Advertisment

ଅଟୋ ଚାଳକଙ୍କ ସରଳତାରେ ଖୁସି ହୋଇଗଲେ, ଫଟୋ ଶେଆର କଲେ ଇମ୍‌ତିଆଜ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଯୋଗୁ ସାଧାରଣ ଜନଜୀବନ ବେହାଲ୍‌  ହୋଇ ପଡ଼ୁଛି। ଏହାର କୋପରୁ ବାଦ୍‌ ପଡିନାହାନ୍ତି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ଇମ୍‌ତିଆଜ ଅଲୀ। ନିକଟରେ ସେ ଫେସ୍‌ବୁକ୍‌ରେ ଏସମ୍ପର୍କିତ ଏକ ପୋଷ୍ଟ ଶେଆର କରିଛନ୍ତି। ବର୍ଷା ପାଇଁ କେମିତି ସେ ହଇରାଣ ହେଉଥିଲେ ଆଉ ଠିକ୍‌ ସମୟରେ ଜଣେ ଅଟୋ ଚାଳକ କେମିତି ତାଙ୍କୁ ସାହାଯ୍ୟ କରିଥିଲେ ସେ କଥା ଜଣାଇଛନ୍ତି। […]

ଅଟୋ ଚାଳକଙ୍କ ସରଳତାରେ ଖୁସି ହୋଇଗଲେ, ଫଟୋ ଶେଆର କଲେ ଇମ୍‌ତିଆଜ

Untitled-design-2019-08-05T

Advertisment

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଯୋଗୁ ସାଧାରଣ ଜନଜୀବନ ବେହାଲ୍‌  ହୋଇ ପଡ଼ୁଛି। ଏହାର କୋପରୁ ବାଦ୍‌ ପଡିନାହାନ୍ତି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ଇମ୍‌ତିଆଜ ଅଲୀ। ନିକଟରେ ସେ ଫେସ୍‌ବୁକ୍‌ରେ ଏସମ୍ପର୍କିତ ଏକ ପୋଷ୍ଟ ଶେଆର କରିଛନ୍ତି। ବର୍ଷା ପାଇଁ କେମିତି ସେ ହଇରାଣ ହେଉଥିଲେ ଆଉ ଠିକ୍‌ ସମୟରେ ଜଣେ ଅଟୋ ଚାଳକ କେମିତି ତାଙ୍କୁ ସାହାଯ୍ୟ କରିଥିଲେ ସେ କଥା ଜଣାଇଛନ୍ତି।

Advertisment

ଇମ୍‌ତିଆଜ ଅଲ୍ଲୀ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି ଯେ, ଅଗଷ୍ଟ ୫ତାରିଖ ରାତିରେ ସେ ଚାଲି ଚାଲି ଘରକୁ ଫେରୁଥିଲେ। ସେ ସମୟରେ ପ୍ରବଳ ବର୍ଷା ହେଉଥିଲା।  ଜଣେ ଅଟୋ ଡ୍ରାଇଭର ପାଖରେ ପହଞ୍ଚି ତାଙ୍କୁ ଅଟୋରେ ବସିବାକୁ କହିଲେ। କିନ୍ତୁ ପର୍ସରେ ଟଙ୍କା ନ ଥିବାରୁ ଇମ୍‌ତିଆଜ ତାଙ୍କୁ ମନା କରିଦେଇଥିଲେ।

ଇମ୍‌ତିଆଜ କିଛି ବାଟ ଯିବା ପରେ  ଅଟୋ ଚାଳକଜଣକ ପୁଣି ଥରେ ପାଖରେ ପହଞ୍ଚି ତାଙ୍କୁ ଅଟୋରେ ବସିବେ କି ବୋଲି ପଚାରିଥିଲେ। କାରଣ ସେତେବେଳେ ପ୍ରବଳ ବର୍ଷା ହେଉଥିଲା। ତାଙ୍କ ପାଖରେ ଛତା ବି ନଥିଲା। ଇମ୍‌ତିଆଜ  ନିଜ ମନିପର୍ସ ଚେକ୍‌ କଲେ ଓ ହସିକି କହିଲେ ଅଟୋର ଭଡ଼ା ଦେବା ପାଇଁ ପାଖରେ ଟଙ୍କା ନାହିଁ। ତେଣୁ ସେ ଆଗକୁ ଯାଇ ଆଉ କେଉଁ ଯାତ୍ରୀକୁ ଅଟୋରେ ନେଇ ଯାଆନ୍ତୁ। କିନ୍ତୁ ଅଟୋ ଚାଳକ ଜଣକ ବର୍ଷା ହେଉଛି ଆପଣ ଓଦା ହୋଇଯିବେ, ତେଣୁ ସେ ତାଙ୍କୁ ବିନା ଭଡ଼ାରେ ତାଙ୍କ ଗନ୍ତବ୍ୟ  ସ୍ଥଳରେ ଛାଡ଼ିଦେବେ ବୋଲି କହିଥିଲା। ତାପରେ ଇମ୍‌ତିଆଜ ଅଟୋରେ ବସିଯାଇଥିଲେ।

Advertisment

କିଛି ଦୂର ଗଲା ପରେ ଏକ କାର୍‌ ଆସି ଇମ୍‌ତିଆଜ ଯାଉଥିବା ଅଟୋ ସାଇଡ୍‌ରେ ରହିଲା। ସେଥିରେ ବସିଥିବା ଏକ  ଦମ୍ପତି କାର୍‌ରୁ ଓହ୍ଲାଇ ଇମ୍‌ତିଆଜଙ୍କ ପାଖକୁ ଆସି ସେଲ୍‌ଫି ନେବାକୁ ଚାହୁଁଥିବା କହିଲେ। ଇମ୍‌ତିଆଜ ତାଙ୍କୁ ସେଲ୍‌ଫି ଦେବା ପରେ ଅଟୋ ଡ୍ରାଇଭରଜଣକ ସେ ଫିଲ୍ମ ନିର୍ଦ୍ଦେଶକ ଇମ୍‌ତିଆଜ ଅଲ୍ଲୀ କି  ବୋଲି ପଚାରିଥିଲେ।

ଇମ୍‌ତିଆଜ ହଁ କହିବା ପରେ, ଅଟୋ ଚାଳକ ମଧ୍ୟ ତାଙ୍କ ସହିତ ସେଲ୍‌ଫି ନେବାକୁ କହିଥିଲେ। କିନ୍ତୁ ଇମ୍‌ତିଆଜ କହିଥିଲେ ଯେ ସେ ମଧ୍ୟ ତାଙ୍କ ସହିତ ସେଲ୍ଫି ନେବାକୁ ଉତ୍ସାହିତ ଅଛନ୍ତି। ଅଟୋ ଚାଳକଙ୍କ ସାହାଯ୍ୟ ମନୋବୃତ୍ତି ଓ ସରଳତା ଇମ୍‌ତିଆଜଙ୍କୁ ବହୁତ ପ୍ରଭାବିତ କରିଛି। ଏହି ପୋଷ୍ଟ ସହିତ ସେ ଅଟୋ ଚାଳକଙ୍କ ସହିତ ଉଠାଇଥିବା ଫଟୋକୁ ନିଜ ଫେସବୁକ୍‌ ଆକାଉଣ୍ଟରେ ଶେଆର କରିଛନ୍ତି।

publive-image

ସୂଚନାଯୋଗ୍ୟ ଯେ, ଇମ୍‌ତିଆଜ ଏବେ ‘ଲଭ୍‌ ଆଜକଲ ୨’ ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି। ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମା ଆଗାମୀ ଫେବୃଆରୀରେ ରିଲିଜ୍‌ ହେବାକୁ ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe