Advertisment

ଷ୍ଟେଜ୍‌ ଉପରେ ସୁନ୍ଦରୀ ନେହାଙ୍କୁ ଟାଣିଆଣି କିସ୍‌ କରିଦେଲେ

ମୁମ୍ୱାଇ: ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ବାରଣ ସତ୍ତ୍ୱେ ନେହା କକ୍କରଙ୍କୁ କିସ୍‌ କଲେ ପ୍ରତିଯୋଗୀ। ଆଉ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ‘ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୧’ର ଅଡିସନ୍ ମଞ୍ଚରେ। ଏହି ଭିଡିଓକୁ ସୋନି ଟିଭି ତା’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛି। ଏଥିରେ ଦେଖିବାକୁ ମିଳିଛି, ଅଡିସନ୍‌ ଦେବାକୁ ଆସିଥିବା ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଛନ୍ତି। ପ୍ରଥମେ ସେ ନେହାଙ୍କୁ ସବୁ […]

ଅଦ୍ୟତନ ହୋଇଛି
ଷ୍ଟେଜ୍‌ ଉପରେ ସୁନ୍ଦରୀ ନେହାଙ୍କୁ ଟାଣିଆଣି କିସ୍‌ କରିଦେଲେ

neha

Advertisment

ମୁମ୍ୱାଇ: ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ବାରଣ ସତ୍ତ୍ୱେ ନେହା କକ୍କରଙ୍କୁ କିସ୍‌ କଲେ ପ୍ରତିଯୋଗୀ। ଆଉ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ‘ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୧’ର ଅଡିସନ୍ ମଞ୍ଚରେ।

Advertisment

ଏହି ଭିଡିଓକୁ ସୋନି ଟିଭି ତା’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛି। ଏଥିରେ ଦେଖିବାକୁ ମିଳିଛି, ଅଡିସନ୍‌ ଦେବାକୁ ଆସିଥିବା ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଛନ୍ତି। ପ୍ରଥମେ ସେ ନେହାଙ୍କୁ ସବୁ ଉପହାର ଦେଇଛନ୍ତି ଓ ତା’ପରେ ତାଙ୍କୁ ଆଲିଙ୍ଗନ କରି ହଠାତ୍‌ ଚୁମ୍ୱନ ଦେଇଛନ୍ତି। ହୋଷ୍ଟ୍‌ ଆଦିତ୍ୟ ନାରାୟଣ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଛନ୍ତି, କିନ୍ତୁ ପ୍ରତିଯୋଗୀ ଜଣଙ୍କ ତାଙ୍କ କଥା ଶୁଣି ନାହାନ୍ତି ଓ ନେହାଙ୍କୁ ଚୁମ୍ବନ ଦେଇଛନ୍ତି। ଏହାପରେ ନେହା ଲାଜରେ ନିଜ ମୁହଁ ଲୁଚାଇ ଦେଇଛନ୍ତି।

https://www.instagram.com/tv/B3rAS-pFdcc/?utm_source=ig_web_copy_link

ସୂଚନାଯୋଗ୍ୟ, ଛୋଟ ପରଦାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ର ସିଜିନ୍ ୧୧ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏବେ ଏହାର ଅଡିସନ୍ ଚାଲିଛି। ଏଥର ବି ଜଜ୍‌ ଚୌକିରେ ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ରହିଛନ୍ତି। ଗତ ସିଜିନ୍‌ରେ ବି ଏମାନେ ଜଜ୍ ଥିଲେ। ଅବଶ୍ୟ #MeToo ବିବାଦରେ ଫସି ଅନୁ ଶୋ’ ଶେଷ ହେବାର କେତୋଟି ଅଧ୍ୟାୟ ପୂର୍ବରୁ ଏଥିରୁ ଓହରି ଯାଇଥିଲେ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe