/odisha-reporter/media/post_attachments/uploads/2020/11/asa.jpg)
asa
ମୁମ୍ବାଇ: ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଅନ୍ୟତମ ହିଟ୍ ଯୋଡ଼ି ଆଶା ନେଗୀ-ରିତ୍ୱିକ୍ଙ୍କ ଧନଜନୀ ବ୍ରେକ୍ଅପ୍ ପରେ ବର୍ତ୍ତମାନ ଆଶାଙ୍କ ଜୀବନରେ ପୁଣିଥରେ ପ୍ରେମ ଏଣ୍ଟ୍ରି ମାରିଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଆଶା ନିଜ ଇନ୍ଷ୍ଟାଗ୍ରାମରେ କିଛି ଫଟୋ ଶେଆର୍ କରିଛନ୍ତି, ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଶାଙ୍କ ଜୀବନରେ କ’ଣ ପୁଣିଥରେ ପ୍ରେମ ଆସିଯାଇଛି? ଆଶା କ’ଣ ରିତ୍ୱିକଙ୍କ ପରେ ଅର୍ଜିତ୍ ତନେଜାଙ୍କୁ ଡେଟ୍ କରୁଛନ୍ତି? ଏଭଳି ନାନା ପ୍ରଶ୍ନ ପ୍ରଶଂସକଙ୍କ ମନରେ ଆସୁଛି।
ନିକଟରେ ଟେଲି ଅଭିନେତା ଅର୍ଜିତ୍ ତନେଜାଙ୍କ ଜନ୍ମଦିନରେ ଆଶା ତାଙ୍କୁ ଶୁଭେଚ୍ଛା ଜଣାଇ ସୋଶାଲ୍ ମିଡିଆରେ ତାଙ୍କ ସହ ଦୁଇଟି ଫଟୋ ଶେଆର୍ କରିଥିଲେ। ଆଉ କ୍ୟାପଶନରେ ଲେଖିଥିଲେ, ‘ମୋର...ମୋର...ଓ କେବଳ ମୋର’। ତେବେ ଏହି ଫଟୋ ପରେ ସୋଶାଲ୍ ମିଡିଆରେ ଦୁହିଁଙ୍କ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ,ରିତ୍ୱିକ୍ଓ ଆଶାଙ୍କ ଯୋଡ଼ିକୁ ଟେଲି ଦୁନିଆର ‘ମୋଷ୍ଟ ହାପନିଂ ଯୋଡ଼ି’ କୁହାଯାଉଥିଲା। ଏମାନେ ପାଖାପାଖି ୭୮ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଥିଲେ। ହେଲେ ଚଳିତ ବର୍ଷର ଆରମ୍ଭରେ ଦୁହିଁଙ୍କ ବ୍ରେକ୍ଅପ୍ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରିତ୍ୱିଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ଯେ ସେ ମୋନିକା ଡୋଗ୍ରାଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କର ଏକାଠିବେଳର ବହୁତ ଫଟୋ ମଧ୍ୟ ଭାଇରାଲ ହୋଇଛି। ଆଶା କିନ୍ତୁ ବ୍ରେକ୍ଅପ୍ ପରେ ନିଜ ବ୍ୟକ୍ତୁଗତ ଜୀବନକୁ ଲାଇମଲାଇଟ୍ରୁ ଦୂରେଇ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
