Advertisment

କରୋନା ଆତଙ୍କ: ଭାରତରେ ଶୋ' ରଦ୍ଦ କଲେ ପପ୍‌ଷ୍ଟାର୍‌ ଖଲିଦ୍

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା କରୋନା ଭାଇରସ୍‌ର ଆତଙ୍କ ଖେଲାଇଯାଇଛି। ଚୀନ୍‌ର ଉହାନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୟାନକ ରୋଗ ଧୀରେ ଧୀରେ ସାରା ବିଶ୍ୱରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଭାରତରେ ଏବେ ସୁଦ୍ଧା ୨୯ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି। ତେବେ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ପପ୍‌ଷ୍ଟାର୍‌ ଖାଲିଦ୍‌ ଭାରତରେ ତାଙ୍କ ଶୋ’କୁ ରଦ୍ଦ କରିଦେଇଛନ୍ତି। https://www.instagram.com/p/B17CN5ajD14/?utm_source=ig_web_copy_link ଲୋକପ୍ରିୟ ପପ୍‌ଷ୍ଟାର୍ ଖଲିଦ୍‌ ପ୍ରଥମ ଥର ପାଇଁ ଭାରତରେ ଶୋ’ କରିଥାନ୍ତେ। ହେଲେ […]

କରୋନା ଆତଙ୍କ: ଭାରତରେ ଶୋ' ରଦ୍ଦ କଲେ ପପ୍‌ଷ୍ଟାର୍‌ ଖଲିଦ୍

khalid

Advertisment

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା କରୋନା ଭାଇରସ୍‌ର ଆତଙ୍କ ଖେଲାଇଯାଇଛି। ଚୀନ୍‌ର ଉହାନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୟାନକ ରୋଗ ଧୀରେ ଧୀରେ ସାରା ବିଶ୍ୱରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଭାରତରେ ଏବେ ସୁଦ୍ଧା ୨୯ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି। ତେବେ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ପପ୍‌ଷ୍ଟାର୍‌ ଖାଲିଦ୍‌ ଭାରତରେ ତାଙ୍କ ଶୋ’କୁ ରଦ୍ଦ କରିଦେଇଛନ୍ତି।

Advertisment

https://www.instagram.com/p/B17CN5ajD14/?utm_source=ig_web_copy_link

ଲୋକପ୍ରିୟ ପପ୍‌ଷ୍ଟାର୍ ଖଲିଦ୍‌ ପ୍ରଥମ ଥର ପାଇଁ ଭାରତରେ ଶୋ’ କରିଥାନ୍ତେ। ହେଲେ କରୋନା ଭାଇରସ୍‌ର ଆତଙ୍କ ତାଙ୍କୁ ବି ଡରାଇଦେଇଛି। ତେଣୁ ସେ ଭାରତରେ ତାଙ୍କ ଶୋ’କୁ କ୍ୟାନସଲ୍‌ କରିଦେଇଛନ୍ତି। ଗତବର୍ଷ ସେ ସୂଚନା ଦେଇଦେଇଥିଲେ ଯେ ୨୦୨୦ ଏପ୍ରିଲ୍‌ ୧୨ରେ ମୁମ୍ବାଇରେ ଓ ଏହାର ୨ ଦିନ ପରେ ବେଙ୍ଗାଲୁରୁରେ ସେ ଶୋ’ କରିବେ। ତେବ ଏବେ ଏହି ଦୁଇଟିଯାକ ଶୋ’ ରଦ୍ଦ ହୋଇଯାଇଛି। ଏହି ଦୁଇଟି ଶୋ’ ବ୍ୟତୀତ ‘ଖାଲିଦ୍‌ ଫ୍ରି ସ୍ପିରିଟ୍‌ ୱାର୍ଲଡ ଟୁର୍‌’ ଜରିଆରେ ସେ ବ୍ୟାଙ୍କକ୍‌, ସିଙ୍ଗାପୁର, ଜକାର୍ତ୍ତା, ମନିଲା, କୁଆଲାଲଂପୁର, ଟୋକିଓ ଓ ସିଓଲ୍ ବି ଯିବାର ଥିଲା। ହେଲେ ଏବେ ସେ ଏ ସବୁ ଟୁର୍‌କୁ ସେ ବାତିଲ କରିଦେଇଛନ୍ତି। ତାଙ୍କ ଟିମ୍‌ ତରଫରୁ ଏକ ଘୋଷଣା ମଧ୍ୟ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ‘ଏସୀୟ ଦେଶମାନଙ୍କରେ ଆଡଭାଇଜରି ତଥା ଯାତ୍ରା ପ୍ରତିବନ୍ଧକ ଯୋଗୁଁ ଖାଲିଦ ଭାରତରେ ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି।’ ଏଥିରେ କୁହାଯାଇଛି ତାଙ୍କ ପ୍ରଥମ ପ୍ରାଥମିକତା ହେଉଛି ତଙ୍କ ଫ୍ୟାନ୍ସ ଓ ତାଙ୍କ ଟିମ୍‌ଙ୍କର ସୁରକ୍ଷା।

https://www.instagram.com/p/B0nCEd_Df4g/?utm_source=ig_web_copy_link

ତେବେ ଏହି ପ୍ରୋଗ୍ରାମଗୁଡ଼ିକ ପାଇଁ ପୁଣି ଥରେ ତାରିଖ ନିର୍ଦ୍ଧାରିତ ହେଲେ ଘୋଷଣା କରାଯିବ ବୋଲି ତାଙ୍କ ଟିମ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଏହାମଧ୍ୟ କୁହାଯାଇଛି ଯେ ଯେଉଁମାନେ ଏହି ଶୋ’ ପାଇଁ ଟିକେଟ୍‌ ବୁକ୍‌ କରିଛନ୍ତି ସେମାନଙ୍କୁ ବାତିଲ୍‌ କରିବାର ଆବଶ୍ୟକତା ନାହିଁ। ପ୍ରୋଗ୍ରାମର ତାରିଖ ନିର୍ଦ୍ଧାରିତ ହୋଇଗଲେ ସେମାନଙ୍କ ଟିକେଟ୍‌ ପୁଣିଥରେ ରିନ୍ୟୁ କରିଦିଆଯିବ। ଆଉ ଯଦି ଶୋ’ ନ ହୁଏ ତେବେ ସେମାନଙ୍କୁ  ଏହାର ଟଙ୍କା ଫେରସ୍ତ କରିଦିଆଯିବ।

Advertisment

https://www.instagram.com/p/B3J1VOgjWP1/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe