ଇଣ୍ଡିଆନ ଆଇଡଲ୍। ଟେଲି ଦୁନିଆର ସବୁଠାରୁ ବଡ ରିଆଲିଟି ଶୋ। ଯେଉଁଥିରେ ବଛା ବଛା ଗାୟକଙ୍କୁ ପରିଚୟ ମିଳିଛି। ଆଉ ଏଥର ଇଣ୍ଡିଆନ ଆଇଡଲ ସିଜିନ ୧୬ର ସେନସେସନାଲ ଚେହେରା ପାଲଟିଛନ୍ତି ଓଡ଼ଆ ଝିଅ ଜ୍ୟୋତିର୍ମୟୀ ନାୟକ।
ଶୋ’ର ଗ୍ରାଣ୍ଡଫିନାଲେକୁ ଯିବା ପାଇଁ ପ୍ରସ୍ତୁତି ଜୋର କରିଥିବା ବେଳେ ଓଟିଭିକୁ ଦେଇଛନ୍ତି ଏକ ସାକ୍ଷାତକାର। ଇଣ୍ଡିଆନ ଆଇଡଲରେ କେମିତି ହୁଏ ସିଲେକ୍ସନ, ସେ ପ୍ରକ୍ରିୟା କ’ଣ, ସେ ସଂପର୍କରେ ଖୋଲି କହିଥିଲେ ଜ୍ୟୋତିର୍ମୟୀ।
ସେ କହିଥିଲେ, ରିଆଲିଟି ଶୋ’ ଗୁଡ଼ିକରେ ସବୁ କିଛି ତ ରିଅଲ ହେବା ସମ୍ଭବ ନୁହେଁ, କିଛି କିଛି ସ୍କ୍ରିପଟେଡ ଆଇଟମ ବି ଅଛି ! ଅର୍ଥାତ ତାହା ଆଗରୁ ଠିକ୍ ହୋଇଥାଏ। ସେହିପରି ଇଣ୍ଡିଆନ ଆଇଡଲ ଶୋ’ ସିନା ସୋନିରେ ଦେଉଛି, କିନ୍ତୁ ଏହାର ମାଲିକ ଆଉ ଏକ କମ୍ପାନୀ। ତା ନାଁ ହେଲା- ଫ୍ରିମେଣ୍ଟଲ ଇଣ୍ଡିଆ।
ଏହି କମ୍ପାନୀ ଦ୍ୱାରା ଶୋ’ଟି ପ୍ରଯୋଜିତ ହେଉଛି, ଯାହାକି ସୋନି ଏଣ୍ଟରଟେନମେଣ୍ଟ ଦ୍ୱାରା ପରିଚାଳିତ ସୋନି ଟିଭିରେ ପ୍ରସାରଣ ହେଉଛି। ପ୍ରତିଯୋଗିତାର ମୋଟ ୭ଟି ପାହାଚ ଅତିକ୍ରମ କରିବା ପରେ ହିଁ ଇଣ୍ଡିଆନ ଆଇଡଲରେ ସ୍ଥାନ ମିଳିଥାଏ। ପ୍ରତିଯୋଗୀମାନଙ୍କ ଭିତରୁ ଯିଏ ସମସ୍ତଙ୍କ ପ୍ରିୟଭାଜନ ହୁଏ ସେ ହିଁ ଆଗକୁ ଯିବା ସମ୍ଭବ ହୋଇଥାଏ। କେବଳ ଜୁରି ମେମ୍ବର ନୁହନ୍ତି, ସୋନି ଚାନେଲ କର୍ତୃପକ୍ଷଙ୍କ ଫେଭରାଇଟ ହେବାକୁ ପଡ଼ିବ। ଫ୍ରିମେଣ୍ଟଲ ସଂସ୍ଥା ମଧ୍ୟ ପ୍ରତିଯୋଗୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ।
ଓଟିଭିକୁ ଦେଇଥିବା ସାକ୍ଷାତକାରରେ ଜ୍ୟୋତିର୍ମୟୀ କହିଛନ୍ତି, ନିରନ୍ତର ପରିଶ୍ରମ ଓ ରିଆଜ ତାଙ୍କୁ ଏ ସ୍ତରକୁ ପହଞ୍ଚାଇଛି। ଏହି ଶୋ’ ଏତେ ଟଫ୍ ଯେ, ଟିଭିରେ ଥରୁଟିଏ ମୁହଁ ଦେଖାଇବା ପାଇଁ ତାଙ୍କୁ ୭ଥର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଛି। ମଞ୍ଚ ପାଇବା ପରେ ତାଙ୍କର ସବୁଠାରୁ ବଡ଼ ଉପଲବ୍ଧି ହେଉଛନ୍ତି କରିସ୍ମା କପୁର ଓ ଜୟପ୍ରଦାଙ୍କ ଭଳି ଆଗଧାଡ଼ିର ଅଭିନେତ୍ରୀଙ୍କୁ ଭେଟିବା। ବ୍ୟକ୍ତିଗତ ଭାବେ ସେ କରିସ୍ମାଙ୍କ ଫ୍ୟାନ ହୋଇଥିବା ବେଳେ ତାଙ୍କ ମା’ ଜୟପ୍ରଦାଙ୍କ ଫ୍ୟାନ।ଉଭୟଙ୍କୁ ଗୋଟିଏ ମଞ୍ଚରେ ଗୀତ ଶୁଣାଇ ସେ ବେଶ ଗର୍ବିତ ବୋଲି ମଧ୍ୟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/07/jyotirmayee-2026-02-07-12-17-26.jpg)