/odisha-reporter/media/post_attachments/uploads/2019/01/jhon.jpg)
jhon
ମୁମ୍ବାଇ: ମାଦ୍ରାସ କ୍ୟାଫେ, ପରମାଣୁ ଓ ସତ୍ୟମେବ ଜୟତେ ପରେ ଜନ୍ ପୁଣି ଥରେ ଦେଶ ଭକ୍ତିର ଏକ ଫିଲ୍ମ ନେଇ ଆସୁଛନ୍ତି। ତାଙ୍କ ଫିଲ୍ମର ନାଁ ହେଉଛି ‘ରୋମିଓ ଅକବର ୱାଲେଟର’। ଯାହାର ଟିଜର ରିଲିଜ୍ ହୋଇଯାଇଛି। ଫିଲ୍ମରେ ଜନ୍ ଅବ୍ରାହମ ଜଣେ ଏଜେଣ୍ଟ୍ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରବି ଗ୍ରେୱାଲ୍। ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ଲୁକ୍ ଦେଖିବାକୁ ମିଳିଛି। ଆଉ ତାଙ୍କ ଲୁକ୍ ମଧ୍ୟ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଛି।
ଟିଜରରେ ତାଙ୍କୁ ପୁଲିସ୍ ଓ ଜଣେ ମୁସ୍ଲିମ୍ ବ୍ୟକ୍ତି ସହ ଆହୁରି ଅନେକ ଚରିତ୍ରରେ ଦେଖିବାକୁ ମିଳିଛି। ଟିଜରରେ ବ୍ୟାକ୍ଗ୍ରାଉଣ୍ଡ୍ ଗୀତ ‘ଏ ୱତନ’ ବଜା ଯାଇଥିଲା। ଟିଜରରେ ଗୋଟିଏ ସମୟରେ ଜନ୍ଙ୍କୁ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଫିଲ୍ମର ଟିଜର ରିଲିଜ୍ ହେବା ପରେ ସୋଶାଲ୍ ମିଡିଆରେ ଏହା ଖୁବ୍ ଭାଇରାଲ୍ ହୋଇଛି।
ସୂଚନାଯୋଗ୍ୟ ଯେ, ଫିଲ୍ମର ପୋଷ୍ଟରକୁ ଖୁବ୍ ପସନ୍ଦ କରାଯାଉଛି। ଯେଉଁଥିରେ ଜନ୍ ଜଣେ ଜାସୁସ ଚରିତ୍ରରେ ନଜର ଆସିଛନ୍ତି। ଏହାସହ ପୋଷ୍ଟର ପଛରେ ତାଙ୍କର ଆହୁରି ଅନେକ ଲୁକ୍ ଦେଖିବାକୁ ମିଳିଛି।
ଫିଲ୍ମର କାହାଣୀ ୧୯୭୦ର ଏକ ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମର ଶୁଟିଂ ଗୁଜୁରାଟ୍, ଶ୍ରୀନଗର, ଦିଲ୍ଲୀ ଓ ନେପାଳ ବର୍ଡର୍ରେ ହୋଇଛି। ଫିଲ୍ମ ପାଇଁ ଜନ୍ ନିର୍ମାତାଙ୍କ ପ୍ରଥମ ପସନ୍ଦ ନ ଥିଲେ। ପ୍ରଥମେ ଏହା ସୁଶାନ୍ତ ସିଂହ ରାଜପୁତ୍ଙ୍କୁ ଅଫର ହୋଇଥିଲା। କିନ୍ତୁ ସମୟ ନ ଥିବାରୁ ସେ ମନା କରିଦେଇଥିଲେ।
ଫିଲ୍ମଟି ଏପ୍ରିଲ୍ ୧୨ରେ ବିଭିନ୍ନ ସିନେମା ଘରେ ରିଲିଜ୍ ହେବ। ତେବେ ଆଜି ସାଧାରଣତନ୍ତ୍ର ଦିବସରେ ଏହି ଭଳି ଦେଶଭକ୍ତିର ଟିଜର ରିଲିଜ୍ ହେବା ନିଶ୍ଚିତ ଭାବେ ଦର୍ଶକଙ୍କ ପାଇଁ ଏହା କେଉଁ ଉପହାରଠୁ କମ୍ ନୁହେଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
