Advertisment

'ବିଗ୍‌ ବସ୍‌'ରୁ ବାହାରି ଗଲେ କି ବିଶାଲ୍?

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଚାଲିଛି ଫାଇନାଲ୍‌ ପାଇଁ ଲଢ଼େଇ। ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ପାଇଁ ‘କନେକ୍ସନ୍‌’ ଭାବେ ଜଣେ ଲେଖାଏଁ ସଦସ୍ୟ ଘରକୁ ଏଣ୍ଟ୍ରି କରିଛନ୍ତି। ତେବେ ଫିନାଲେ ପୂର୍ବରୁ ‘ବିବି’ ଘରୁ ଆଉ ଜଣେ ସଦସ୍ୟ ବାହାରି ଯାଇଛନ୍ତି। ଚର୍ଚ୍ଚା ହେଉଛି ଯେ ଏଥର ବିଶାଲ୍‌ ଆଦିତ୍ୟ ସିଂହ ବାହାରିଯାଇଛନ୍ତି। https://www.instagram.com/p/B8BnMJwByIt/?utm_source=ig_web_copy_link ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହେଉଥିବା ଏକ ପୋଷ୍ଟରେ ବିଶାଲ୍‌ ବିବି ହାଉସ୍ ବାହାରେ ଏକ କାର୍‌ରେ ବସି ଯାଉଥିବା ଦେଖିବାକୁ ମିଳିଛି। […]

author-image
Chinmayee Roy
'ବିଗ୍‌ ବସ୍‌'ରୁ ବାହାରି ଗଲେ କି ବିଶାଲ୍?

bishal

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଚାଲିଛି ଫାଇନାଲ୍‌ ପାଇଁ ଲଢ଼େଇ। ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ପାଇଁ ‘କନେକ୍ସନ୍‌’ ଭାବେ ଜଣେ ଲେଖାଏଁ ସଦସ୍ୟ ଘରକୁ ଏଣ୍ଟ୍ରି କରିଛନ୍ତି। ତେବେ ଫିନାଲେ ପୂର୍ବରୁ ‘ବିବି’ ଘରୁ ଆଉ ଜଣେ ସଦସ୍ୟ ବାହାରି ଯାଇଛନ୍ତି। ଚର୍ଚ୍ଚା ହେଉଛି ଯେ ଏଥର ବିଶାଲ୍‌ ଆଦିତ୍ୟ ସିଂହ ବାହାରିଯାଇଛନ୍ତି।

Advertisment

https://www.instagram.com/p/B8BnMJwByIt/?utm_source=ig_web_copy_link

ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହେଉଥିବା ଏକ ପୋଷ୍ଟରେ ବିଶାଲ୍‌ ବିବି ହାଉସ୍ ବାହାରେ ଏକ କାର୍‌ରେ ବସି ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଅନୁମାନ କରାଯାଉଛି ଯେ ସେ ଶୋ’ରୁ ବାହାରିଯାଇଛନ୍ତି। ତେବେ ଏହି ଖବର କେତେ ସତ କେତେ ମିଛ, ତାହା କେବଳ ଆଜିର ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ।

https://www.instagram.com/p/B7v2zdwlDQg/?utm_source=ig_web_copy_link

ବିଶାଲ୍‌ ‘ବିଗ୍‌ ବସ୍‌’ରେ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରି କରିଥିଲେ। ଶୋ’ରେ ସେ ସିଦ୍ଧାର୍ଥ ଶୁକ୍ଳା, ପାରସ ଛାବ୍ରା ଓ ଅସୀମ ରିୟାଜ୍‌ଙ୍କ ସହ ଝଗଡ଼ା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ। ବିଶେଷ କରି ଶୋ’ରେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲୀଙ୍କ ସହ ତାଙ୍କ ଲଭ୍‌ହେଟ୍‌ ରିଲେସନ୍‌ସିପ୍‌ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହୁଥିଲେ।

Advertisment

ଜଣାଇଦେବାକୁ ଚାହୁଁ ଯେ ଏଥର ଶୋ’ରୁ ବାହାରିବା ପାଇଁ ୪ ଜଣ ନୋମିନେଟ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଶାଲ୍‌ ଆଦିତ୍ୟ ସିଂହ, ଆରତି ସିଂହ, ଶେହେନାଜ୍‌ ଗିଲ୍‌ ଓ ସିଦ୍ଧାର୍ଥ ଶୁକ୍ଳା ସାମିଲ୍‌ ଅଛନ୍ତି।