ଇଶାନ୍ ଓ ଅନନ୍ୟା ଚର୍ଚ୍ଚାରେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ତେଙ୍କ ତୃତୀୟ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସେ ‘ଧଡ଼କ୍‌’ ଷ୍ଟାର୍‌ ଇଶାନ୍‌ ଖଟ୍ଟରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ନାଁ ରଖାଯାଇଛି ‘ଖାଲି ପିଲି’। ସୋଶାଲ୍‌ ମିଡିଆ ମାଧ୍ୟମରେ ଏ ଖବର ଦେଇଛନ୍ତି ଅନନ୍ୟା।

ଏହା ପୂର୍ବରୁ ଅନନ୍ୟା ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର-୨’ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ପତି, ପତ୍ନୀ ଔର ଓ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟି˚ସାରି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ମୁମ୍ବାଇ ଫେରିବେ। ସେପ୍ଟେମ୍ବର ୧୫ ତାରିଖରୁ ‘ଖାଲି ପିଲି’ ଫିଲ୍ମର ଶୁଟି˚ ଆରମ୍ଭ ହେବ। ଅଲୀ ଅବ୍ବାସ ଜାଫରଙ୍କ ପ୍ରଯୋଜିତ ଏହି ଫିଲ୍ମ ଆସନ୍ତା ବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ପରଦାକୁ ଆସିବ ବୋଲି ଜଣାପଡ଼ିଛି।

ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଇଶାନ୍‌ ଏବଂ ଅନନ୍ୟା ଏକାଠି ସ୍କ୍ରିନ୍‌ ଶେଆର କରିବାକୁ ଯାଉଛନ୍ତି। ତେଣୁ ସେମାନଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଏହି ନୂଆ ଯୋଡ଼ିକୁ ଦେଖିବାକୁ ଉତ୍ସାହ ବଢ଼ି ଯାଇଛି।

 

ଆହୁରି ପଢ଼ନ୍ତୁ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ