Advertisment

ପ୍ରତିଯୋଗୀଙ୍କୁ ୧ ଲକ୍ଷ ଟଙ୍କା ଦୀପାବଳି ଉପହାର ଦେଲେ ନେହା

ମୁମ୍ୱାଇ: ବଲିଉଡ୍‌ରେ ଇମୋସ୍‌ନାଲ୍‌ ଗାୟିକା ଭାବେ ପରିଚିତ ନେହା କକ୍କର ଅନ୍ୟର ଦୁଃଖକୁ ଆଦୌ ଦେଖି ପାରନ୍ତିନାହିଁ। ଏମିତିକି ଇମୋସ୍‌ନାଲ୍‌ ଗୀତ ଶୁଣିଲେ ବି ତାଙ୍କ ଆଖିରୁ ଲୁହ ଝରିଯାଏ। ‘ଇଣ୍ଡିଆନ୍ ଆଇଡଲ୍‌’ ଶୋ’ରେ ଅନେକ ଥର ସେ କାନ୍ଦିଛନ୍ତି। ସେଥିପାଇଁ କେହି କେହି ତାଙ୍କୁ କାନ୍ଦୁରୀ ନେହା କହନ୍ତି। ଏମିତି କିଛି ଘଟଣା ‘ଇଣ୍ଡିଆନ୍ ଆଇଡଲ୍‌ ୧୧’ରେ ମଧ୍ୟ ଦେଖିବାକୁ ମିଳିଛି। ଏଥରେ ଆସିଥିବା ଜଣେ ପ୍ରତିଯୋଗୀଙ୍କ ସଂଘର୍ଷର କାହାଣୀ ଶୁଣିବା ପରେ ନେହା ଭାବବିହ୍ୱଳ […]

ପ୍ରତିଯୋଗୀଙ୍କୁ ୧ ଲକ୍ଷ ଟଙ୍କା ଦୀପାବଳି ଉପହାର ଦେଲେ ନେହା

neha

Advertisment

ମୁମ୍ୱାଇ: ବଲିଉଡ୍‌ରେ ଇମୋସ୍‌ନାଲ୍‌ ଗାୟିକା ଭାବେ ପରିଚିତ ନେହା କକ୍କର ଅନ୍ୟର ଦୁଃଖକୁ ଆଦୌ ଦେଖି ପାରନ୍ତିନାହିଁ। ଏମିତିକି ଇମୋସ୍‌ନାଲ୍‌ ଗୀତ ଶୁଣିଲେ ବି ତାଙ୍କ ଆଖିରୁ ଲୁହ ଝରିଯାଏ। ‘ଇଣ୍ଡିଆନ୍ ଆଇଡଲ୍‌’ ଶୋ’ରେ ଅନେକ ଥର ସେ କାନ୍ଦିଛନ୍ତି। ସେଥିପାଇଁ କେହି କେହି ତାଙ୍କୁ କାନ୍ଦୁରୀ ନେହା କହନ୍ତି। ଏମିତି କିଛି ଘଟଣା ‘ଇଣ୍ଡିଆନ୍ ଆଇଡଲ୍‌ ୧୧’ରେ ମଧ୍ୟ ଦେଖିବାକୁ ମିଳିଛି।

Advertisment

ଏଥରେ ଆସିଥିବା ଜଣେ ପ୍ରତିଯୋଗୀଙ୍କ ସଂଘର୍ଷର କାହାଣୀ ଶୁଣିବା ପରେ ନେହା ଭାବବିହ୍ୱଳ ହୋଇଯାଇଥିଲେ ଓ ୧ ଲକ୍ଷ ଟଙ୍କା ଦେଇ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବାକୁ କହିଥିଲେ। ଏହି ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡର ଦିବସ। ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଛି।

https://www.instagram.com/tv/B4E44cUFbBB/?utm_source=ig_web_copy_link

ଏଥିରେ ଜଜ୍‌ମାନେ ତାଙ୍କୁ ଦୀପାବଳି କିପରି ପାଳନ କରୁଛ ବୋଲି ପ୍ରଶ୍ନ କରିଛନ୍ତି। ଏହା ଶୁଣି ଦିବସଙ୍କ ଆଖି ଜକେଇ ଯାଇଥିଲା। ଦିବସ କହିଥିଲେ ଯେ ସେ ୬ ବର୍ଷ ହେଲାଣି ଘରଠାରୁ ଦୂରରେ ରହୁଛନ୍ତି। ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଓ କେବଳ ବାଣ ଫୁଟିବାର ଶବ୍ଦ ଶୁଣୁଥିଲେ।

Advertisment

ଏହା ଶୁଣିବା ପରେ ତିନି ଜଣ ଯାକ ଜଜ୍‌ ନିରବ ହୋଇଯାଇଥିଲେ। ତା’ପରେ ନେହା ତାଙ୍କୁ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବାକୁ କହିଥିଲେ। ଏହା ସହିତ ସେ ତାଙ୍କୁ ୧ ଲକ୍ଷ ଟଙ୍କାର ଦୀପାବଳି ଉପହାର ଦେଇଥିଲେ। ସେହି ଟଙ୍କାରେ ପରିବାର ଲୋକଙ୍କ ପାଇଁ ଉପହାର ନେଇ ଯିବା ପାଇଁ ସେ ଦିବସଙ୍କୁ କହିଥିଲେ। ବିମାନରେ ଘରକୁ ଯାଇ ଦୀପାବଳି ପାଳି ଫେରି ଆସିବାକୁ ସେ ତାଙ୍କୁ କହିଥିଲେ। ଏଥିପାଇଁ ଦିବସ ତାଙ୍କୁ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଦିବସ ବଢ଼ିଆ ଗୀତ ଗାଉଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି ଓ ଟ୍ୱିଟ୍ କରି ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe