Advertisment

୨୦୨୦ରେ ବାୟୋପିକ୍‌ ଟ୍ରେଣ୍ଡ

ମୁମ୍ବାଇ:  ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ୍‌ ବେଶି ଭଲ ଲାଗୁଛି ଓ ଏହା ବକ୍ସ ଅଫିସ୍‌ରେ ଭଲ ଚାଲୁଛି ମଧ୍ୟ। ତେଣୁ ବଲିଉଡ୍‌ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ବାୟୋପିକ୍ ତିଆରି କରିବାକୁ ଭଲ ପାଉଛନ୍ତି। ୨୦୨୦ରେ ପରଦାକୁ ଆସିବ ବହୁ ବାୟୋପିକ୍ ସିନେମା। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ। ୧) ଶକୁନ୍ତଳା ଦେବୀ: ମେ ୮ ପରଦାକୁ ଆସିବ ବିଦ୍ୟା ବାଲାନ୍‌ଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ସୋଶାଲ୍‌ […]

୨୦୨୦ରେ ବାୟୋପିକ୍‌ ଟ୍ରେଣ୍ଡ

biopic

Advertisment

ମୁମ୍ବାଇ:  ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ୍‌ ବେଶି ଭଲ ଲାଗୁଛି ଓ ଏହା ବକ୍ସ ଅଫିସ୍‌ରେ ଭଲ ଚାଲୁଛି ମଧ୍ୟ। ତେଣୁ ବଲିଉଡ୍‌ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ବାୟୋପିକ୍ ତିଆରି କରିବାକୁ ଭଲ ପାଉଛନ୍ତି। ୨୦୨୦ରେ ପରଦାକୁ ଆସିବ ବହୁ ବାୟୋପିକ୍ ସିନେମା। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ।

Advertisment

publive-image୧) ଶକୁନ୍ତଳା ଦେବୀ: ମେ ୮ ପରଦାକୁ ଆସିବ ବିଦ୍ୟା ବାଲାନ୍‌ଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ସୋଶାଲ୍‌ ମିଡିଆରେ ଏକ ଭିଡିଓ ଶେୟାର କରି ନିଆରା ଆନ୍ଦାଜରେ ଫିଲ୍ମ ରିଲିଜ୍ ତାରିଖ ସମ୍ପର୍କରେ ବିଦ୍ୟା ସୂଚନା ଦେଇଛନ୍ତି। ଫିଲ୍ମର କାହାଣୀ ଦିବଙ୍ଗତ ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଉପରେ ଆଧାରିତ। ଏଥିରେ ବିଦ୍ୟା ବାଲାନ୍‌ଙ୍କୁ ହ୍ୟୁମାନ୍ କମ୍ପ୍ୟୁଟର୍ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ।

publive-image୨) ଗୁଞ୍ଜନ ସକ୍ସେନା:  ସେହିପରି ଚଳିତବର୍ଷ ଭାରତୀୟ ମହିଳା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା’ ପରଦାକୁ ଆସିବ। ଏଥିରେ ଲିଡ୍ ରୋଲ୍ ନଜର ଆସିବେ ଜାହ୍ନବୀ କପୁରା ଥିରେ ଜାହ୍ନବୀଙ୍କ ସହ ପଙ୍କଜ ତ୍ରିପାଠୀ ଓ ଅଙ୍ଗଦ ବେଦୀ ନଜର ଆସିବେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ନବାଗତା ଜାହ୍ନବୀଙ୍କ କ୍ୟାରିୟର୍‌ର ଏହା ହେଉଛି ପ୍ରଥମ ବାୟୋପିକ୍ ସିନେମା। ଗୁଞ୍ଜନ୍ ୧୯୯୯ ମସିହାରେ ହୋଇଥିବା କାର୍ଗିଲ୍ ଯୁଦ୍ଧରେ ଆହତ ସୌନିକଙ୍କୁ ବଞ୍ଚାଇ ଦୁଃସାହିସକତା ପ୍ରଦର୍ଶନ କରିଥିଲେ। ତାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବା ଗୁଞ୍ଜନ କାର୍ଗିଲ୍ ଗାର୍ଲ ଭାବେ ମଧ୍ୟ ପରିଚିତ। ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାର୍ଚ୍ଚ ୧୩ରେ ରିଲିଜ୍ ହେବ।

Advertisment

publive-image୩) 83: ଭାରତୀୟ କ୍ରିକେଟର କପିଲ୍ ଦେବଙ୍କ ଜୀବନ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ ଏଇଟି-ଥ୍ରୀ(83)ମଧ୍ୟ ଚଳିତ ବର୍ଷ ପରଦାକୁ ଆସିବ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ଫିଲ୍ମଟି ୧୯୮୩ ମସିହାରେ ଭାରତର ପ୍ରଥମ ୱାର୍ଲ୍ଡ କପ୍ ବିଜୟ କାହାଣୀ ଉପରେ ପଯର୍ୟବେସିତ। ଏଥିରେ ଦୀପିକା ପାଦୁକୋଣ, କପିଲଙ୍କ ସ୍ତ୍ରୀ ରୋମୀ ଦେବୀଙ୍କ ଭୂମିକାରେ ନଜର ଆସିବେ। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ସିନେମା ଏପ୍ରିଲ୍ ୧୦ରେ ରିଲିଜ୍ ହେବ।

publive-image୪) ସାଇନା: ଭାରତର ବ୍ୟାଡ଼ମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ୍‌ଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ ‘ସାଇନା’। ଏହି ବାୟୋପିକ୍‌ରେ ପରିଣୀତି ଚୋପ୍ରା ସାଇନାଙ୍କ ଭୂମିକାରେ ନଜର ଆସିବେ। ଭୂଷଣ କୁମାର ଓ କୃଷ୍ଣ କୁମାର ଏହାର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅମୋଲ ଗୁପ୍ତେ। ଏହାର ରିଲିଜ୍ ଡେଟ୍ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

publive-image୫) ଥଲାଇଭି: ତାମିଲ୍‌ନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ କଙ୍ଗନା ରାଣାୱତ ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମକୁ ତାମିଲ୍‌, ହିନ୍ଦୀ, ତେଲୁଗୁ ଭାଷାରେ ରିଲିଜ୍‌ କରାଯିବ। ଏଥିରେ ଆମ୍ମା ବା ଜୟଲଳିତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନରେ ଘଟିଥିବା ଘଟଣା ସବୁକୁ ଦେଖିବାକୁ ପାଇବେ ଦର୍ଶକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe