Advertisment

ଗତ ୪ ବର୍ଷ ହେଲା ଅବସାଦଗ୍ରସ୍ତ ଆମିରଙ୍କ ଝିଅ

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ୍ ସୋଶାଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି। ଭିଡିଓ ମାଧ୍ୟମରେ ଆମିରଙ୍କ ଝିଅ ଇରା କହିଛନ୍ତି ଯେ, ସେ ଡିପ୍ରେସନ ବା ଅବସାଦଜନିତ ସମସ୍ୟା ସହ ଲଢ଼ୁଛନ୍ତି। ଜଣେ ଟପ୍ ଅଭିନେତାଙ୍କ ଝିଅ ହୋଇ ଏଭଳି ମଧ୍ୟ ଅବସାଦରେ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। https://www.instagram.com/p/CFl3TssggbQ/?utm_source=ig_web_copy_link ଇରା ସୋଶାଲ ମିଡିଆରେ ଖୁବ୍ ସକ୍ରିୟ। […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଗତ ୪ ବର୍ଷ ହେଲା ଅବସାଦଗ୍ରସ୍ତ ଆମିରଙ୍କ ଝିଅ

ira-khan

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ୍ ସୋଶାଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି। ଭିଡିଓ ମାଧ୍ୟମରେ ଆମିରଙ୍କ ଝିଅ ଇରା କହିଛନ୍ତି ଯେ, ସେ ଡିପ୍ରେସନ ବା ଅବସାଦଜନିତ ସମସ୍ୟା ସହ ଲଢ଼ୁଛନ୍ତି। ଜଣେ ଟପ୍ ଅଭିନେତାଙ୍କ ଝିଅ ହୋଇ ଏଭଳି ମଧ୍ୟ ଅବସାଦରେ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

Advertisment

https://www.instagram.com/p/CFl3TssggbQ/?utm_source=ig_web_copy_link

ଇରା ସୋଶାଲ ମିଡିଆରେ ଖୁବ୍ ସକ୍ରିୟ। ଏଥର ସେ ନିଜ କମଫର୍ଟ ଜୋନରୁ ବାହାରି କିଛି ଭିନ୍ନ କରିବାକୁ ଚେଷ୍ଟା କରିଛନ୍ତି। ମେଣ୍ଟାଲ୍ ହେଲଥ୍ ଡେ ଅବସରରେ ସେ ନିଜ ଜୀବନର କଷ୍ଟ, ଦୁଃଖ ଲୋକଙ୍କ ସହ ଶେୟାର କରିଛନ୍ତି। ସେ ସାହସ ଧରି ମନ କଥା ଖୋଲି କହିଛନ୍ତି।

https://www.instagram.com/p/CFH3ZSZAZsi/?utm_source=ig_web_copy_link

ଭିଡିଓଟି ଶେୟାର କରି ଇରା କହିଛନ୍ତି, "ଗତ ୪ ବର୍ଷ ହେଲା ମୁଁ ଅବସାଦଗ୍ରସ୍ତ। ଡାକ୍ତରଙ୍କଠାରୁ ଚିକିତ୍ସା ମଧ୍ୟ ହେଉଛି। ବର୍ତ୍ତମାନ ସମୟରେ ପୂର୍ବାପେକ୍ଷା ଭଲ ଅଛି। ଅନେକ ଦିନରୁ ମାନସିକ ସ୍ୱାସ୍ଥ୍ୟ ଉପରେ କିଛି କରିବାକୁ ଚାହୁଁଥିଲି। ହେଲେ ବୁଝିପାରୁ ନ ଥିଲି କଣ କରିବି। କିନ୍ତୁ ଏବେ ଏହି ଭିଡିଓ ଜରିଆରେ ଆପଣମାନଙ୍କୁ ଇରାର ଜୀବନର ସେହି ସମୟକୁ ନେଇ ଯିବାକୁ ଚାହେଁ, ଯେତେବେଳେ ସେ ଅବସାଦ ସହ ଯୁଦ୍ଧ କରୁଥିଲା।"

Advertisment

https://www.instagram.com/p/CGK5pCuAqdG/?utm_source=ig_web_copy_link

ଭିଡିଓର ଶେଷରେ "ମୋ ପାଖରେ ସବୁକିଛି ଅଛି, ତଥାପି ମୁଁ କାହିଁକି ଅବସାଦଗ୍ରସ୍ତ?" ବୋଲି ପ୍ରଶ୍ନ କରିଛନ୍ତି। ସୋଶାଲ ମିଡିଆରେ ଇରାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି। ନିଜ ମାନସିକ ଅବସ୍ଥା ବିଷୟରେ ଖୋଲାଖୋଲି ଭାବେ କହିବା ଏତେ ସହଜ ହୋଇ ନ ଥାଏ। ଏଣୁ ଲୋକେ ଇରାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

Bollywood Ira Khan