Advertisment

ଭିକ୍କି ଦେଖାଇଲେ 'ଅଶ୍ୱତ୍‌ଥାମା'ର ଫାଷ୍ଟ ଲୁକ୍‌

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ଅଶ୍ୱତ୍‌ଥାମା’ର ଦମଦାର ଫାଷ୍ଟ ଲୁକ୍। ଏହି ଫାଷ୍ଟ ଲୁକକୁ ଉରୀ ଫେମ୍‌ ଅଭିନେତା ଭିକ୍କି କୌଶଲ ନିଜ ଇନ୍‌ଷ୍ଟାଗ୍ରାମର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏହା ଏକ ସାଇଣ୍ଟିଫିକ୍‌ ଫିଲ୍ମ । ମହାଭାରତର ଅଧ୍ୟାୟରେ ଥିବା ଅଶ୍ୱତ୍‌ଥାମାର ଚରିତ୍ର ଉପରେ ଏହି ଫିଲ୍ମଟି ଆଧାରିତ। ଫିଲ୍ମର ଲିଡ୍‌ ରୋଲରେ ଭିକ୍କି କୌଶଲ ଅଛନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍‌କୁ ଶେଆର କରି ଭିକ୍କି କହିଛନ୍ତି, ଏହା ମୋ କ୍ୟାରିଅର ସବୁଠାରୁ […]

ଅଦ୍ୟତନ ହୋଇଛି
ଭିକ୍କି ଦେଖାଇଲେ 'ଅଶ୍ୱତ୍‌ଥାମା'ର ଫାଷ୍ଟ ଲୁକ୍‌

vicky

Advertisment

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ 'ଅଶ୍ୱତ୍‌ଥାମା'ର ଦମଦାର ଫାଷ୍ଟ ଲୁକ୍। ଏହି ଫାଷ୍ଟ ଲୁକକୁ ଉରୀ ଫେମ୍‌ ଅଭିନେତା ଭିକ୍କି କୌଶଲ ନିଜ ଇନ୍‌ଷ୍ଟାଗ୍ରାମର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏହା ଏକ ସାଇଣ୍ଟିଫିକ୍‌ ଫିଲ୍ମ । ମହାଭାରତର ଅଧ୍ୟାୟରେ ଥିବା ଅଶ୍ୱତ୍‌ଥାମାର ଚରିତ୍ର ଉପରେ ଏହି ଫିଲ୍ମଟି ଆଧାରିତ।

Advertisment

ଫିଲ୍ମର ଲିଡ୍‌ ରୋଲରେ ଭିକ୍କି କୌଶଲ ଅଛନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍‌କୁ ଶେଆର କରି ଭିକ୍କି କହିଛନ୍ତି, ଏହା ମୋ କ୍ୟାରିଅର ସବୁଠାରୁ ବଡ ଫିଲ୍ମ। ଉରୀ ପରେ ଆଦିତ୍ୟ ଏବଂ ରନିଙ୍କ ସହ ପୁଣିଥରେ କାମ କରିବାର ସୁଯୋଗ ମିଳିଛି। ଏହା ମୋ ପାଇଁ ଘର ବାହୁଡା ଭଳି। 'ଅଶ୍ୱତ୍‌ଥାମା' ହେଉଛି ଆଦିତ୍ୟଙ୍କ ଡ୍ରିମ୍‌ ପ୍ରଜୋକ୍ଟେ। ଏହାକୁ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ରନିଙ୍କ ଭଳି ଜଣେ ଦୂରଦର୍ଶୀଙ୍କ ଆବଶ୍ୟକ ଥିଲା। ଜଣେ ଅଭିନେତା ରୂପେ ଏହି ପ୍ରୋଜେକ୍ଟ ମୋ ପାଇଁ ଏକ ବଡ ସ୍ପେଶ୍‌। ଅଭିନୟ ସହ ଟେକ୍ନୋଲଜିର ନୂଆ ନଆ ଟେକନିକ୍‌ ଶିକ୍ଷିବାକୁ ମଉକା ବୋଲି ଭିକ୍କି କହିଛନ୍ତି। ଏହି ଫିଲ୍ମକୁ ନେଇ ଭିକ୍କି ବେଶ୍‌ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି।

୨୦୧୮ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ତିଆରି ରନି ସ୍କୃୱାଲାଙ୍କ ଦ୍ବାରା ନିର୍ମିତ ଫିଲ୍ମ 'ଉରୀ: ଦ ସର୍ଜିକଲ ଷ୍ଟ୍ରାଇକ୍‌' ବକ୍ସ ଅଫିସରେ ବ୍ଲକ ବଷ୍ଟର ହିଟ୍‌ ହୋଇଥିଲା। ଏହି ପିଲ୍ମଟି ତିନୋଟି ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଥିଲା । ଭିକ୍କି କୌଶଲଙ୍କୁ ମଧ୍ୟ ତାଙ୍କ ଦମଦାର ଅଭିନୟ ପାଇଁ ରାଷ୍ଟ୍ରୀୟ ପରସ୍କାରେ ସମ୍ମାନିତ କରାଯାଇଥିଲା। ଏବେ ପୁଣିଥରେ 'ଅଶ୍ୱତ୍‌ଥାମା' ପ୍ରୋଜେକ୍ଟରେ ଏହି ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳିବ। ଉରୀ ଭଳି 'ଅଶ୍ୱତ୍‌ଥାମା' ମଧ୍ୟ ବକ୍ସ ଅଫିସରେ ସଫଳ ହେବ ବୋଲି ଆଶା କରାଯାଇଛି।

Advertisment

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe