍ତି।

publive-imageସୂଚନା ଅନୁଯାୟୀ, ଇରଫାନ୍ ପ୍ରାୟ ସମୟରେ ଏଠାକାର ପିଲାମାନଙ୍କ ପାଇଁ ବହି, ରେନକୋଟ୍, ସ୍ୱେଟର୍ ଭଳି ଜିନିଷ ଦାନ କରନ୍ତି। ଏପରିକି ଆମେରିକାରେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିବାବେଳେ ମଧ୍ୟ ସେ ଏଠାରେ ଥିବା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ସମ୍ପର୍କୀୟଙ୍କୁ ପଠାଇଥିଲେ। ତେଣୁ ଗ୍ରାମବାସୀ ଗାଁର ନାଁକୁ ଇରଫାନ ଖାନଙ୍କ ନାମରେ କରି ଏହି ସବୁ ସୁନ୍ଦର ସ୍ମୃତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ଇରଫାନ ଖାନ କର୍କଟ ଭଳି ରୋଗରେ ପୀଡିତ ଥିଲେ ଏବଂ ସେ ଏପ୍ରିଲ ୨୯ରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁର ପରଦିନ ବଲିଉଡର ଦିବଗନ୍ତ ଅଭିନେତା ଋଷି କପୁରଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଋଷି ମଧ୍ୟ କର୍କଟ ରୋଗ ସହ ସଂଘର୍ଷ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe