ଚାଲିଯାଇଛନ୍ତି ସ୍ୱାମୀ: କେତେବେଳେ କଇଁ ତ କେତେବେଳେ ବର୍ଷାରେ ଇର୍‌ଫାନ୍‌କୁ ଖୋଜୁଛନ୍ତି ପତ୍ନୀ

ମୁମ୍ବାଇ: “ଏ କଇଁ ଫୁଲ ତମୁର ମନେଅଛି ଇର୍‌ଫାନ୍‌। ଜୀବନରେ ଏ ଫୁଲକୁ ଆଣିବା ପାଇଁ , ଏ ଫୁଲକୁ ହସେଇବା ପାଇଁ, ଏମାନଙ୍କ ପାଇଁ ଜାଗାଟେ କାଢିବା ପାଇଁ ତୁମେ ଅନେକ କଷ୍ଟ କରିଛ।” ସୋଶାଲ୍‌ ମିଡ଼ିଆରେ ଏମିତି କିଛି ପୋଷ୍ଟ କରିଛନ୍ତି ବଲିଉଡ୍‌ ଅଭିନେତା ତଥା ସ୍ୱର୍ଗତ ଇର୍‌ଫାନ୍‌ ଖାନ୍‌ଙ୍କ ପତ୍ନୀ ସୁତାପା ସିକ୍‌ଦର। ଇର୍‌ଫାନ୍‌ଙ୍କ ମୃତ୍ୟୁକୁ ପାଖାପଖି ୨ମାସ ହେଇଗଲାଣି। କିନ୍ତୁ ଏବେ ବି ପତ୍ନୀ ସୁତାପା ଇର୍‌ଫାନ୍‌ଙ୍କୁ ତାଙ୍କ ପାଖରୁ ଦୂରେଇ […]

sutapa-ok

Biswobandita Swain
  • Published: Monday, 22 June 2020
  • , Updated: 22 June 2020, 02:10 PM IST

ମୁମ୍ବାଇ: “ଏ କଇଁ ଫୁଲ ତମୁର ମନେଅଛି ଇର୍‌ଫାନ୍‌। ଜୀବନରେ ଏ ଫୁଲକୁ ଆଣିବା ପାଇଁ , ଏ ଫୁଲକୁ ହସେଇବା ପାଇଁ, ଏମାନଙ୍କ ପାଇଁ ଜାଗାଟେ କାଢିବା ପାଇଁ ତୁମେ ଅନେକ କଷ୍ଟ କରିଛ।” ସୋଶାଲ୍‌ ମିଡ଼ିଆରେ ଏମିତି କିଛି ପୋଷ୍ଟ କରିଛନ୍ତି ବଲିଉଡ୍‌ ଅଭିନେତା ତଥା ସ୍ୱର୍ଗତ ଇର୍‌ଫାନ୍‌ ଖାନ୍‌ଙ୍କ ପତ୍ନୀ ସୁତାପା ସିକ୍‌ଦର। ଇର୍‌ଫାନ୍‌ଙ୍କ ମୃତ୍ୟୁକୁ ପାଖାପଖି ୨ମାସ ହେଇଗଲାଣି। କିନ୍ତୁ ଏବେ ବି ପତ୍ନୀ ସୁତାପା ଇର୍‌ଫାନ୍‌ଙ୍କୁ ତାଙ୍କ ପାଖରୁ ଦୂରେଇ ପାରିନାହାନ୍ତି। ନିକଟରେ ସୁତାପା ତାଙ୍କ ବାଡିରେ ଫୁଟିଥିବା କଇଁ ଫୁଲକୁ ଦେଖି ଇର୍‌ଫାନ୍‌ଙ୍କୁ ମନେ ପକାଇଛନ୍ତି ଏବଂ ଏ କଇଁଫୁଲ ଲଗାଇବାରେ ଇର୍‌ଫାନ୍‌ କରିଥିବା କଷ୍ଟକୁ ଜଣାଇଛନ୍ତି।

https://www.instagram.com/p/CBruzjnJBZy/?utm_source=ig_web_copy_link

ସୁତାପା ପ୍ରଥମ ଥର ସୋଶାଲ୍‌ ମିଡିଆରେ ଇର୍‌ଫାନ୍‌ଙ୍କ ଉଦ୍ଦେଶ୍ୟରେ ଏମିତି ଲେଖୁନାହାନ୍ତି। ପୂର୍ବରୁ ଇର୍‌ଫାନ୍‌ଙ୍କୁ ମନେ ପକାଇ ସେ ଆହୁରି କିଛି ପୋଷ୍ଟ କରିଛନ୍ତି। ଜୁନ୍‌୪ରେ ସୁତାପା ବର୍ଷାରେ ଇର୍‌ଫାନ୍‌କୁ ଖୋଜିଥିଲେ। ଏହିଦିନ ସୁତାପା ତାଙ୍କ ଇନ୍‌ଷ୍ଟାଗ୍ରାମରେ ବାଦଲ ବର୍ଷା ଏବଂ ଇର୍‌ଫାନ୍‌ଙ୍କର ଏକ ଫଟୋ ଶେଆର କରି ଲେଖିଥିଲେ। ‘ବର୍ଷା ଆସିଲା ଆଉ ମୁଁ ତୁମକୁ ଶୁଣିପାରିଲି ଇର୍‌ଫାନ୍‌, ବର୍ଷା ସହ ନିରବତାର ସଂଯୋଗ ହେଉଛି ଆଉ ମୁଁ ତୁମ ପ୍ରମରେ ପଡିଚାଲିଛି।’

ସୂଚନାଯୋଗ୍ୟ, ଇରଫାନ ଖାନ କର୍କଟ ଭଳି ରୋଗରେ ପୀଡିତ ଥିଲେ ଏବଂ ସେ ଏପ୍ରିଲ ୨୯ରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁର ପରଦିନ ବଲିଉଡର ଦିବଗନ୍ତ ଅଭିନେତା ଋଷି କପୁରଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଋଷି ମଧ୍ୟ କର୍କଟ ରୋଗ ସହ ସଂଘର୍ଷ କରୁଥିଲେ।

 

 

Related story