Advertisment

ଆସୁଛି ଇରଫାନଙ୍କ ଶେଷ ଫିଲ୍ମ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ଇରଫାନ ଖାନ। ଚଳିତ ବର୍ଷ ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ, ସେ ଆଜି ବି ପ୍ରଶଂସକଙ୍କ ହୃଦୟରେ ଜୀବିତ। ତାଙ୍କ ଅଭିନୟ ଏବଂ ବଲିଉଡରେ ସେ ଛାଡି ଯାଇଥିବା ଛାପ ଅବିସ୍ମରଣୀୟ। ଇରଫାନ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ମଧ୍ୟ ଫିଲ୍ମ ଜରିଆରେ ସେ ପୁଣି ଥରେ ଆମ ପାଖକୁ ଫେରିଛନ୍ତି। ଖୁବଶୀଘ୍ର ଆସିବାକୁ ଯାଉଛି ତାଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍ ସ୍କର୍ପିଅନ୍ସ’। ଏହା ଏକ ହଲିଉଡ ଫିଲ୍ମ। ନିକଟରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆସୁଛି ଇରଫାନଙ୍କ ଶେଷ ଫିଲ୍ମ

irfan-khan

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ଇରଫାନ ଖାନ। ଚଳିତ ବର୍ଷ ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ, ସେ ଆଜି ବି ପ୍ରଶଂସକଙ୍କ ହୃଦୟରେ ଜୀବିତ। ତାଙ୍କ ଅଭିନୟ ଏବଂ ବଲିଉଡରେ ସେ ଛାଡି ଯାଇଥିବା ଛାପ ଅବିସ୍ମରଣୀୟ। ଇରଫାନ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ମଧ୍ୟ ଫିଲ୍ମ ଜରିଆରେ ସେ ପୁଣି ଥରେ ଆମ ପାଖକୁ ଫେରିଛନ୍ତି। ଖୁବଶୀଘ୍ର ଆସିବାକୁ ଯାଉଛି ତାଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍ ସ୍କର୍ପିଅନ୍ସ’। ଏହା ଏକ ହଲିଉଡ ଫିଲ୍ମ। ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ ଜାରି ହୋଇଛି। ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ଫିଲ୍ମଟି ବଡ ପରଦାରେ ରିଲିଜ ହେବ।

Advertisment

ବିଶିଷ୍ଟ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମର ଫାଷ୍ଟ ଲୁକକୁ ଶେଆର କରିଛନ୍ତି। ଅନୁପ ସିଂହଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ନିର୍ମାଣ ପାନୋରମା ସ୍ପଟଲାଇଟ ଏବଂ ୭୦ ଏମ ଏମ୍ ଟକିଜ ମିଳିତ ଭାବ କରିଥିବା ନେଇ ସେ ସୂଚନା ଦେଇଛନ୍ତି। ସେପଟେ ଇରଫାନଙ୍କ ପୁଅ ବାବିଲ ନିକଟରେ ଏହି ‍ଫିଲ୍ମ ସହ ଜଡିତ ଏକ ଫଟୋକୁ ଶେଆର କରିଛନ୍ତି। ଫଟୋରେ ଇରଫାନ ଓଟ ଆଗରେ ବସିଥିବା ଦେଖିବାକୁ ମିଳିଛି।

Advertisment


ଏହି ‍ଫିଲ୍ମରେ ଇରଫାନ ଲିଡ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ଇରାନୀ ଅଭିନେତ୍ରୀ ଗୋଲଶିଫ୍ତେହ ଫରହାନୀ ଅଛନ୍ତି। ଏଥିସହ ବଲିଉଡର ଭେଟେରାନ ଅଭିନେତ୍ରୀ ୱହିଦା ରହମାନ ମଧ୍ୟ ଫିଲ୍ମରେ ନଜର ଆସିବେ। ଫିଲ୍ମରେ ଇରଫାନ ଜଣେ ଓଟ ବ୍ୟବସାୟୀ ଭୂମିକାରେ ନଜର ଆସିବେ। ୨୦୧୭ରେ ସ୍ୱିଜରଲାଣ୍ଡରେ ଆୟୋଜିତ ହୋଇଥିବା ୭୦ତମ ଲୋକାରନୋ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରିମିୟର କରାଯାଇଥିଲା।

View this post on Instagram

A post shared by Babil (@babil.i.k)


ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେବ ଇରଫାନ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଥିଲେ।  କ୍ୟାନସରରୁ ସୁସ୍ଥ ହେବା ପରେ ସେ ଫିଲ୍ମ‘ହିନ୍ଦୀ ମିଡିଅମ’ରେ କାମ କରିଥିଲେ। ଏହି ‍ଫିଲ୍ମରେ ସେ କରୀନା କପୁର ଏବଂ ରାଧିକା ମଦାନଙ୍କ ସହ ନଜର ଆସିଥିଲେ।  ଚଳିତ ବର୍ଷ ଏପ୍ରିଲ ୨୯ ତାରିଖରେ କୋଲନ ଇନଫେକ୍ସନ ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଥିଲା।

Bollywood