/odisha-reporter/media/post_attachments/uploads/2016/02/Emraan-Hashmi.jpg)
EmraanHashmi
ମୁମ୍ବାଇ: ବହି ଲେଖୁଛନ୍ତି ବଲିଉଡ୍ ଅଭିନେତା ଇମ୍ରାନ୍ ହାସମୀ। ବହିର ନାଁ ବି ବାଛି ସାରିଛନ୍ତି ସେ। ତାଙ୍କ ବହିର ନାଁ ହେଉଛି ‘ଦ କିସ୍ ଅଫ୍ ଲାଇଫ୍: ହାଓ ଏ ସୁପରହିରୋ ଆଣ୍ଡ୍ ମାଇଁ ସନ୍ ଡିଫିଟେଡ୍ କ୍ୟାନ୍ସର’। ଇମ୍ରାନ୍ ଟ୍ୱିଟ୍ କରି ଏ କଥା ଜଣାଇଛନ୍ତି। ବହିର ଟାଇଟଲ୍ ଘୋଷଣା କରିବା ସହିତ ନିଜ ଖୁସି ବି ଜାହିର କରିଛନ୍ତି ସେ।
Advertisment
‘ଦ କିସ୍ ଅଫ୍ ଲାଇଫ୍: ହାଓ ଏ ସୁପରହିରୋ ଆଣ୍ଡ୍ ମାଇଁ ସନ୍ ଡିଫିଟେଡ୍ କ୍ୟାନ୍ସର’ ପୁସ୍ତକଟି ଇମ୍ରାନଙ୍କ ପୁଅ ଉପରେ ଆଧାରିତ। ତାଙ୍କ ପୁଅ କ୍ୟାନସରରେ ପୀଡ଼ିତ ଥିଲେ।
ଇମ୍ରାନଙ୍କର ଏହା ହେବ ପ୍ରଥମ ପୁସ୍ତକ। ଏହା ଚଳିତ ବର୍ଷ ଦୋକାନକୁ ଆସିବ ବୋଲି ଆଶା କରାଯାଉଛି। ବହିଟି ଇଂରାଜୀ, ହିନ୍ଦୀ ଓ ମରାଠୀ ଭାଷାରେ ପ୍ରକାଶିତ ହେବ।
Advertisment
ଆଗକୁ ଇମ୍ରାନଙ୍କୁ ଦେଖିବାକୁ ମିଳିବ ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଫିଲ୍ମ ‘ଆଝାର’ରେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଟୋନି ଡି’ସୌଜା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
