Advertisment

ପୁଣି ଆସୁଛି 'ଶକ୍ତିମାନ୍'

ମୁମ୍ବାଇ: ‘ନୋଭେଲ୍ କରୋନା ଭୂତାଣୁ’ ବିରୋଧରେ ସାରା ବିଶ୍ୱରେ ଲଢ଼େଇ ଜାରି ରହିଛି। ଏପଟେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ମୁକାବିଲା ଲାଗି ୨୧ ଦିନର ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏଥିପାଇଁ ଘରୁ କେହି ବାହାରିପାରୁ ନ ଥିବାବେଳେ ସମୟ ଅତିବାହିତ କରିବା ମୁସ୍କିଲ ହୋଇପଡ଼ିିଛି। ଅନ୍ୟପଟେ ଲକ୍‌ଡାଉନ୍ ପାଇଁ ବିଭିନ୍ନ ଟେଲିଭିଜନ ଧାରାବାହିକର ଶୁଟିଂ ମଧ୍ୟ ବନ୍ଦ ରହିଛି। ଏଣୁ ଦର୍ଶକଙ୍କ ଚାହିଦାକୁ ନଜରରେ ରଖି ଟିଭି ଜଗତର ଚିରସବୁଜ ଧାରାବାହିକଗୁଡ଼ିକୁ ପୁନଃପ୍ରସାରଣ କରାଯାଉଛି। […]

ଅଦ୍ୟତନ ହୋଇଛି
ପୁଣି ଆସୁଛି 'ଶକ୍ତିମାନ୍'

shaktiman

Advertisment

ମୁମ୍ବାଇ: ‘ନୋଭେଲ୍ କରୋନା ଭୂତାଣୁ’ ବିରୋଧରେ ସାରା ବିଶ୍ୱରେ ଲଢ଼େଇ ଜାରି ରହିଛି। ଏପଟେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ମୁକାବିଲା ଲାଗି ୨୧ ଦିନର ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏଥିପାଇଁ ଘରୁ କେହି ବାହାରିପାରୁ ନ ଥିବାବେଳେ ସମୟ ଅତିବାହିତ କରିବା ମୁସ୍କିଲ ହୋଇପଡ଼ିିଛି। ଅନ୍ୟପଟେ ଲକ୍‌ଡାଉନ୍ ପାଇଁ ବିଭିନ୍ନ ଟେଲିଭିଜନ ଧାରାବାହିକର ଶୁଟିଂ ମଧ୍ୟ ବନ୍ଦ ରହିଛି।

Advertisment

ଏଣୁ ଦର୍ଶକଙ୍କ ଚାହିଦାକୁ ନଜରରେ ରଖି ଟିଭି ଜଗତର ଚିରସବୁଜ ଧାରାବାହିକଗୁଡ଼ିକୁ ପୁନଃପ୍ରସାରଣ କରାଯାଉଛି। ଗତକାଲି ଠାରୁ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ପୁନଃପ୍ରସାରଣ ଆରମ୍ଭ ହୋଇଯାଇଛି।

ସେହିପରି ଦୂରଦର୍ଶନ ଏହାର ଆଉ ଏକ ପୁରୁଣା ହିଟ୍ ଶୋ’ ‘ବ୍ୟୋମକେଶ୍ ବକ୍ସି’ର ମଧ୍ୟ ପୁନଃପ୍ରସାରଣ ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଯୋଡ଼ି ହୋଇଯାଇଛି ଆଉ ଏକ ଚିରସବୁଜ ତଥା ୯୦ ଦଶକର ବହୁ ଚର୍ଚ୍ଚିତ ଶୋ’ ‘ଶକ୍ତିମାନ୍’। ଖୁବଶୀଘ୍ର ଏହି ଲୋକପ୍ରିୟ ଧାରାବାହିକକୁ ଆପଣମାନେ ଟିଭି ପରଦାରେ ପୁଣି ଦେଖିବାକୁ ପାଇବେ।

Advertisment

https://twitter.com/actmukeshkhanna/status/1244108064480841729?s=20

‘ରାମାୟଣ’ ଓ ‘ମହାଭାରତ’ ପୁନଃପ୍ରସାରଣ ଆରମ୍ଭ ହେବାପରେ ଦର୍ଶକ ‘ଶକ୍ତିମାନ’ ଦେଖିବାକୁ ଦାବି କରିଥିଲେ। ଏପରି କି ସୋଶାଲ୍ ମିଡିଆରେ #shaktimaan ମଧ୍ୟ ଟ୍ରେଣ୍ଡ କରିବାକୁ ଲାଗିଲା। ତେବେ ଦର୍ଶକଙ୍କ ଦାବିକୁ ନଜରରେ ରଖି  ଶୋ’କୁ ମଧ୍ୟ ପୁନଃପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଖୋଦ୍ ଶକ୍ତିମାନ୍ ଅର୍ଥାତ୍ ଅଭିନେତା ମୁକେଶ ଖନ୍ନା ଟ୍ୱିଟ୍ କରି ଜଣାଇଛନ୍ତି।

ମୁକେଶ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ‘ରାମାୟଣ’ ଓ ‘ମହାଭାରତ’ ସହ ଖୁବଶୀଘ୍ର ‘ଶକ୍ତିମାନ୍’ ବି ଦେଖିବାକୁ ସୁଯୋଗ ପାଇବେ ଦର୍ଶକ। ତେବେ ପ୍ରସାରଣର ସମୟ ଓ ତାରିଖ ବିଷୟରେ ଜାଣିବା ପାଇଁ ସେ ଅପେକ୍ଷା କରିବାକୁ କହିଛନ୍ତି।

https://twitter.com/KAMALNA77536433/status/1243830356161126401?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe