/odisha-reporter/media/post_attachments/uploads/2020/01/jb.jpg)
jb
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗୀତିକାର, ସ୍କ୍ରିନ୍ରାଇଟର୍ ତଥା କବି ଭାଭେଦ ଅଖତର ଗତକାଲି ୭୫ ବର୍ଷରେ ପାଦ ଦେଇଛନ୍ତି। ପଦ୍ମଶ୍ରୀ, ପଦ୍ମଭୂଷଣ ଓ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ସେ ୫ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ତାଙ୍କ ଲେଖାରେ ଯାଦୁ ଅଛି। ତାଙ୍କ ଲେଖା ଲୋକଙ୍କୁ ବାନ୍ଧି ରଖେ ଓ ଭରପୂର ମନୋରଞ୍ଜନ କରାଏ। ତେବେ ଜାଭେଦ ଏବେ ଯେଉଁ ସଫଳତାକୁ ଉପଭୋଗ କରୁଛନ୍ତି, ତାହା ଏତେ ସହଜରେ ମିଳିନି। ଅନେକ ସଫଳ ବ୍ୟକ୍ତିତ୍ୱଙ୍କ ଭଳି ତାଙ୍କର ମଧ୍ୟ ସଂଘର୍ଷର କାହାଣୀ ରହିଛି। ଆଜି ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା।
ଜାଭେଦ ଅଖତରଙ୍କ ଜନ୍ମ ଗ୍ୱାଲିଅରରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ଥିଲା ଜାଁ ନିସାର ଅଖତର। ସେ ମଧ୍ୟ ବଲିଉଡ୍ର ଜଣେ ଲୋକପ୍ରିୟ ଗୀତିକାର ଥିଲେ। ତାହା ସହିତ ସେ ଉର୍ଦ୍ଦୁର ଜଣେ ଲୋକପ୍ରିୟ କବି ଥିଲେ। ଜାଭେଦଙ୍କ ମା’ ସାଫିଆ ଅଖତର ଜଣେ କଣ୍ଠଶିଳ୍ପୀ ଥିଲେ।
ବଲିଉଡ୍ରେ ଜାଭେଦ ପ୍ରଥମେ କ୍ଲାପର ବୟ ଭାବେ କାମ ଆରମ୍ଭ କରିଥିଲେ।
ସଲିମ୍ ଖାନ୍ ଏବଂ ଜାଭେଦ୍ଙ୍କ ବନ୍ଧୁତାକୁ ନେଇ ବେଶ୍ ଚର୍ଚ୍ଚା ହୁଏ। ‘ଲୁଟେରା’ ଫିଲ୍ମର ଶୁଟିଂ ସେଟ୍ରେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ଫିଲ୍ମରେ ମଧ୍ୟ ଜାବେଦ କ୍ଲାପର ବୟ ଥିଲେ। ଅନ୍ୟପଟେ ସଲିମ୍ ଥିଲେ ଏହି ଫିଲ୍ମର ହିରୋ।
ଜାଭେଦ୍ଙ୍କ ନାଁ ପଛର କାହାଣୀ ଖୁବ୍ କମ୍ ଜାଣନ୍ତି। ତାଙ୍କ ପ୍ରକୃତ ନାଁ ହେଉଛି ‘ଯାଦୁ’। ଜାଭେଦ୍ଙ୍କ ବାପା ଗୋଟେ କବିତା ଲେଖିଥିଲେ, ‘ଲମ୍ହା-ଲମ୍ହା କିସି ଯାଦୁ କା ଫସାନା ହୋଗା’। ଏହି କବିତାରୁ ସେ ତାଙ୍କ ପୁଅର ନାଁ ବାଛିଥିଲେ। ଏହାପରେ ସେ ତାଙ୍କ ନାଁ ଯାଦୁରୁ ବଦଳାଇ ଜାଭେଦ୍ କରି ଦେଇଥିଲେ।
ଜାଭେଦ୍ ଦୁଇଟି ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ହନି ଇରାନି। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାଁ ଶବାନା ଆଜମୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
