an
ନୂଆଦିଲ୍ଲୀ : ହଲିଉଡ୍ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ପରି ଦେଖା ଯାଉଥିବା ଇରାନିଆନ୍ ଇନ୍ଷ୍ଟାଗ୍ରାମ୍ ଷ୍ଟାରଙ୍କୁ ଗିରଫ କରାଯାଇଛି।
‘ଦ ଗାର୍ଡିଏନ୍’ର ରିପୋର୍ଟ ଅନୁସାରେ ଇରାନରେ ସହର ତବର ନାମରେ ଜଣେ ମହିଳାଙ୍କୁ ‘ସାଂସ୍କୃତିକ ଅପରାଧ’ ଓ ‘ସାମାଜିକ ନୈତିକ ଭ୍ରଷ୍ଟାଚାର’ ଅଭିଯୋଗରେ ଗିରଫ କରାଯାଇଛି।
ଏହି ମହିଳା ଜଣକ କସ୍ମେଟିକ୍ ସର୍ଜରୀ ଜରିଆରେ ନିଜ ମୁହଁକୁ ବଦଳାଇ ଏଞ୍ଜେଲିନା ଜୋଲିଙ୍କ ଭୟଙ୍କର ରୂପ ଦେଇଥିଲେ। ଏହାପରେ ସେ ତାଙ୍କ ଫଟୋକୁ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ଶେଆର୍ କରିବା ଆରମ୍ଭ କରିଥିଲେ। ଫଟୋଟି ଶେଆର୍ ହେବା ପରେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଲା।
ସୋଶାଲ୍ ମିଡିଆରେ ମହିଳାଙ୍କର ଏହି କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ତାଙ୍କ ଉପରେ ହିଂସାକୁ ପ୍ରୋତ୍ସାହନ ଦେବା, ଭୁଲ୍ ଉପାୟରେ ଟଙ୍କା ରୋଜଗାର କରିବା ଓ ଯୁବପିଢ଼ିଙ୍କୁ ଭ୍ରାଷ୍ଟାଚାର ପାଇଁ ପ୍ରେରଣା ଦେଉଥିବା ଅଭିଯୋଗ ଲାଗିଥିଲା।
ସୂଚନାଯୋଗ୍ୟ, ଇରାନରେ ଲୋକ କେବଳ ଇନ୍ଷ୍ଟାଗ୍ରାମ୍ ବ୍ୟବହାର କରି ପାରିବେ। ଫେସ୍ବୁକ୍ ଓ ଟ୍ୱିଟରକୁ ସେଠାରେ ବ୍ୟାନ୍ କରାଯାଇଛି।
ଏଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ସହର ତବର ତାଙ୍କ ମୁହଁରେ ୫୦ଟି ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି। ସର୍ଜରୀ ପରେ ସେ ତାଙ୍କର ଅନେକ ଫଟୋକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରି ଗତବର୍ଷ ଚର୍ଚ୍ଚାକୁ ଆସିଥିଲେ।
କେବଳ ଏତିକି ନୁହେଁ, ସେ ଏକ ସ୍ପେଶାଲ ଡାଏଟ୍ ଫଲୋ କରି ୪୦ କିଲୋ ଓଜନ କମ୍ କରିଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/an.jpg)