Advertisment

ଏହି ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର୍ ବୁମରା

ମୁମ୍ବାଇ: ଭାରତୀୟ କ୍ରିକେଟର ଓ ବଲିଉଡ୍ ସୁନ୍ଦରୀଙ୍କର ରୋମାନ୍ସ ବହୁଥର ଚର୍ଚ୍ଚାକୁ ଆସିଛି। ବିରାଟ କୋହଲି, ଯୁବରାଜ ସିହଂ, ମନୀଷ ପାଣ୍ଡେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଏବେ ବୋଲର୍ ଯଶପ୍ରୀତ୍ ବୁମରା ମଧ୍ୟ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ହେଲେ ସେ କୌଣସି ବଲିଉଡ ଅଭିନେତ୍ରୀ ନୁହଁନ୍ତି। ସେ ହେଉଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଜଣାଶୁଣା ନାୟିକା ଅନୁପମା ପରମେଶ୍ୱରନ। ଏମାନେ କିଛିଦିନ ହେଲା ପରସ୍ପରକୁ ଡେଟ୍ କରୁଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ବୁମରା ଏବଂ […]

author-image
Chinmayee Roy
ଏହି ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର୍ ବୁମରା

bumhra

ମୁମ୍ବାଇ: ଭାରତୀୟ କ୍ରିକେଟର ଓ ବଲିଉଡ୍ ସୁନ୍ଦରୀଙ୍କର ରୋମାନ୍ସ ବହୁଥର ଚର୍ଚ୍ଚାକୁ ଆସିଛି। ବିରାଟ କୋହଲି, ଯୁବରାଜ ସିହଂ, ମନୀଷ ପାଣ୍ଡେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଏବେ ବୋଲର୍ ଯଶପ୍ରୀତ୍ ବୁମରା ମଧ୍ୟ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ହେଲେ ସେ କୌଣସି ବଲିଉଡ ଅଭିନେତ୍ରୀ ନୁହଁନ୍ତି। ସେ ହେଉଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଜଣାଶୁଣା ନାୟିକା ଅନୁପମା ପରମେଶ୍ୱରନ। ଏମାନେ କିଛିଦିନ ହେଲା ପରସ୍ପରକୁ ଡେଟ୍ କରୁଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ବୁମରା ଏବଂ ଅନୁପମା ପରସ୍ପରକୁ ଫଲୋ କରନ୍ତି।

Advertisment

https://www.instagram.com/p/B8sYeObpJa8/?utm_source=ig_web_copy_link

ନିକଟରେ ଅନୁପମାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ବୁମରାଙ୍କ ସହ ପ୍ରେମ ସମ୍ପର୍କ ନେଇ ପଚରାଯାଇଥିଲା। ହେଲେ ସେ ଡେଟିଂ ଖବରକୁ ଅସ୍ୱୀକାର କରି ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହିଥିଲେ। ତେବେ ଅନେକ ଥର ଏମାନଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି।

https://www.instagram.com/p/B7S2cISpyp0/?utm_source=ig_web_copy_link

୨୩ ବର୍ଷ ବୟସ୍କା ଅନୁପମା ଦକ୍ଷିଣ ଭାରତର ବହୁ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି। ସେ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ପ୍ରେମମ୍’ ଜରିଆରେ ବହୁ ଲୋକପ୍ରିୟତା ପାଇଥିଲେ। ଏହା ପରେ ସେ ‘ସତାମନମ ଭବତି’, ‘ନଟସର୍ବଭୂମା’ ଏବଂ ‘ବନଧି ଓକାଦେ ଜିନ୍ଦେଗୀ’ ଭଳି ହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହାପୂର୍ବରୁ ବୁମରାଙ୍କ ନାଁ ଅଭିନେତ୍ରୀ ରାଶି ଖାନ୍ନାଙ୍କ ସହ ମଧ୍ୟ ଜୋଡ଼ା ହୋଇଥିଲା। ରାଶି ‘ମାଡ୍ରାସ୍ କାଫେ’ ଫିଲ୍ମରେ ଜନ୍ ଆବ୍ରାହମଙ୍କ ସହ କାମ କରିଥିଲେ।

Advertisment

https://www.instagram.com/p/B3bGMm0pycc/?utm_source=ig_web_copy_link