Advertisment

IIFA 2024 ଆୱାର୍ଡ: ଆନିମଲ ଶ୍ରେଷ୍ଠ ସିନେମା, ବିଧୁ ବିନୋଦ ଚୋପ୍ରା ଶ୍ରେଷ୍ଠ ନିର୍ଦ୍ଦେଶକ

12th ଫେଲ୍ ସିନେମା ପାଇଁ ବିଧୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି।

author-image
Debibandita Barick
Bidhu Binod Chopra

Bidhu Binod Chopra

ଆବୁଧାବିରେ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି (IIFA) ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ମିଳି ଥିବାବେଳେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି।

Advertisment

ଯବାନ ସିନେମା ପାଇଁ ଶାହରୁଖଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ ପାଇଁ ରାଣୀ ମୁଖାର୍ଜୀଙ୍କୁ ଚଳିତ ବର୍ଷର IIFA ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ ମିଳିଛି। 

ଅନ୍ୟପଟେ ଆଇପିଏସ ଅଫିସର ମନୋଜ ଶର୍ମାଙ୍କ ବାୟୋପିକ୍ ଉପରେ ଆଧାରିତ ସିନେମା 12th ଫେଲ୍ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ। ତେବେ ଚଳିତ ବର୍ଷ ଆଉ କେଉଁ କେଉଁ ଫିଲ୍ମ ଏବଂ ଅଭିନେତା IIFA ଆୱାର୍ଡରେ ସମ୍ମାନିତ ହୋଇଛନ୍ତି, ଜାଣନ୍ତୁ...

Advertisment

IIFA 2024 ବିଜେତା ତାଲିକା:
ସର୍ବଶ୍ରେଷ୍ଠ ସିନେମା: ଆନିମଲ।
ଶ୍ରେଷ୍ଠ ନିର୍ଦ୍ଦେଶକ: ବିଧୁ ବିନୋଦ ଚୋପ୍ରା - 12th ଫେଲ୍।
ଶ୍ରେଷ୍ଠ ଅଭିନେତା: ଶାହରୁଖ ଖାନ - ଯବାନ। 
ଶ୍ରେଷ୍ଠ ଅଭିନେତ୍ରୀ: ରାଣୀ ମୁଖାର୍ଜୀ -  ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ।
ଶ୍ରେଷ୍ଠ ସହଅଭିନେତା: ଅନିଲ କପୁର - ଆନିମଲ।
ଶ୍ରେଷ୍ଠ ସହଅଭିନେତ୍ରୀ: ଶବାନା ଆଜମି - ରକି ଅର ରାନୀ କି ପ୍ରେମ କାହାନୀ।
ଶ୍ରେଷ୍ଠ ଖଳନାୟକ: ବବି ଦେଓଲ୍ - ଆନିମଲ।
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା: ପ୍ରୀତମ, ବିଶାଲ ମିଶ୍ରା, ମନନ ଭରଦ୍ୱାଜ, ଶ୍ରେୟାସ ପୁରାଣିକ, ଜାନୀ, ଭୁପିନ୍ଦର ବାବଲ, ଆଶିମ କେମସନ, ହର୍ଷବର୍ଦ୍ଧନ ରାମେଶ୍ୱର - ଆନିମଲ
ଶ୍ରେଷ୍ଠ ଗାୟକ: ଭୁପିନ୍ଦର ବାବଲ୍ - ଅର୍ଜନ୍ ଭେଲି (ଆନିମଲ)
ଶ୍ରେଷ୍ଠ ଗାୟିକ: ଶିଳ୍ପା ରାଓ - ଚଲେୟା (ଯବାନ)

ସ୍ପେଶାଲ ଆୱାର୍ଡ:
ଭାରତୀୟ ସିନେମାରେ ଉଲ୍ଲେଖନୀୟ ସଫଳତା: ହେମା ମାଳିନୀ।
ବେଷ୍ଟ ଡେବ୍ୟୁଟାଣ୍ଟ: ଆଲିଜେହ ଅଗ୍ନିହୋତ୍ରୀ।
ଶ୍ରେଷ୍ଠ କାହାଣୀ: ଇଶିତା ମୈତ୍ର, ଶଶାଙ୍କ ଖୈତାନ, ସୁମିତ ରୟ - ରକି ଅର ରାନୀ କି ପ୍ରେମ କାହାନୀ।
ଶ୍ରେଷ୍ଠ ଗୀତ: ସିଦ୍ଧାର୍ଥ ସିଂହ ଏବଂ ଗାରିମା ୱାହଲ - ସତରଙ୍ଗା (ଆନିମାଲ)

ଆବୁଧାବିରେ ତିନି ଦିନ ଧରି IIFA 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବର 27ରେ ଆରମ୍ଭ ହୋଇ ଥିବାବେଳେ ଆଜି ଉଦଜାପନୀ ସମାରୋହ ରହିଛି।   

IIFA Best Actor IIFA Best Director IIFA Best Film IIFA Award IIFA 2024