Advertisment

ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଇରଫାନ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇରଫାନ ଖାନ୍ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। କାରଣ ତାଙ୍କ ମାତା ସଇଦା ବେଗମଙ୍କର ଦେହାନ୍ତ ହୋଇଯାଇଛି। ଆଉ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସେ ଶେଷ ଥର ପାଇଁ ନିଜ ମା’ଙ୍କୁ ଦେଖି ବି ପାରିଲେ ନାହିଁ।  ସେ ବର୍ତ୍ତମାନ ବିଦେଶରେ ଅଛନ୍ତି ଓ କରୋନା ଭାଇରସ୍ ପାଇଁ ଚାଲିଥିବା ଲକଡାଉନ୍ ଯୋଗୁ ସେ ଭାରତ ଫେରିପାରିଲେ ନାହିଁ କି ମା’ଙ୍କ ଶେଷ ଦର୍ଶନ କରିପାରିଲେ ନାହିଁ। କାରଣ ବିମାନ ଚଳାଚଳ […]

ଅଦ୍ୟତନ ହୋଇଛି
ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଇରଫାନ୍

irfan

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ଇରଫାନ ଖାନ୍ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। କାରଣ ତାଙ୍କ ମାତା ସଇଦା ବେଗମଙ୍କର ଦେହାନ୍ତ ହୋଇଯାଇଛି। ଆଉ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସେ ଶେଷ ଥର ପାଇଁ ନିଜ ମା’ଙ୍କୁ ଦେଖି ବି ପାରିଲେ ନାହିଁ।  ସେ ବର୍ତ୍ତମାନ ବିଦେଶରେ ଅଛନ୍ତି ଓ କରୋନା ଭାଇରସ୍ ପାଇଁ ଚାଲିଥିବା ଲକଡାଉନ୍ ଯୋଗୁ ସେ ଭାରତ ଫେରିପାରିଲେ ନାହିଁ କି ମା’ଙ୍କ ଶେଷ ଦର୍ଶନ କରିପାରିଲେ ନାହିଁ। କାରଣ ବିମାନ ଚଳାଚଳ ବି ବନ୍ଦ ରହିଛି।

Advertisment

ସୂଚନା ଅନୁଯାୟୀ, ସଇଦା ବେଗମ ରାଜସ୍ଥାନର ଜୟପୁରରେ ଥିବା ତାଙ୍କ ବାସଭବନରେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। କୁହାଯାଉଛି ଯେ ବେଶ୍‌ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। publive-image

ସୂଚନାଯୋଗ୍ୟ, ଇରଫାନ୍ ୨୦୧୭ରେ କର୍କଟ ରୋଗର ଚିକିତ୍ସା ପାଇଁ ବିଦେଶ ଯାଇଥିଲେ। ଦୀର୍ଘ ଦିନ ସେଠାରେ ରହି ଫେରିବା ପରେ ସେ 'ଅଂରେଜୀ ମିଡିୟମ'ର ଶୁଟିଂ ପାଇଁ ଭାରତ ଆସିଥିଲେ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ସେ ପୁଣିଥରେ ଚିକିତ୍ସା ପାଇଁ ବିଦେଶ ଚାଲି ଯାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe