Advertisment

ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଗୀତ ଗାଇଲେ ନେହା

ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ୍‌ ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ଆଗାମୀ ଏପିସୋଡ୍‌ରେ କମେଡିଆନ୍‌ ଭାରତୀ ସିଂହ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିୟାଙ୍କ ସହିତ ଯୋଗ ଦେଉଛନ୍ତି। ତେଣୁ ଦର୍ଶକଙ୍କ ପାଇଁ ଏହି ଏପିସୋଡ୍‌ଟି ମନୋରଞ୍ଜନର ଭରପୂର ଖୋରାକ୍ ଯୋଗାଇବ ବୋଲି ଆଶା କରାଯାଉଛି। ଏହି ଏପିସୋଡ୍‌ର ନାମ ‘ଶାଦି ସ୍ପେଶାଲ୍‌’ ରଖାଯାଇଛି। ଏଥିରେ ନେହା କକ୍କର ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ପାଇଁ ‘ଚନ୍ନା ମେରେୟା‘ ଗୀତ ଗାଇଛନ୍ତି। ନେହା ଏହି ଗୀତ ଗାଉଥିବା ସମୟର […]

author-image
Puspanjali Panda
ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଗୀତ ଗାଇଲେ ନେହା

neha

ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ୍‌ ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ଆଗାମୀ ଏପିସୋଡ୍‌ରେ କମେଡିଆନ୍‌ ଭାରତୀ ସିଂହ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିୟାଙ୍କ ସହିତ ଯୋଗ ଦେଉଛନ୍ତି। ତେଣୁ ଦର୍ଶକଙ୍କ ପାଇଁ ଏହି ଏପିସୋଡ୍‌ଟି ମନୋରଞ୍ଜନର ଭରପୂର ଖୋରାକ୍ ଯୋଗାଇବ ବୋଲି ଆଶା କରାଯାଉଛି।

Advertisment

ଏହି ଏପିସୋଡ୍‌ର ନାମ ‘ଶାଦି ସ୍ପେଶାଲ୍‌’ ରଖାଯାଇଛି। ଏଥିରେ ନେହା କକ୍କର ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ପାଇଁ ‘ଚନ୍ନା ମେରେୟା‘ ଗୀତ ଗାଇଛନ୍ତି। ନେହା ଏହି ଗୀତ ଗାଉଥିବା ସମୟର ଏକ ଭିଡିଓକୁ ସୋନି ଟିଭିର ଅଫିସିଆଲ୍‌ ୱେବ୍‌ ସାଇଟ୍‌ରେ ଶେଆର୍‌ କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଭାରତୀ ଏକ ପାଲିଙ୍କିରେ ବସି ଶୋ’କୁ ପ୍ରବେଶ କରୁଛନ୍ତି ଏବଂ ତାଙ୍କ ସ୍ୱାମୀ ହର୍ଷ ଏକ ଘୋଡ଼ାରେ ସଜେଇ ହୋଇ ଆସିଛନ୍ତି। ଏହାପରେ ଶୋ’ର ହୋଷ୍ଟ ଆଦିତ୍ୟ ଦୁହିଁଙ୍କୁ ତାଙ୍କ ଦ୍ୱିତୀୟ ବିବାହ ବାର୍ଷିକୀ ଉପରେ ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ଭାରତୀ କହୁଛନ୍ତି, “୨ ବର୍ଷ ଭିତରେ ମୁଁ ହର୍ଷଙ୍କ ଗୁଜରାଟୀ କେଶକୁ ବଦଳାଇ ପଞ୍ଜାବୀ କରିଦେଇଛି।” ଏହା ଶୁଣି ସମସ୍ତେ ହସିଛନ୍ତି।

Advertisment

https://twitter.com/SonyTV/status/1207628640885694464

ଏହାପରେ ଶୋ’ରେ ଜଣେ ପ୍ରତିଯୋଗୀ ‘ଚନ୍ନା ମେରେୟା’ ଗୀତ ଗାଇଛନ୍ତି। ଏହାକୁ ଶୁଣିବା ପରେ ସମସ୍ତଙ୍କର ପୁରୁଣା ସ୍ମୃତି ମନେପଡ଼ିଛି। ଏପରିକି ଶୋ’ର ଜଜ୍‌ ନେହା କକ୍କର ମଧ୍ୟ ପୁରୁଣା ବୟଫ୍ରେଣ୍ଡ ହିମାଂଶଙ୍କ କଥା ମନେ ପକାଇଛନ୍ତି। ତେଣୁ ଏହାରି ମଧ୍ୟରେ ହଠାତ୍‌ ସେ ସମସ୍ତଙ୍କୁ ଚମକାଇ ଦେଇ ‘ମୁଁ ବି ମୋ ଏକ୍ସ-ବୟଫ୍ରେଣ୍ଡ ପାଇଁ ଏହି ଗୀତଟି ଗାଇବାକୁ ଚାହୁଁଛି’ ବୋଲି କହିଛନ୍ତି। ଏହାପରେ ସେ ଗୀତଟିକୁ ଗାଇଛନ୍ତି, ଯାହାର ଭିଡିଓଟି ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

ନେହା ଗୀତଟିକୁ ଗାଇ ସାରିବା ପରେ ହୋଷ୍ଟ ଆଦିତ୍ୟ କହିଥିଲେ, ‘ଇସ୍‌ମେ ତେରା ଘାଟା ଇନ୍‌କା କୁଛ୍‌ ନହିଁ ଜାତା।’ ଏହାକୁ ଶୁଣିବା ପରେ ଶୋ’ରେ ସମସ୍ତେ ହସୁଥିବା ଦେଖିବାକୁ ମିଳିଛି।