Advertisment

ଏବେ ବି ସିଙ୍ଗିଲ୍‌ ଅଛନ୍ତି ଏହିସବୁ ବଲିଉଡ୍‌ ସେଲେବ୍ରିଟି

ମୁମ୍ୱାଇ: ସେଲେବ୍ରିଟିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଇଣ୍ଟରନେଟ୍‌ରୁ ହିଁ ଜାଣିବାକୁ ପାଇଥା’ନ୍ତି। ସୋଶାଲ୍‌ ମିଡିଆରେ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ନିଜର ରିଲେସନ୍‌ସିପ୍‌ ଷ୍ଟାଟସ୍ ଅପଡେଟ୍‌ କରୁଥିବା ଦେଖିବାକୁ ମିଳୁଛି। ଦୀପିକା ପାଦୁକୋନ୍‌, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରାଙ୍କ ପରି ଅଭିନେତ୍ରୀଙ୍କର ପ୍ରେମ ସମ୍ପର୍କଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖବର ସୋଶାଲ ମିଡିଆରୁ ହିଁ ଜଣାପଡ଼ିଥିଲା। ତେବେ ଏହି ହଟ୍‌ ଓ ସେକ୍ସି ଅଭିନେତ୍ରୀଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଏପରି ଅଛନ୍ତି, ଯେଉଁମାନେ ନିଜର […]

ଅଦ୍ୟତନ ହୋଇଛି
ଏବେ ବି ସିଙ୍ଗିଲ୍‌ ଅଛନ୍ତି ଏହିସବୁ ବଲିଉଡ୍‌ ସେଲେବ୍ରିଟି

h1

Advertisment

ମୁମ୍ୱାଇ: ସେଲେବ୍ରିଟିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଇଣ୍ଟରନେଟ୍‌ରୁ ହିଁ ଜାଣିବାକୁ ପାଇଥା’ନ୍ତି। ସୋଶାଲ୍‌ ମିଡିଆରେ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ନିଜର ରିଲେସନ୍‌ସିପ୍‌ ଷ୍ଟାଟସ୍ ଅପଡେଟ୍‌ କରୁଥିବା ଦେଖିବାକୁ ମିଳୁଛି। ଦୀପିକା ପାଦୁକୋନ୍‌, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରାଙ୍କ ପରି ଅଭିନେତ୍ରୀଙ୍କର ପ୍ରେମ ସମ୍ପର୍କଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖବର ସୋଶାଲ ମିଡିଆରୁ ହିଁ ଜଣାପଡ଼ିଥିଲା।

Advertisment

ତେବେ ଏହି ହଟ୍‌ ଓ ସେକ୍ସି ଅଭିନେତ୍ରୀଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଏପରି ଅଛନ୍ତି, ଯେଉଁମାନେ ନିଜର ସିଙ୍ଗଲ୍‌ ଲାଇଫ୍‌କୁ ଖୁବ୍‌ ଉପଭୋଗ କରୁଛନ୍ତି। ନିତିଦିନିଆ ଜୀବନକୁ ଇଣ୍ଟରନେଟ୍‌ରେ ଅପ୍‌ଲୋଡ୍‌ କରି ଫ୍ୟାନ୍ସଙ୍କୁ ଖବର ମଧ୍ୟ ଦେଉଛନ୍ତି। ସେମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ୍‌, ଇଲିଆନା ଡି’କ୍ରୁଜ୍‌, ଅନନ୍ୟା ପାଣ୍ଡେଙ୍କ ପରି ଫ୍ୟାଶନ୍‌ ଡିଭା ରହିଛନ୍ତି। ଯେଉଁମାନେ ହିନ୍ଦୀ ଇଣ୍ଡଷ୍ଟ୍ରୀରେ ନିଜର ସିଙ୍ଗିଲ୍‌ ଜୀବନକୁ ନେଇ ଖୁସି ଥିବା ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା ସେହିପରି କିଛି ଅଭିନେତ୍ରୀଙ୍କ ବିଷୟରେ....

୧. ଅନନ୍ୟା ପାଣ୍ଡେ :
‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୨’ ଫିଲ୍ମରେ ଡେବ୍ୟୁ କରି ଅନନ୍ୟା ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ତାଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ  ମଧ୍ୟ ଅଛନ୍ତି। ‘ପତି ପତ୍ନୀ ଔର୍‌ ବୋ’ ଫିଲ୍ମରେ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କ ସହିତ ଅଭିନୟ କରିବା ପରେ କାର୍ତ୍ତିକଙ୍କ ସହିତ ତାଙ୍କର ଆଫେୟାର୍‌ ଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାର କୌଣସି ସତ୍ୟତା ନାହିଁ। ଇନଷ୍ଟାଗ୍ରାମ୍‌ରେ ଅନନ୍ୟାଙ୍କର ଫଲୋଅରଙ୍କ ସଂଖ୍ୟା ଅଧିକ। ଅନେକ ସମୟରେ ଗ୍ଲାମରସ୍‌ ଫଟୋ ଓ ଭିଡିଓ ପୋଷ୍ଟ କରି ସେ ନିଜର ଫ୍ୟାନ୍‌ଙ୍କୁ ଆକର୍ଷଣ କରିବା ସହିତ ସମାଲୋଚକଙ୍କୁ କଡ଼ା ଜବାବ ମଧ୍ୟ ଦେଇଥା’ନ୍ତି।
publive-image

୨. ବାଣୀ କପୁର :ଗ୍ଲାମରସ୍‌ ବାଣୀଙ୍କର ଇନଷ୍ଟାଗ୍ରାମ୍‌ରେ ୨.୬ ଫଲୋଅର୍ ରହିଛନ୍ତି। ସମସ୍ତ ପାର୍ଟି ଓ ଭ୍ୟାକେସନ୍‌ରେ ବାନି ଫଟୋ ଓ ଭିଡିଓ ପୋଷ୍ଟ କରିଥା’ନ୍ତି। ଯେଉଁଥିରେ ସିଙ୍ଗିଲ୍‌ ଜୀବନକୁ ନେଇ ସେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଥାଏ।

Advertisment

publive-image

୩. ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ :ବଲିଉଡ୍‌ ସହିତ ସୋଶାଲ ମିଡିଆରେ ଜ୍ୟାକ୍‌ଲିନ୍‌ ବେଶ୍‌ ଲୋକପ୍ରିୟ। କେବଳ ଇଣ୍ଡିଆରେ ନୁହେଁ, ସାରା ବିଶ୍ୱରେ ତାଙ୍କର ଫଲୋଅର ରହିଛନ୍ତି। ବିଭିନ୍ନ ଦେଶରେ ଛୁଟି କାଟୁଥିବା ସମୟରେ ସେ ଫଟୋ ପୋଷ୍ଟ କରିଥା’ନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ିଥାଏ ଯେ ଜ୍ୟାକଲିନ୍ ଏପର୍ଯ୍ୟନ୍ତ ସିଙ୍ଗଲ୍‌ ଅଛନ୍ତି।
publive-image

୪. ଇଲିଆନା ଡି’କ୍ରୁଜ୍‌ : ନିକଟରେ ଇଲିଆନା ତାଙ୍କ ବୟଫ୍ରେଣ୍ଡ ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ବ୍ରେକ ଅପ୍‌ କରି ଚର୍ଚ୍ଚାରେ ରହିଥିଲେ। ଏପରିକି ଇନ୍‌ଷ୍ଟାଗ୍ରାମ୍‌ରେ ଦୁହେଁ ପରସ୍ପରକୁ ଅନ୍‌ଫଲୋ ମଧ୍ୟ କରିଥିଲେ। ତେଣୁ ବର୍ତ୍ତମାନ ଇଲିଆନା ତାଙ୍କର ସାଙ୍ଗସାଥୀଙ୍କ ସହିତ ସିଙ୍ଗିଲ୍‌ ଲାଇଫ୍‌କୁ ଏନଜଏ କରୁଛନ୍ତି। ଆଣ୍ଡ୍ରିଉଙ୍କ ସହିତ ବ୍ରେକ ଅପ୍‌ ପରେ ଇଲିଆନା ଅନେକ ବିବାଦ ଭିତରକୁ ଟାଣି ହୋଇ ଯାଇଥିଲେ ଏବଂ ସୋଶାଲ ମିଡିଆରେ ତାଙ୍କର ଟ୍ରୋଲଙ୍କୁ କଡ଼ା ଜବାବ ମଧ୍ୟ ଦେଇଥିଲେ।
publive-image

୫. କ୍ୟାଟ୍ରିନା କୈଫ୍‌ :ରଣବୀର୍‌ କପୁରଙ୍କ ସହିତ ବ୍ରେକ ଅପ୍‌ ହେବା ପରେ ବି କ୍ୟାଟ୍ରିନାଙ୍କ ଗ୍ଲାମର୍‌ ଫିକା ପଡ଼ିନଥିଲା। କଠିନ ପରିଶ୍ରମ କରିବା ସହିତ ସୋଶାଲ ମିଡିଆରେ ସେ ୟୁଜର୍ସଙ୍କର ଭଲ ପାଇବାକୁ ସାଉଁଟିବାରେ ସମର୍ଥ ହୋଇଥିଲେ। କେବଳ ନିଜର ବ୍ୟକ୍ତିଗତ ଜୀବନ ନୁହେଁ, ଅନେକ ସମୟରେ କ୍ୟାଟ୍ରିନାଙ୍କୁ ଫଟୋ ସହିତ ଶିକ୍ଷଣୀୟ କ୍ୟାପସନ୍‌ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ବର୍ତ୍ତମାନ କ୍ୟାଟ୍ରିନା ତାଙ୍କ ସିଙ୍ଗିଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଖୁସି ଅଛନ୍ତି।
publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe