Advertisment

'ଗ୍ରେମୀ'ରେ ଚମକିଲା ଭାରତ; ଶକ୍ତିକୁ ମିଳିଲା ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡ

୬୬ତମ ଗ୍ରେମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ 'ଶକ୍ତି'କୁ ମିଳିଛି ଗ୍ରେମୀ ଆୱାର୍ଡ।

author-image
Debibandita Barick
ଅଦ୍ୟତନ ହୋଇଛି
Zakir Hussain and Shankar Mahadevan

Zakir Hussain and Shankar Mahadevan

ବିଶ୍ୱର ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନୀ 'ଗ୍ରେମୀ'ରେ ଚମକିଲା ଭାରତ। ୬୬ତମ ଗ୍ରେମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ 'ଶକ୍ତି'କୁ ମିଳିଛି ପୁରସ୍କାର। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡାରେ ପୁରସ୍କୃତ ହୋଇଛି 'ଶକ୍ତି' ବ୍ୟାଣ୍ଡ।

Advertisment

ଏହି ବ୍ୟାଣ୍ଡର ଲାଟେଷ୍ଟ ଆଲବମ୍ 'ଦିସ୍ ମୋମେଣ୍ଟ' ପାଇଁ ଗ୍ରେମୀ ଆୱାର୍ଡ ମିଳିଛି। ଶକ୍ତି ବ୍ୟାଣ୍ଡ ଜନ୍ ମ୍ୟାକ୍ ଲୋଗଲିନ୍, ଜାକିର ହୁସେନ୍, ଶଙ୍କର ମହାଦେବନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜାଗୋପାଲାନଙ୍କ ସହଯୋଗରେ ପ୍ରସ୍ତୁତ ହୋଇଥିଲା। ଦୀର୍ଘ ୪୫ ବର୍ଷ ପରେ ଶକ୍ତି ବ୍ୟାଣ୍ଡ ନିଜର ପ୍ରଥମ ଆଲବମ୍ ରିଲିଜ୍ କରିଥିଲା। ଆଉ ଶେଷରେ ବିଶ୍ୱର ଏହି ସର୍ବଶ୍ରେଷ୍ଠ ମ୍ୟୁଜିକ୍ ଆୱାର୍ଡରେ ସମ୍ମାନିତ ହୋଇଛି।

Advertisment

୧୯୭୩ ମସିହାରେ ଇଂରାଜୀ ଗୀତାର ବାଦକ ଜନ୍ ମ୍ୟାକଲୋଲିନ୍, ଭାରତୀୟ ଭାୟୋଲିନ ବାଦକ ଏଲ. ଶଙ୍କର, ତବଲା ବାଦକ ଜାକିର ହୁସେନ ଏବଂ ଟି.ଏଚ. ବିକ୍କୁ ବିନାୟକରାମଙ୍କ ସହ ମିଶି ଫ୍ୟୁଜନ ବ୍ୟାଣ୍ଡ ଶକ୍ତିର ଆରମ୍ଭ କରିଥିଲେ। 

ଗତକାଲି ଲସ୍ ଏଞ୍ଜେଲ୍ସରେ ଗ୍ରେମୀ ଆୱାର୍ଡ ଆୟୋଜନ କରାଯାଇଥିଲା। ଶଙ୍କର ମହାଦେବନ ଏବଂ ଜାକିର ହୁସେନଙ୍କ ସମେତ ତାଙ୍କ ଟିମ୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଶଙ୍କର ମହାଦେବନ ସଂଗୀତ ଶିଳ୍ପର ସର୍ବଶ୍ରେଷ୍ଠ ପୁରସ୍କାର ଗ୍ରେମୀ ଆୱାର୍ଡ ବିଜୟୀ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି। ସେ ଏହି ସଫଳତା ପାଇଁ ଭଗବାନ, ତାଙ୍କ ପରିବାର, ପତ୍ନୀ ଏବଂ ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି। 

ତିନି ତିନି ଥର ଗ୍ରେମୀ ଆୱାର୍ଡ ବିଜେତା ରିକି କେଜ୍ ଶକ୍ତି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଗ୍ରେମୀ କାର୍ୟ୍ୟକ୍ରମ ସମୟର କିଛି ଭିଡିଓ ଏବଂ ଫଟୋ ସେୟାର କରି ବ୍ୟାଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି।

Shankar Mahadevan Grammy Best Global Music Album Shakti Band India Wins Grammy Award