Advertisment

ଆଜି ବି ବର୍ଷା ହେଲେ ତୁମ କଥା ମନେ ପଡ଼େ...

ମୁମ୍ୱାଇ : ବଲିଉଡ୍‌ର ଅଭିନେତା ଇରଫାନ୍‌ ଖାନ୍ ଏବେ ଆମ ଗହଣରେ ନାହାନ୍ତି। ସେ ଚାଲିଯିବାର ଦୁଃଖ ଏବେ ବି ଫ୍ୟାନ୍ସଙ୍କ ମନରୁ ଲିଭିନାହିଁ। ଇରଫାନ୍‌ଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁତପା ତାଙ୍କ ସ୍ମୃତିରେ ହିଁ ଦିନ କାଟୁଛନ୍ତି। ଏପରି ସମୟରେ ମୁମ୍ୱାଇରେ ହୋଇଥିବା ପ୍ରଥମ ବର୍ଷାରେ ସୁତପା ସ୍ୱାମୀଙ୍କୁ ମନେ ପକାଇଛନ୍ତି। ବର୍ଷା ସହିତ ଇରଫାନ୍‌ଙ୍କ କିଛି ନୂଆ ପୁରୁଣା ସ୍ମୃତିକୁ ସୋଶାଲ ମିଡିଆରେ ଶେଆର୍‌ କରି ସୁତପା ତାଙ୍କୁ ମନେ ପକାଇଛନ୍ତି। ଫଟୋ ଶେଆର୍ […]

ଅଦ୍ୟତନ ହୋଇଛି
ଆଜି ବି ବର୍ଷା ହେଲେ ତୁମ କଥା ମନେ ପଡ଼େ...

irr1

Advertisment

ମୁମ୍ୱାଇ : ବଲିଉଡ୍‌ର ଅଭିନେତା ଇରଫାନ୍‌ ଖାନ୍ ଏବେ ଆମ ଗହଣରେ ନାହାନ୍ତି। ସେ ଚାଲିଯିବାର ଦୁଃଖ ଏବେ ବି ଫ୍ୟାନ୍ସଙ୍କ ମନରୁ ଲିଭିନାହିଁ। ଇରଫାନ୍‌ଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁତପା ତାଙ୍କ ସ୍ମୃତିରେ ହିଁ ଦିନ କାଟୁଛନ୍ତି। ଏପରି ସମୟରେ ମୁମ୍ୱାଇରେ ହୋଇଥିବା ପ୍ରଥମ ବର୍ଷାରେ ସୁତପା ସ୍ୱାମୀଙ୍କୁ ମନେ ପକାଇଛନ୍ତି।

Advertisment

publive-image

ବର୍ଷା ସହିତ ଇରଫାନ୍‌ଙ୍କ କିଛି ନୂଆ ପୁରୁଣା ସ୍ମୃତିକୁ ସୋଶାଲ ମିଡିଆରେ ଶେଆର୍‌ କରି ସୁତପା ତାଙ୍କୁ ମନେ ପକାଇଛନ୍ତି। ଫଟୋ ଶେଆର୍ କରି ସୁତପା ଲେଖିଛନ୍ତି, ‘ତୁମକୁ ବହୁତ ବହୁତ ଧନ୍ୟବାଦ, ମୁଁ ଏବେ ବି ତୁମକୁ ଶୁଣିପାରୁଛି। ମୁଁ ଜାଣେ ବର୍ଷା ରୂପରେ ତୁମେ ହିଁ ମୋର ମନ ଓ ଆତ୍ମାକୁ ଛୁଇଁଯାଇଛ। ବର୍ଷା ହିଁ ଆମକୁ ପୁଣିଥରେ ଏକାଠି କରିଛି।’

ନଦୀ କୂଳରେ ଇରଫାନ୍‌ ଶୋଇଥିବା କିଛି ଫଟୋ ସୁତପା ଫେସବୁକରେ ଶେଆର୍‌ କରିଛନ୍ତି। ଏହା ସହିତ ସେ ବର୍ଷା, ଆକାଶ ଓ ସୁନ୍ଦର ଗଛଲତା ଫଟୋସବୁ ଶେଆର୍‌ କରିଛନ୍ତି। ଇରଫାନ୍‌ଙ୍କ ମୃତ୍ୟୁର ଗୋଟିଏ ମାସ ପରେ ସୁତପା ତାଙ୍କର କିଛି ଅଜଣା ଫଟୋ ଶେଆର୍‌ କରି ଲେଖିଥିଲେ, ‘ସେ ଇରଫାନ୍‌ଙ୍କୁ ପୁଣିଥରେ ଦେଖା କରି କଥାହେବେ।’

Advertisment

ସୂଚନାଯୋଗ୍ୟ, ୨୯ ଏପ୍ରିଲ ୨୦୨୦ରେ ବଲିଉଡ୍‌ର ଲୋକପ୍ରିୟ କଳାକାର ଇରଫାନ୍‌ ଖାନ୍‌ଙ୍କର ମୃତ୍ୟୁ ହୋଇଥିଲା। ସେ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର ଜନିତ କ୍ୟାନସରରେ ପୀଡ଼ିତ ଥିଲେ। ବର୍ଷେ ପାଖାପାଖି ଲଣ୍ଡନରେ ଚିକିତ୍ସିତ ହେବା ପରେ ସେ ଭାରତ ଫେରିଥିଲେ। କିନ୍ତୁ ପୁଣିଥରେ ଏପ୍ରିଲରେ ତାଙ୍କର କୋଲୋନ୍‌ ଇନ୍‌ଫେକସନ୍‌ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବାର ପରଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶେଷଥର ପାଇଁ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ‘ଇଂରାଜୀ ମିଡିୟମ୍‌’ରେ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe