/odisha-reporter/media/post_attachments/uploads/2020/10/big-b-1.jpg)
big-b
ମୁମ୍ବାଇ: ଅମିତାଭ୍ ବଚ୍ଚନ ଆଜି ନିଜର ୭୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛା ଜଣାଉଛନ୍ତି। ଅଗଣିତ ପ୍ରଶଂସକଙ୍କ ସମେତ ବଲିଉଡ୍, କ୍ରୀଡ଼ା ଜଗତ ତଥା ରାଜନୈତିକ କ୍ଷେତ୍ରରୁ ମଧ୍ୟ ଶୁଭେଚ୍ଚା ଓ ଶୁଭକାମନାର ସୁଅ ଛୁଟୁଛି। ନିଜ ଜବରଦସ୍ତ ଅଭିନୟ ଓ ଡାଏଲଗ୍ ଜରିଆରେ ଅମିତାଭ୍ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର ଅଦ୍ୱିତୀୟ ସ୍ଥାନ ସୃଷ୍ଟି କରିଛନ୍ତି। ୧୯୪୨ ଅକ୍ଟୋବର ୧୧ରେ ଜନ୍ମିତ ଅମିତାଭ୍ ନିଜ ଜୀବନରେ ଅଭିନେତା ନୁହେଁ ବରଂ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଥିଲେ। ଏହାସହ ଏୟାରଫୋର୍ସରେ ଯିବାକୁ ମଧ୍ୟ ସେ ଚାହୁଁଥିଲେ।
/odisha-reporter/media/post_attachments/wp-content/uploads/2017/11/amitabh-bachchan-old-movie-picture.jpg)
ବିଗ୍ ବି ଅମିତାଭ୍ ବଲିଉଡ୍ ମହାନାୟକ ଭାବେ ପରିଚିତ। ହେଲେ ଫିଲ୍ମ କ୍ୟାରିୟର ଆରମ୍ଭରେ ସେ ଅନେକ ବିଫଳତା ଦେଖିଛନ୍ତି। ବ୍ୟାକ୍-ଟୁ-ବ୍ୟାକ୍ ୧୨ଟି ଫିଲ୍ମ ତାଙ୍କର ଫ୍ଲପ୍ ହୋଇଥିଲା। ଏପରି କି ନିଜର ଗମ୍ଭୀର କଣ୍ଠସ୍ୱର ପାଇଁ ତାଙ୍କୁ ଅଲ୍ ଇଣ୍ଡିଆ ରେଡିଓ ମଧ୍ୟ ରିଜେକ୍ଟ କରିଦେଇଥିଲା। ଚେବେ ଏହା ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା। ଫିଲ୍ମ ଜଞ୍ଜୀର ଅମିତାଭଙ୍କ ପାଇଁ ନୂଆ ପରିଚୟ ଆଣିଦେଇଥିଲା। ଏହି ଫିଲ୍ମ ପରେ ସେ କେବେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ସମୟ ସହ ଅମିତାଭ୍ ବଲିଉଡର ଶେହନଶାହ ହେଇଗଲେ। ଫିଲ୍ମରେ ତାଙ୍କର ଡାଏଲଗ୍ ହିଁ ମୁଖ୍ୟ ଆକର୍ଷଣ ସାଜିଥାଏ। ଅମିତାଭଙ୍କ ପ୍ରଶଂସକଙ୍କ ମୁହଁରେ ସବୁବେଳେ ତାଙ୍କ ଡାଏଲଗ୍ ହିଁ ଶୁଣିବାକୁ ମିଳିଥାଏ।
![]()
ଅମିତାଭଙ୍କୁ ତାଙ୍କ ଉଚ୍ଚକୋଟୀର ଅଭିନୟ ଲାଗି ଦାଦା ସାହେବ ଫାଲକେ ସମ୍ମାନ ମଧ୍ୟ ମିଳିଛି। ଏହାଛଡ଼ା ସେ ତିନୋଟି ଜାତୀୟ ପୁରସ୍କାର ସମେତ ୧୨ ଫିଲ୍ମଫେୟାର ପୁରସ୍କାର ମଧ୍ୟ ହାସଲ କରିଛନ୍ତି। ଅମିତାଭଙ୍କ ହିଟ୍ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଅଗ୍ନିପଥ, ନିଶବ୍ଦ, ବଣ୍ଟି ଔର୍ ବବଲୀ, ଚିନି କମ୍, ପା, ବ୍ଲାକ୍, ପିକୁ ଇତ୍ୟାଦି।
/odisha-reporter/media/post_attachments/en/resize/newbucket/1200_-/2020/02/amitabh-bachchan-1580900029.jpg)
ଉତ୍ତର ପ୍ରଦେଶ ଆଲହାବାଦଠାରେ ଅମିତାଭ ଜନ୍ମଗ୍ରହଣ କରିଥିଲେ। ମାଆ ତେଜି ବଚ୍ଚନଙ୍କ ଘର କରାଚି ହୋଇଥିବା ବେଳେ ବାପା ଡା. ହରିବଂଶ ରାୟ ବଚ୍ଚନ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ବାପା,ମାଆ ପ୍ରଥମେ ଅମିତାଭଙ୍କ ନାମ ଇନକିଲାବ୍ ଥିଲା। ପରେ ଲୋକପ୍ରିୟ କବି ସୁମିତ୍ରାନନ୍ଦନ ପନ୍ତ 'ଅମିତାଭ୍' ବୋଲି ନାମକରଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
