Advertisment

ଦିନେ ରାଜେଶ ଖାନ୍ନାଙ୍କ ଘରେ ଏସି ମେକାନିକ୍‌ ଥିଲେ ଇରଫାନ୍‌

ମୁମ୍ୱାଇ : କ୍ୟାନସରରେ ପୀଡ଼ିତ ଥିବା ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ ଚିକିତ୍ସିତ ହୋଇ ପୁଣିଥରେ ବଲିଉଡକୁ ଫେରି ଆସିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ ଆଜି ସିନେମା ଘରେ ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ନେଇ ଇରଫାନ୍‌ଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି। କିନ୍ତୁ ଦେହ ଖରାପ ଯୋଗୁଁ ସେ ଫିଲ୍ମର ପ୍ରୋମୋସନ କରିପାରିନାହାନ୍ତି। ଆଜି ଇରଫାନ୍‌ ବଲିଉଡ୍‌ରେ ଜଣେ ସଫଳ ଅଭିନେତା। ତାଙ୍କର ଫ୍ୟାନ ଫଲୋଇଙ୍ଗ୍‌ ଅଧିକ ରହିଥିଲେ ମଧ୍ୟ ଆପଣ ଜାଣନ୍ତି […]

author-image
Puspanjali Panda
ଦିନେ ରାଜେଶ ଖାନ୍ନାଙ୍କ ଘରେ ଏସି ମେକାନିକ୍‌ ଥିଲେ ଇରଫାନ୍‌

ir1

ମୁମ୍ୱାଇ : କ୍ୟାନସରରେ ପୀଡ଼ିତ ଥିବା ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ ଚିକିତ୍ସିତ ହୋଇ ପୁଣିଥରେ ବଲିଉଡକୁ ଫେରି ଆସିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ ଆଜି ସିନେମା ଘରେ ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ନେଇ ଇରଫାନ୍‌ଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି। କିନ୍ତୁ ଦେହ ଖରାପ ଯୋଗୁଁ ସେ ଫିଲ୍ମର ପ୍ରୋମୋସନ କରିପାରିନାହାନ୍ତି।

Advertisment

ଆଜି ଇରଫାନ୍‌ ବଲିଉଡ୍‌ରେ ଜଣେ ସଫଳ ଅଭିନେତା। ତାଙ୍କର ଫ୍ୟାନ ଫଲୋଇଙ୍ଗ୍‌ ଅଧିକ ରହିଥିଲେ ମଧ୍ୟ ଆପଣ ଜାଣନ୍ତି କି ଦିନେ ସେ ଏସି ମେକାନିକ୍‌ ଭାବରେ କାର୍ଯ୍ୟ କରୁଥିଲେ। ତା’ହେଲେ ଆସନ୍ତୁ ଜାଣିବା ଇରଫାନ୍‌ଙ୍କ ଜୀବନରେ ବିଷୟରେ କିଛି ଅଜଣା କଥା।

publive-image

ମିଡିଆ ରିପୋର୍ଟ ଅନୁସାରେ ଇରଫାନ୍‌ ଖାନ୍‌ ଏସି ମେକାନିକ୍‌ ଥିବା ସମୟରେ ଦିନେ ରାଜେଶ ଖାନ୍ନାଙ୍କ ଘରେ ପହଞ୍ଚି ଯାଇଥିଲେ ଏବଂ ସେଠାରେ ତାଙ୍କର ଏସି ଠିକ୍‌ କରିଥିଲେ।

Advertisment

ଇରଫାନ୍‌ଙ୍କ ନାମକୁ ଉଚ୍ଚାରଣ କଲେ ଏଥିରେ ଦୁଇଟି ଆର୍‌ ଆସିଥାଏ। ଏହା ପଛରେ କୌଣସି ନ୍ୟୁମେରୋଜିକାଲ୍ ସାଇନ୍ସ ନାହିଁ। ପ୍ରକୃତ କଥା ହେଉଛି ତାଙ୍କ ନାମରେ ଥିବା ଦୁଇଟି ଆର୍‌କୁ ଉଚ୍ଚାରଣ କଲେ ଯେଉଁ ଶବ୍ଦ ହୋଇଥାଏ, ତାହା ଇରଫାନ୍‌ଙ୍କୁ ବହୁତ ପସନ୍ଦ। ଏଥିପାଇଁ ସେ ନିଜ ନାମର ସ୍ପେଲିଙ୍ଗ ବଦଳାଇ ଦେଇଥିଲେ।

ଇରଫାନ୍‌ ଖାନ୍‌ଙ୍କ ବିଷୟରେ ଆଉ ଏକ ବଡ଼ ଚର୍ଚ୍ଚା ଶୁଣିବାକୁ ମିଳିଥାଏ ଯେ ସେ ହଲିଉଡ୍‌ ଫିଲ୍ମ ନିର୍ମାତା ଖ୍ରୀଷ୍ଟୋଫର ନୋଲନ୍‌ଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାର କାରଣ ସେହି ସମୟରେ ସେ ଫିଲ୍ମ ‘ଲଞ୍ଚ୍‌ ବକ୍ସ’ ଓ ‘ଡି-ଡେ’ ପାଇଁ କାମ କରୁଥିଲେ।

ଆଜି ରିଲିଜ୍‌ ହୋଇଥିବା ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ରେ ଇରଫାନ୍‌ଙ୍କ ସହିତ ଅଭିନେତ୍ରୀ ରାଧିକା ମଦାନ ରହିଛନ୍ତି। ଏଥିରେ ସେ ଇରଫାନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ୨୦୨୭ରେ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ର ପ୍ରଥମ ଭାଗ ରିଲିଜ୍‌ ହୋଇଥିଲା। ଏହା ଫିଲ୍ମର ଦ୍ୱିତୀୟ ଭାଗ।