Advertisment

ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହେଲା ‘ଅଂରେଜୀ ମିଡିୟମ୍‌’

ମୁମ୍ବାଇ: ଇର୍‌ଫାନ୍‌ ଖାନ୍‌ଙ୍କ ଫିଲ୍ମ ‘ଅଂରେଜୀ ମିଡିୟମ୍‌’ ରିଲିଜ୍ ପୂର୍ବରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଜରିଆରେ ଦୀର୍ଘ ସମୟ ପରେ ଇରଫାନ୍ ବଡ ପରଦାକୁ କମ୍ ବ୍ୟାକ୍ କରିଥିଲେ। ହେଲେ ଫିଲ୍ମ ରିଲିଜ୍ ହେବାର ଠିକ୍ ପରଦିନ କରୋନା ଯୋଗୁ ଦେଶର ସମସ୍ତ ସିନେମା ହଲ୍ ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଲୋକମାନେ ଫିଲ୍ମ ଦେଖିବାକୁ ଯାଇପାରିନଥିଲେ। ତେବେ ସେହି ନିରାଶ ଫ୍ୟାନମାନଙ୍କ ପାଇଁ ଖୁସିଖବର, […]

author-image
Chinmayee Roy
ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହେଲା ‘ଅଂରେଜୀ ମିଡିୟମ୍‌’

angreji medium

ମୁମ୍ବାଇ: ଇର୍‌ଫାନ୍‌ ଖାନ୍‌ଙ୍କ ଫିଲ୍ମ ‘ଅଂରେଜୀ ମିଡିୟମ୍‌’ ରିଲିଜ୍ ପୂର୍ବରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଜରିଆରେ ଦୀର୍ଘ ସମୟ ପରେ ଇରଫାନ୍ ବଡ ପରଦାକୁ କମ୍ ବ୍ୟାକ୍ କରିଥିଲେ। ହେଲେ ଫିଲ୍ମ ରିଲିଜ୍ ହେବାର ଠିକ୍ ପରଦିନ କରୋନା ଯୋଗୁ ଦେଶର ସମସ୍ତ ସିନେମା ହଲ୍ ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଲୋକମାନେ ଫିଲ୍ମ ଦେଖିବାକୁ ଯାଇପାରିନଥିଲେ। ତେବେ ସେହି ନିରାଶ ଫ୍ୟାନମାନଙ୍କ ପାଇଁ ଖୁସିଖବର, ବର୍ତ୍ତମାନ ଡିଜିଟାଲ୍ ପ୍ଲାଟଫର୍ମରେ ‘ଅଂରେଜୀ ମିଡିୟମ୍‌’ ରିଲିଜ୍ ହୋଇଯାଇଛି।

Advertisment

https://twitter.com/irrfank/status/1246870021856317440?s=20

ଇରଫାନ୍ ଏ ନେଇ ନିଜେ ଘୋଷଣା କରିଛନ୍ତି। ସେ ଟୁଇଟ୍ କରି ଲୋକମାନଙ୍କୁ କହିଛନ୍ତି, ‘ଏହି ରୋଲର କୋଷ୍ଟର୍ ରାଇଡ୍ ରେ ବସି ବାପା ଏବଂ ଝିଅଙ୍କ ମଧ୍ୟରେ ଥିବା ଏହି ସୁନ୍ଦର ସମ୍ପର୍କକୁ ଦେଖନ୍ତୁ। କାରଣ ଇଂରାଜୀ ମିଡିୟମର ୱାର୍ଲଡ୍ ଡିଜିଟାଲ୍ ପ୍ରିମିୟର୍ @DisneyplusHSVIP ରେ କରାଯାଇଛି।’

ପୂର୍ବରୁ କୁହାଯାଇଥିଲା ଯେ ଫିଲ୍ମଟିକୁ ବଡ଼ ପରଦାରେ ପୁନର୍ବାର ରିଲିଜ୍ କରାଯିବ। ହେଲେ ବର୍ତ୍ତମାନ ଏହାର ନିର୍ମାତାମାନେ ଡିଜିଟାଲ୍ ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦର୍ଶକ ଏବେ ହଟଷ୍ଟାର୍ ଭିଆଇପିରେ ଏହାର ମଜା ନେଇପାରିବେ।

Advertisment

https://www.instagram.com/p/B9bwCJvlcDp/?utm_source=ig_web_copy_link

ଏହି ଫିଲ୍ମଟି ଅଭିନେତା ଇରଫାନ୍‌ଙ୍କ ପାଇଁ ବେଶ୍ ଖାସ୍‌ ରହିଛି। କେବଳ ତାଙ୍କ ପାଇଁ ନୁହେଁ, ତାଙ୍କ ଫ୍ୟାନ୍‌ମାଙ୍କ ପାଇଁ ବି ଏହା ବେଶ୍  ଖାସ୍‌।  କାରଣ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏହି ଫିଲ୍ମ ଜରିଆରେ ଇରଫାନ୍ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି।  ଏହି ଫିଲ୍ମଟି ୨୦୧୭ରେ ଆସିଥିବା ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ଇର୍‌ଫାନ୍‌ ଖାନ୍‌, ରାଧିକା ମଦନ ଓ କରୀନା କପୁର ଖାନ୍‌ ଅଭିନୟ କରିଛନ୍ତି। ଫିଲ୍ମଟିକୁ ଦିନେଶ ବିଜନ ପ୍ରଯୋଜନା କରିଥିବାବେଳେ ହୋମି ଅଦାଜାନିଆ ନିର୍ଦ୍ଦେଶନା ଦେଇଛନ୍ତି।