Advertisment

‘ଫିଲ୍ମରେ କାମ କରିବାକୁ ବାପା ବିରୋଧ କରୁଥିଲେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ପ୍ରଥମେ ଅଭିନେତ୍ରୀ ରିୟାଙ୍କୁ ଫିଲ୍ମ କରିବା ପାଇଁ ତାଙ୍କ ପରିବାରରେ କେହି ସହଯୋଗ କରୁ ନଥିଲେ। ଅବଶ୍ୟ ତାଙ୍କ ମାଆ ଓ ଭଉଣୀ ତାଙ୍କୁ ଏତେଟା ବିରୋଧ କରି ନଥିଲେ। କିନ୍ତୁ ତାଙ୍କ ବାପା ପୂରା ବିରୋଧ କରୁଥିଲେ। ସେ ଅଭିନେତ୍ରୀ ହୁଅନ୍ତୁ ବୋଲି ତାଙ୍କ ବାପା  ଆଦୌ ଚାହୁଁ ନଥିଲେ। କାରଣ ସେ ଭାବୁଥିଲେ ଫିଲ୍ମ ଜଗତରେ ତିଷ୍ଠି ରହିବା ଏତେ ସହଜ ନୁହେଁ। ଟଙ୍କା ମଧ୍ୟ ଭଲ ମିଳେନି। […]

ଅଦ୍ୟତନ ହୋଇଛି
‘ଫିଲ୍ମରେ କାମ କରିବାକୁ ବାପା ବିରୋଧ କରୁଥିଲେ’

r

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ପ୍ରଥମେ ଅଭିନେତ୍ରୀ ରିୟାଙ୍କୁ ଫିଲ୍ମ କରିବା ପାଇଁ ତାଙ୍କ ପରିବାରରେ କେହି ସହଯୋଗ କରୁ ନଥିଲେ। ଅବଶ୍ୟ ତାଙ୍କ ମାଆ ଓ ଭଉଣୀ ତାଙ୍କୁ ଏତେଟା ବିରୋଧ କରି ନଥିଲେ। କିନ୍ତୁ ତାଙ୍କ ବାପା ପୂରା ବିରୋଧ କରୁଥିଲେ। ସେ ଅଭିନେତ୍ରୀ ହୁଅନ୍ତୁ ବୋଲି ତାଙ୍କ ବାପା  ଆଦୌ ଚାହୁଁ ନଥିଲେ। କାରଣ ସେ ଭାବୁଥିଲେ ଫିଲ୍ମ ଜଗତରେ ତିଷ୍ଠି ରହିବା ଏତେ ସହଜ ନୁହେଁ। ଟଙ୍କା ମଧ୍ୟ ଭଲ ମିଳେନି। ତେଣୁ ସେ ତାଙ୍କୁ ପାଠପଢ଼ି ଗୋଟେ ଭଲ ଚାକିରି କରିବାକୁ କହିଥିଲେ। କିନ୍ତୁ ରିୟାଙ୍କୁ ଫିଲ୍ମ ହିଁ କରିବାର ଥିଲା। ଆଉ ସେ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ପ୍ରେମ ଅଢ଼େଇ ଅକ୍ଷର’। ଏହାର ଅଫର ମିଳିବା ପରେ ଘର ଲୋକଙ୍କୁ ବୁଝାଇବାକୁ ରିୟାଙ୍କୁ ବେଶ୍ କସରତ କରିବାକୁ ପଡ଼ିଥିଲା। ଅନେକ ବୁଝାଇବା ପରେ ଯାଇ ତାଙ୍କ ବାପା ତାଙ୍କୁ ଏହି ଫିଲ୍ମ କରିବାକୁ ଅନୁମତି ଦେଇଥିଲେ।  ତେବେ ଏଥିପାଇଁ ତାଙ୍କ ବାପା ‘ପ୍ରେମ ଅଢ଼େଇ ଅକ୍ଷର’ର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହ କଥା ହୋଇଥିଲେ। ଏଥିସହ ଏହି ଫିଲ୍ମରେ ଲିଡ୍‌ରେ ଥିବା ବାବୁସାନ୍‌ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ବାବୁସାନ୍‌ ବି ରିୟାଙ୍କ ବାପାଙ୍କୁ ବହୁତ ବୁଝାଇଥିଲେ।

Advertisment

publive-imageରିୟାଙ୍କ କହିବା ଅନୁଯାୟୀ, ପ୍ରଥମେ ସିନା ବାପା ବିରୋଧ କରିଥିଲେ, କିନ୍ତୁ ଏବେ ତାଙ୍କ ସଫଳତାରେ ସେ ହିଁ ସବୁଠୁ ଅଧିକ ଖୁସି ଅଛନ୍ତି। ଥରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଷ୍ଟାର୍‌ ଆଣ୍ଡ ଷ୍ଟାଇଲ୍‌’ରେ ଯୋଗଦେଇ ରିୟା ଏକଥା କହିଥିଲେ।

ସୂଚନାଯୋଗ୍ୟ, ‘ଗୋଲାପି ଗୋଲାପି’, ‘ତୋର ଦିନେ କୁ ମୋର ଦିନେ’, ‘କଥା ଦେଲି ମଥା ଛୁଇଁ’, ‘ପ୍ରେମ ଅଢ଼େଇ ଅକ୍ଷର’ ଓ ‘ପାଗଳ କରିଚୁ ତୁ’ ଆଦି ଫିଲ୍ମରେ ରିୟା ଅଭିନୟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe