Advertisment

୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲେ ଆମୀରଙ୍କ ଝିଅ ଇରା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନଙ୍କ ଝିଅ ଗତ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି। ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ‘ରେ ସୋଶାଲ୍ ମିଡିଆରେ  ‌ଇରା ଏକ ପୋଷ୍ଟ କରିବା ପରେ ଲାଇମଲାଇଟ୍‌କୁ ଆସିଥିଲେ। ଏହି ଭିଡିଓ ଶେଆର୍ କରିବାବେଳେ ଇରା ଖାନ କହିଥିଲେ ଯେ ସେ ମାନସୀକ ଅବସାଦ ଦେଇ ଗତି କରୁଛନ୍ତି। ଏହା ପରେ ସୋଶାଲ୍ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ପୁଣି ଥରେ ଇରା ଖାନ ସୋଶାଲ୍ ମିଡିଆରେ ଏକ ଭିଡିଓ […]

author-image
Puspanjali Panda
ଅଦ୍ୟତନ ହୋଇଛି
୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲେ ଆମୀରଙ୍କ ଝିଅ ଇରା

aamir

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନଙ୍କ ଝିଅ ଗତ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି। 'ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ'ରେ ସୋଶାଲ୍ ମିଡିଆରେ  ‌ଇରା ଏକ ପୋଷ୍ଟ କରିବା ପରେ ଲାଇମଲାଇଟ୍‌କୁ ଆସିଥିଲେ। ଏହି ଭିଡିଓ ଶେଆର୍ କରିବାବେଳେ ଇରା ଖାନ କହିଥିଲେ ଯେ ସେ ମାନସୀକ ଅବସାଦ ଦେଇ ଗତି କରୁଛନ୍ତି।ଏହା ପରେ ସୋଶାଲ୍ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ପୁଣି ଥରେ ଇରା ଖାନ ସୋଶାଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଇରା ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି।

Advertisment
View this post on Instagram

I got out of my PJs today! Did you? . . . #floral #gotdressed #ifeelpretty

A post shared by Ira Khan (@khan.ira) on

ଭିଡିଓରେ ଇରା କଣ ପାଇଁ ଡିପ୍ରେଶନରେ ଅଛନ୍ତି ସେ ନେଇ ବହୁତ କିଛି କହିଛନ୍ତି। ସେ କହିଛନ୍ତି, ଅନେକ ଲୋକ ମୋତେ ପଚାରୁଛନ୍ତି ଯେ ମୁଁ କାହିଁକି ଡିପ୍ରେଶ୍ ଅଛି? ଏହାର ଉତ୍ତର ମୁଁ ମଧ୍ୟ ଜାଣି ନାହିଁ।ବିଗତ ଅନେକ ବର୍ଷ ଧରି, ମୁଁ ଏହାକୁ ବୁଝିବାକୁ ଚେଷ୍ଟା କରୁଛି, କିନ୍ତୁ କୌଣସି ପ୍ରତ୍ୟକ୍ଷ ଏବଂ ସଠିକ୍ ଉତ୍ତର ମିଳୁନାହିଁ।ଟଙ୍କାକୁ ନେଇ ମୋର କୌଣସି ଅସୁବିଧା ହୋଇନାହିଁ। ମୋ ଜୀବନରେ ଏମିତି କିଛି ବି ଘଟିନି ଯାହା ଫଳରେ ମୁଁ ଡିପ୍ରେଶନକୁ ଚାଲିଯିବି।ମୋର ମାତାପିତା ଓ ବନ୍ଧୁମାନେ କେବେ କୌଣସି ଜିନିଷର ଚାପ ଦେଇ ନାହାଁନ୍ତି।ମୋ ସହିତ କଣ ଘଟୁଥିଲା ମୁଁ ଜାଣି ପାରୁନଥିଲି। ପାଇଁ ମୁଁ ଏତେ ଦୁଃଖିତ।ମୁଁ ବହୁତ କାନ୍ଦୁଥିଲି ହେଲେ କାହିଁକି କାନ୍ଦୁଥିଲି ବୁଝିପାରିଲି ନାହିଁ।ମୋର ବନ୍ଧୁମାନଙ୍କୁ ଭେଟିବା ପାଇଁ ମୁଁ ମୋର ଯୋଜନା ସବୁ ବାତିଲ କରିଦେଉଥିଲି କାରଣ ମୋର ଆଚରଣ ହେତୁ ମୁଁ ସମସ୍ତଙ୍କ ମୁଡ୍ ଖରାପ କରିବାକୁ ଚାହୁଁନଥିଲି।

Advertisment

class="MsoNormal">ଭିଡିଓରେ ଇରା ତାଙ୍କ ମାତାପିତାଙ୍କ ଛାଡ଼ପତ୍ର ବିଷୟରେ କଥା ହୋଇଛନ୍ତି। ସେ କହିଛନ୍ତି, 'ମୁଁ ଯେତେବେଳେ ଛୋଟ ଥିଲି ମୋର ମାତାପିତା ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ, କିନ୍ତୁ ଏଥିରୁ ମୋତେ ସେଭଳି କିଛି ବଡ଼ ଧକ୍କା ଲାଗି ନଥିଲା। ମୋର ମାତାପିତା ଏବେ ବି ବହୁତ ଭଲ ବନ୍ଧୁ।ମୋର ୬ ବର୍ଷ ବୟସରେ ମୋର ଯକ୍ଷ୍ମା ଥିଲା।ତେଣୁ ଏହା ବି ମୋ ପାଇଁ ଏତେ ଖରାପ ଜିନିଷ ନଥିଲା ଯେ ମୁଁ ଏତେ ଦୁଃଖିତ ହୋଇଯିବି। ୧୪ ବର୍ଷ ବୟସରେ ମୁଁ ଯୌନ ଶୋଷଣର ଶିକାର ହୋଇଥିଲି। ସେତେବେଳେଣ ଘଟୁଥିଲା ମୋର କୌଣସି ଧାରଣା ନଥିଲା, କିନ୍ତୁ ଯେତେବେଳେ ମୁଁ ଜାଣିଲି, ମୁଁ ସେଠାରୁ ଦୂରେଇ ଗଲି। ହେଲେ ମୋତେ ଖରାପ ଲାଗିଲା ଯେ ମୁଁ ନିଜ ସହ ଏପରି ହେବାକୁ କାହିଁକି ଦେଲି। କିନ୍ତୁ ଏହା ବି ଜୀବନବ୍ୟାପୀ ଏତେ ବଡ଼ ଧକ୍କା ନଥିଲା ଯେ ମୁଁ ଡିପ୍ରେଶନକୁ ଚାଲିଯିବି।ମୁଁ ଶ୍ୱାସରୁଦ୍ଧ ଅନୁଭବ କରୁଛି, ମୁଁ କାନ୍ଦୁଛି, ମୁଁ ମୋର ବନ୍ଧୁ ଏବଂ ପିତାମାତାଙ୍କୁ କହିପାରିବି, କିନ୍ତୁ କଣ କହିବି?ସେମାନେ ମୋତେ ପଚାରିଲେ ମୁଁ କଣ କହିବି? ମୋ ସହ ଏପରି କୌଣସି ଖରାପ ଘଟଣା ଘଟିନାହିଁ ଯେଭଳି ମୁଁ ଅନୁଭବ କରୁଛି।ଏହି ଚିନ୍ତାଧାରା ମୋତେ ସେମାନଙ୍କ ସହିତ କଥାବାର୍ତ୍ତା କରିବାରୁ ଅଟକାଇଦେଲା।

ସୂଚନା ଯୋଗ୍ୟ ୨୫ ବର୍ଷୀୟ ଇରା ଗତ ୪ ବର୍ଷ ହେବ କ୍ଲିନିକାଲ୍ ଡିପ୍ରେସନରେ ଅଛନ୍ତି।ଅବଶ୍ୟ, ଏହାକୁ ଲୁଚାଇବା ପରିବର୍ତ୍ତେ, ଇରା ସମସ୍ତଙ୍କୁ କହିବାରେ ବିଶ୍ୱାସ କରିଥିଲେ ଯାହା ଦ୍ୱାରା ଅଳ୍ପ ବୟସରେ ମାନସିକ ଅବସାଦ ବା ଡିପ୍ରେଶନ୍ ସହ ସଂଘର୍ଷ କରୁଥିବା ଯୁବକମାନେ ମନରେ ଆତ୍ମବିଶ୍ୱାସ ଓ ସାହସ ବଢ଼ିବ।

ଆହୁରି ପଢ଼ନ୍ତୁ : ଭିଏନାରେ ମୁମ୍ବାଇ ଆକ୍ରମଣର ପୁନରାବୃତ୍ତି: ସିସିଟିଭିରେ ଆତଙ୍କୀର ନରସଂହାରର ଚିତ୍ର