/odisha-reporter/media/post_attachments/uploads/2018/11/isha3.jpg)
isha3
ମୁମ୍ବାଇ: ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ପରୀମଲ୍ ଗ୍ରୁପ୍ ଅଫ୍ କମ୍ପନିଜ୍ର ଚେୟାରମ୍ୟାନ୍ଙ୍କ ପୁଅ ଆନନ୍ଦ ପରୀମଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାଙ୍କର ବିବାହ ଉତ୍ସବ ଡିସେମ୍ବର ୧୨ରେ ମୁମ୍ବାଇଠାରେ ଅନୁଷ୍ଠିତ ହେବ। ସେଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଇଶାଙ୍କ ବାହାଘର ତାଙ୍କ ବାପା ମୁକେଶ୍ ଅମ୍ବାନୀ କେମିତି କରିବେ ତାକୁ ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।
ନିକଟରେ ଇଶା ଅମ୍ବାନୀଙ୍କ ୱେଡିଂ କାର୍ଡ୍ର ଫଟୋ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଈଶାଙ୍କର ବକ୍ସ ଆକୃତିର ଦୁଇଟି କାର୍ଡ୍ ହୋଇଛି। ଗୋଟିଏ ବକ୍ସରେ ଆନନ୍ଦ ଓ ଈଶାଙ୍କ ନାଁ ରହିଥିବା ବେଳେ ଅନ୍ୟଟିରେ ସରସ୍ୱତୀଙ୍କ ଫଟୋ ସହ ଅନ୍ୟ କିଛି ଉପହାର ବି ରହିଛି।
/odisha-reporter/media/post_attachments/wp-content/uploads/2018/11/Untitled-1-2.jpg)
ଏହା ପୂର୍ବରୁ ଅମ୍ବାନୀ ଓ ପରୀମଲ୍ ପରିବାର ଈଶା ଆନନ୍ଦଙ୍କ ବିବାହ ୧୨ ଡିସେମ୍ବରକୁ ମୁମ୍ବାଇ ସ୍ଥିତ ମୁକେସ୍ ଅମ୍ବାନୀ ଓ ନୀତା ଅମ୍ବାନୀ ନିବାସରେ ହେବ ବୋଲି ଘୋଷଣା କରିଥିଲେ। ବାହାଘର ଭାରତୀୟ ପରମ୍ପରା ଓ ରିତୀନୀତି ଅନୁସାରେ ହେବ।
ସୂଚନାଯୋଗ୍ୟ ଯେ, ଈଶାଙ୍କ ନିର୍ବନ୍ଧ ଇଟାଲୀର ଲେକ୍ କୋମୋରେ ହୋଇଥିଲା। ନିର୍ବନ୍ଧ ସମାରୋହ ୩ ଦିନଧରି ଚାଲିଥିଲା। ଯେଉଁଥିରେ ତାଙ୍କ ନିକଟତରଙ୍କ ସହ ବଲିଉଡ୍ ସେଲିବ୍ରିଟି ତଥା ପ୍ରିୟଙ୍କା, ନିକ୍, ଅନୀଲ୍ କପୁର, ସୋନମ୍ କପୁର ଓ ଜହ୍ନବୀ କପୁରଙ୍କ ଭଳି ସେଲିବ୍ରିଟି ପହଞ୍ଚିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
