Advertisment

ପବନଦୀପ ହେଲେ ଇଣ୍ଡିଆନ ଆଇଡଲ ବିଜେତା; ମିଳିଲା ୨୫ ଲକ୍ଷ ଟଙ୍କା ଓ କାର୍‌

ମୁମ୍ବାଇ: ଦେଶର ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୨ର ବିଜୟୀ ମୁକୁଟ। ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କର କଡ଼ା ଟକ୍କର ମଧ୍ୟ ହୋଇଥିଲା। ତେବେ ଶେଷରେ ସେ ବିଜୟୀ ହୋଇଥିଲେ। ବିଜୟୀ ଟ୍ରଫି ସହିତ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା […]

author-image
Niharika Rout
ଅଦ୍ୟତନ ହୋଇଛି
ପବନଦୀପ ହେଲେ ଇଣ୍ଡିଆନ ଆଇଡଲ ବିଜେତା; ମିଳିଲା ୨୫ ଲକ୍ଷ ଟଙ୍କା ଓ କାର୍‌

pawandeep-rajan

ମୁମ୍ବାଇ: ଦେଶର ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୨ର ବିଜୟୀ ମୁକୁଟ।

Advertisment

ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କର କଡ଼ା ଟକ୍କର ମଧ୍ୟ ହୋଇଥିଲା। ତେବେ ଶେଷରେ ସେ ବିଜୟୀ ହୋଇଥିଲେ। ବିଜୟୀ ଟ୍ରଫି ସହିତ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ଓ ଏକ କାର୍‌ ମିଳିଛି।

ଏହି ପ୍ରତିଯୋଗୀତାରେ ପବନଦୀପଙ୍କୁ କଡ଼ା ଟକ୍କର ଦେଉଥିବା ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସାୟଲି କାମ୍ବଲି ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ମୋହମ୍ମଦ ଦାନିଶ ଚତୁର୍ଥ ଓ ନିହାଲ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସବୁଠୁ କମ୍ ଭୋଟ୍ ପାଇ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ।

Advertisment

[caption id="attachment_667299" align="aligncenter" width="650"]winner ପବନଦୀପଙ୍କୁ ପୁରସ୍କୃତ କରାଯାଉଛି।[/caption]

ପବନଦୀପଙ୍କ ସହିତ ଅରୁଣିତା ଓ ମୋହମ୍ମଦ ଦାନିଶ ପ୍ରମୁଖ କରଣ ଜୋହରଙ୍କ ଧର୍ମା ପ୍ରହକ୍ସନ୍ସରେ କାମ କରିବା ପାଇଁ ଅଫର ପାଇ ସାରିଛନ୍ତି। ଶୋ’କୁ ଗେଷ୍ଟ ହୋଇ ଆସିଥିବା କରଣ ସେମାନଙ୍କୁ ଏହି ଅଫର ଦେଇଥିଲେ। ସେହିଭଳି ସଙ୍ଗୀତ ନିର୍ଦ୍ଦେଶକ ତଥା ଶୋ’ର ଜଜ୍ ହିମେଶ ରେଶମିୟା ମଧ୍ୟ କିଛି ପ୍ରତିଯୋଗୀଙ୍କୁ ନିଜ ଆଲବମ୍‌ରେ ଗାଇବାକୁ ସୁଯୋଗ ଦେଇଛନ୍ତି।

[caption id="attachment_667302" align="aligncenter" width="650"]winners ଅରୁଣିତା ଓ ସାୟଲିଙ୍କ ସହ ପବନଦୀପ।[/caption]

ଇଣ୍ଡିଆନ ଆଇଡଲ ଇତିହାସରେ ପ୍ରଥମ ଥର ପାଇଁ ଗତକାଲି ଚଳିତ ସିଜିନ୍‌ର ଶେଷ ଏପିସୋଡ଼କୁ ୧୨ ଘଣ୍ଟା ପାଇଁ ଟେଲିକାଷ୍ଟ କରାଯାଇଥିଲା। ଶୋ’ର ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ଲାଗି ଅନୁ ମଲ୍ଲିକ, ସୋନୁ କକ୍କଡ, ହିମେଶ ରେଶମିୟା, ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ, ବିଶାଲ ଦଦଲାନି, ମିକା ସିଂ, ଭାରତୀ ସିଂ, ସିଦ୍ଧାର୍ଥ ମଲହୋତ୍ରା  ଓ କିୟାରା ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।

କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଶୋ’ ଧୀରେ ଧୀରେ ଲୋକଙ୍କ ଭଲ ପାଇବା ସାଉଣ୍ଟିବାରେ ସକ୍ଷମ ହୋଇଥିଲା। ହେଲେ ଅଚାନକ ଏହାର ଜଜ୍‌ ଓ ପ୍ରତିଯୋଗୀଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ଏହା ସତ୍ତ୍ୱେ ଶୋ’ ଚାଲିଥିଲା।

Indian Idol Hindi Television