q11
ମୁମ୍ବାଇ: ଆଇପିଏଲ୍ ୨୦୧୯ରେ ଖେଳୁଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମାଲିକାଣୀ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର୍ କରିଛନ୍ତି। ଯାହା ଏବେ ଲୋକଙ୍କ ଗହଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓରେ ପ୍ରୀତି ଜିଣ୍ଟା କିଙ୍ଗସ୍ ଇଲେଭେନ୍ ପଞ୍ଜାବ୍ର ଖେଳାଳି ମୁଜେବ୍ ଉର୍ ରେହେମାନଙ୍କ ସହ ତାଙ୍କ ଭାଷାରେ କଥା ହେଉଥିବାର ଦେଖାଯାଉଛନ୍ତି। ପ୍ରୀତି ନିଜ ଇନଷ୍ଟାଗ୍ରାମ୍ ପେଜ୍ରେ ଏହି ଭିଡିଓ ଶେଆର୍ କରିଛନ୍ତି। ଆଉ ସେଥିରେ ସେ ଲେଖିଛନ୍ତି ଯେ, ପଞ୍ଜାବ୍ରେ ଶେଷ ମ୍ୟାଚ୍ ପରେ ମୁଜେବ୍ଙ୍କ ସହ ମୋର ଭାଷା ଜ୍ଞାନ।
https://www.instagram.com/p/BwEPF45gCA4/?utm_source=ig_web_copy_link
ପ୍ରୀତି ଆହୁରି ମଧ୍ୟ ଲେଖିଛନ୍ତି ଯେ, “କେହି ଅନୁମାନ ଲଗାଇପାରିବେ କି, ଆମେ କ’ଣ କଥା ହେଉଛୁ ଆଉ କେଉଁ ଭାଷାରେ କଥା ହେଉଛୁ। ଭାବନ୍ତୁ ଭାବନ୍ତୁ.. ଆଉ କୁହନ୍ତୁ ଆମେ କ’ଣ କହୁଛୁ?”
ଇନଷ୍ଟାଗ୍ରାମ୍ରେ ଏହି ଭିଡିଓ ଦେଖିଲାପରେ ପ୍ରୀତିଙ୍କ ଫ୍ୟାନ୍ମାନେ କନ୍ଫ୍ୟୁଜ୍ ହେଇଯାଉଛନ୍ତି। କିନ୍ତୁ ଟ୍ୱିଟର୍ରେ ଏହାର ଜବାବ୍ ମଧ୍ୟ ମିଳିଯାଇଛି। ପ୍ରୀତି ନିଜ ଅଫିସିଆଲ୍ ଟ୍ୱିଟର୍ ପେଜ୍ରେ ମଧ୍ୟ ଏହି ଭିଡିଓ ଶେଆର କରିଛନ୍ତି।
https://twitter.com/realpreityzinta/status/1115882669924069383
ଲୋକମାନେ ସେହି ପୋଷ୍ଟରେ ଉତ୍ତର ଦେଇ ଲେଖିଛନ୍ତି ଯେ, ଏହା ହେଉଛି ଆଫ୍ଗାନି ଭାଷା। ପ୍ରୀତି ଆଉ ଜଣେ ଫ୍ୟାନ୍ଙ୍କ ସହ ଏହି ଭାଷାରେ କଥା ମଧ୍ୟ ହୋଇଛନ୍ତି।
ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ଆଇପିଏଲ୍ ୨୦୧୯ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ୍ ୬ରୁ ୪ଟା ମ୍ୟାଚ୍ ଜିତିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/q11-4.jpg)